କେନ୍ଦ୍ରାପଡାରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଓଡିଆ ବିଷୟରେ ପରୀକ୍ଷା ଦେଲେ୧୯ହଜାର ୪୭୨ ଛାତ୍ରଛାତ୍ରୀ


କେନ୍ଦ୍ରାପଡ଼ା,୧୯ା୨:କେନ୍ଦ୍ରାପଡା ଜିଲ୍ଲାର ୧୦୭ଟି ପରୀକ୍ଷା କେନ୍ଦ୍ରରେ ଆଜି ଓଡିଆ ବିଷୟରେ ପରୀକ୍ଷା ଦେଇଛନ୍ତି ୧୯ହଜାର ୪୭୨ଜଣ ଛାତ୍ରଛାତ୍ରୀ। ୧୯ହଜାର ୩୦୧ଜଣ ଆଜି ବାର୍ଷିକ ମାଟ୍ରିକ ପରୀକ୍ଷାର ମାତୃଭାଷା ଓଡିଆ ବିଷୟରେ ପରୀକ୍ଷା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୧୯୦୨୯ଜଣ ପରୀକ୍ଷା ଦେଇଥିବା ବେଳେ ୨୭୨ଜଣ ଅନୁପସ୍ଥିତ ଥିଲେ। ୨୬୩ଜଣ ମଧ୍ୟମା ଛାତ୍ରଛାତ୍ରୀ ଓଡିଆ ବିଷୟରେ ପରୀକ୍ଷା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୨୨୭ଜଣ ପରୀକ୍ଷା ଦେଇଥିବା ବେଳେ ୩୬ଜଣ ଅନୁପସ୍ଥିତ ଥିଲେ। ସେହିପରି ଓପନସ୍କୁଲର ୨୪୯ଜଣ ଛାତ୍ରଛାତ୍ରୀ ଓଡିଆ ବିଷୟରେ ପରୀକ୍ଷା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୨୧୬ଜଣ ପରୀକ୍ଷା ଦେଇଥିବା ବେଳେ ୩୩ଜଣ ଅନୁପସ୍ଥିତ ଥିଲେ। ଆଜି ଜିଲ୍ଲାର କୈାଣସି ପରୀକ୍ଷା କେନ୍ଦ୍ରରେ କପି କରି କେହି ଧରାପଡିନଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ଠାରୁ ସୂଚନା ମିଳିଛି।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading