କିଶୋର/କିଶୋରୀ ମାନଙ୍କର ‘କିଶୋର ସ୍ପନ୍ଦନ’


ପୁସ୍ତକ ମେଳା ପଞ୍ଚମ ସଂନ୍ଧ୍ୟାରେ


କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମସନ୍ଧ୍ୟାରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରଦର୍ଶନ ‘କିଶୋର ସ୍ପନ୍ଦନ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରୋତ୍ସାହନ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ସଭାର ଆୟୋଜିନ କରାଯାଇଥିଲା । ଏଥିରେ ପୁଷ୍ପିତା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାର ପ୍ରାକ୍ତନ ଯୁଗ୍ମ ସଚିବ ଚୈାଧୁରୀ ରମାକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଆଜିର ସମାଜର କିଶୋର କିଶୋରୀ ମାନଙ୍କର ବହୁମୁଖୀ ପ୍ରତିଭା ଉପରେ ଗୁରୁତ୍ୱରୋପ କରିଥିଲେ । ଏହି ଅବସରରେ କୈଶୋର ପ୍ରତିଭା ପ୍ରିୟାଙ୍କା ପ୍ରିୟଦର୍ଶନୀ, ସାଇଶ୍ରୀ ବିଶ୍ୱଜିତା ରାୟ, ପ୍ରାଣତୋଶ ପ୍ରଧାନଙ୍କୁ କିଶୋର ସ୍ପନ୍ଦନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରେ ମାଟିକ୍ର ପରୀକ୍ଷାରେ ଜିଲ୍ଲାର ଟପ୍ପର ଶୁଭମ ଜ୍ୟୋତି ରାଉତ, ସୁଚିସ୍ମିତା ସାହୁ, ଲୋପାମୁଦ୍ରା ପାଟ୍ଟଯୋଷି ମାନଙ୍କୁ ପୁଷ୍ପବୃକ୍ଷ, ଉତ୍ତରୀୟ ଏବଂ ମୁନେଣ୍ଟ ଦେଇ ସମ୍ମାନିତ କରାଯାଇଥିଲ । କିଶୋର ସ୍ପନ୍ଦନ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଯଥା ଚିତ୍ରାଆଙ୍କନ, ଏକକନୃତ୍ୟ ପ୍ରଦର୍ଶନ, ଦଳଗତ ନୃତ୍ୟ ପ୍ରଦର୍ଶନ, କ୍ଷୁଦ୍ର ନାଟକ, ନୃତ୍ୟାଭିନୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡିଏଭି ସ୍କୁଲ ଶିକ୍ଷକ ଏବା ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ । ଏହି କେମର କିଶୋର ସ୍ପନ୍ଦନର ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ସଭା ପରିଚାଳନା କରିଥିଲେ । ଆଜିର ପୁସ୍ତକ ମେଳାକୁ ସଭାପତି ଅକ୍ଷୟ ପାଣି, ସମ୍ପାଦକ ଏମଡି ଜାହିଦ ଖାନ, ଉପ ସଭାପତି ସରୋଜ ସାହୁ, ସହ ସମ୍ପାଦକ ପ୍ରତାପ ସ୍ୱାଇଁ, ବଂଶିଧର ମହାନ୍ତି, ମଞ୍ଜୁଶ୍ରୀ ଦାସ, ପ୍ରଫୁଲ୍ଲ କୁମାର ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ହିମାଂଶୁ କୁମାର ଦାସ, ବିଜୟ କୁମାର ବେହେରା, ସୌମ୍ୟରଞ୍ଜନ ପଟ୍ଟନାୟକ, ରଶ୍ମିରଞ୍ଜନ ବାରିକ, ଅମ୍ରିନ ସାହାଦତ, ଚୌଧୁରୀ ଦିପକ କୁମାର, ପାର୍ଥସାରଥୀ ରାଉତରାୟ, ବିଚିତ୍ରାନନ୍ଦ ପାଢି, ତାରେଣୀ କୁମାର ପାଟ୍ଟଯୋଶୀ, ରାଜେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading