ବରିଷ୍ଠ ନାଗରିକ ମଞ୍ଚର ବୈଠକ



କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆୟବା ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ପଡୋଶୀ ଗ୍ରାମ ପଞ୍ଚାୟତ ପୁରୁଷୋତ୍ତମର ୩ଜଣ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ସଭାପତି ଅମୁଲ୍ୟ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ନାଗରିକ ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିଲେ । ଓଡିଶା ହାଇକୋର୍ଟର ସରକାରୀ ଆଇନଜୀବୀ ଅଭିନାଷ ପଣ୍ଡା ମୁଖ୍ୟ ଅତିଥି ଭାବେ ଯେଗଦାନ କରି ଦୁଇଟି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକ ବିଜୟ କୁମାର ସ୍ୱାଇଁ, ନାନୁ ଚରଣ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସାନ୍ତଶାହି ଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ତୁରନ୍ତ ମରାମତି କରିବା ଓ ନରଣପୁର ଠାରେ ଥିବା +୨ ବିଜ୍ଞାନ କଲେଜର ଦୁରବସ୍ଥା ସଂର୍ପକରେ ଆଲୋଚନା କରାଯାଇ ଜିଲ୍ଲା ପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ତାଙ୍କୁ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦାୟିତ୍ୱ ନାନୁ ଚରଣ ଦାସ ଓ ଅମୁଲ୍ୟ କୁମାର ସ୍ୱାଇଁ, ସ୍ୱାଧିନ ସ୍ୱାଇଁଙ୍କୁ ଅର୍ପଣ କରାଯାଇଥିଲା । ଗଣ୍ଡାଖିଆ ଠାରେ ଏକ ଫାଣ୍ଡି ସ୍ଥାପନ କରିବା ଓ ଏସ୍‌. ବି. ଆଇର ଏ.ଟି.ଏମ୍ କେନ୍ଦ୍ର ସ୍ଥାପନ ବିଷୟ ମଧ୍ୟ ଆଲୋଚନା କରାଯାଇଥିଲା । ଏ ସମ୍ପର୍କିତ ତୁରନ୍ତ ପଦକ୍ଷେପ ନେବାକୁ ଅଭିନାଷ ପଣ୍ଡା ମହୋଦୟଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ବରିଷ୍ଠ ନାଗରିକ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading