କ୍ୱିଣ୍ଟାଲ ପିଛା ୮କେଜି ଧାନ କାଟିନେବା ଘଟଣା , ଯୋଗାଣମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ଚାଷୀ

କେନ୍ଦ୍ରାପଡ଼ା,୨୫ା୪: ଧାନର ମାନ ପରୀକ୍ଷା କରାଯାଇ ଏହା ସଠିକ ଥିବା ଜଣାଯିବା ପରେ ମଧ୍ୟ ଜଣେ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୮କେଜି କାଟିବା ଘଟଣାରେ ଚାଷୀ ଜଣଙ୍କ ନ୍ୟାୟ ପାଇବା ପାଇଁ ଯୋଗାଣମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଆଳି ବ୍ଲକ ଅନ୍ତର୍ଗତ…

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ହିନ୍ଦୁ ଶୋଭାଯାତ୍ରା

ପଟ୍ଟାମୁଣ୍ଡାଇ ତା ୪/୪-ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ବିଶାଳ ହିନ୍ଦୁ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଗୋପୀନାଥ ତ୍ରିପାଠୀ ସମ୍ପାଦକ ଧୀରେନ୍ଦ୍ର ସାମଲ,…

ବ୍ରାହ୍ମଣୀ ବ୍ଲକ ଗଠନ ଦାବୀକୁ ଜୋରଦାର କଲା ବ୍ଲକ ଗଣସଂଗ୍ରାମ ସମିତି

ପଟ୍ଟାମୁଣ୍ଡାଇ ତା ୨/୪- -କେନ୍ଦ୍ର ସରକାର ନିର୍ବାଚନମଣ୍ଡଳୀ ପୁନଃ ଗଠନ ପାଇଁ ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାର ପ୍ରଶାସନିକ ସୁବିଧା ପାଇଁ ବ୍ଲକ ପୁନଃ ଗଠନ କରିବା ପାଇଁ ଯୋଜନା କରୁଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର…

ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା,୩୦ା୩: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଊନବିଂଶ ବାର୍ଷିକ ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ସ୍ଥାନୀୟ ଗୌରୀଶଙ୍କର ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପୂର୍ଣ୍ଣନନ୍ଦ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ନରୋତ୍ତମ…

ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ମମତାମୟୀ ଅତିରିକ୍ତ ଯୁଗ୍ମସମ୍ପାଦକ ନିର୍ବାଚିତ

କେନ୍ଦ୍ରାପଡା,୩୦ା୩ : କେନ୍ଦ୍ରପଡା ଜିଲ୍ଲ ଓକିଲ ସଙ୍ଘ ନିର୍ବଚନ ଅନୁଷଠିତ ହୋଇଯାଇଛି। ଏଥିରେ ମମତାମୟୀ ସମଲ ଅତିରିକ୍ତ ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୨୦୨୩ ମସିହା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନରେ ମଧ୍ୟ ଶ୍ରୀମତୀ ସାମଲ କାର୍ଯ୍ୟକାରୀ…

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

କେନ୍ଦ୍ରାପଡା,୩୦ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ସକାଳ ୧୧ ଘଟିକାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର…

ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ

କେନ୍ଦ୍ରାପଡ଼ା,୩୦ା୩ : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ଭକ୍ତମାନଙ୍କ ଗହଣରେ ହିନ୍ଦୁ ନବବର୍ଷର ପ୍ରାରମ୍ଭ ଦିବସରେ ବିଶ୍ୱସ୍ରଷ୍ଟାଙ୍କୁ ବିଶ୍ୱ ତଥା ସମସ୍ତଙ୍କର ମଙ୍ଗଳ ଓ…

ନିମପୁରଶାସନ ନୋଡାଲ ହାଇସ୍କୁଲରେ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ : ୨୭/୩- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁରଶାସନ ନୋଡାଲ ହାଇସ୍କୁଲରେ ‘‘କୌଶୋର ଅବସ୍ଥାରେ ବାଳିକା ମାନଙ୍କର ଶିକ୍ଷା,ସୁରକ୍ଷା ଏବଂ ସାମାଜିକ ସ୍ଥିତି’’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ପଟ୍ଟାମୁଣ୍ଡାଇ କଳେଜର…

ମାଟିଆ ୟୁ ଜି ୟୁ ପି ସ୍କୁଲ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ,ତା ୨୭/୩-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୋଲକ ବିହାରୀ ମଲ୍ଲିକଙ୍କ ପୈରହିତ୍ୟରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା…

ହରେକୃଷ୍ଣ ହାଇସ୍କୁଲରେ ବନ୍ଧୁମିଳନ

ପଟ୍ଟାମୁଣ୍ଡାଇ ତା ୨୪/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ହରେକୃଷ୍ଣ ହାଇସ୍କୁଲର ୧୯୮୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ଓ ପୁରାତନ ଶିକ୍ଷକଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ପୁରାତନ ଛାତ୍ର ଡ଼ ପ୍ରମୋଦ ମହାନ୍ତ, ଇଂ ଅଭୟ ନାୟକ,ଖଗେଶ୍ୱର…

ଦାଣ୍ଡିସାହି ରେ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ତା ୨୩/୩ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଗ୍ରାମର ଡ୍ରାଫ୍ଟସମ୍ୟାନ ଧରଣୀଧର ରାଉତଙ୍କ ପତ୍ନୀ ଧର୍ମପ୍ରାଣା ମହିଳା ଲୀଳାବତୀ ରାଉତଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧୋୟାଞ୍ଚଳ ବିକାଶ ମଞ୍ଚର ସମ୍ପାଦକ ଶିକ୍ଷାବିତ୍…

ମାର୍ଚ୍ଚ ୨୭ରେ ବିଧାନସଭା ଘେରାଉ ପାଇଁ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୨୩ା୩: ଓଡିଶାରେ ନାରୀ ନିର୍ଯ୍ୟାତନା, ସ୍କୁଲ/କଲେଜର ଛାତ୍ରୀମାନଙ୍କୁ ଯୈାନ ଶୋଷଣ ଓ ନାରୀ ସୁରକ୍ଷା ଦିଗରେ ବିଜେପି ସରକାରଙ୍କ ଲଗାମହୀନ ଅବନ୍ନତି ବିରୋଧରେ ଠୋସ ପଦକ୍ଷେପ ଗ୍ରହଣ ଦାବିରେ ମାର୍ଚ୍ଚ ୨୭ତାରିଖରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ।…

ବାଲି ମାଫିଆଙ୍କ ଠାରୁ ଟଙ୍କା ନେବା ମହଙ୍ଗା ପଡିଲା , ଖଣି ଅଧିକାରୀଙ୍କୁ ନିଲମ୍ବିତ କଲେ ସରକାର

କେନ୍ଦ୍ରାପଡ଼ା, ୨୩ା୩: ବାଲି ମାଫିଆଙ୍କ ଠାରୁ ବାଲିଖାଦାନ ଚଳାଇବା ପାଇଁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଖଣି ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କେନ୍ଦ୍ରାପଡା ଖଣି ଅଧିକାରୀଙ୍କୁ…

ଦେବେନ୍ଦ୍ର ଶର୍ମାଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨ା୩: କେନ୍ଦ୍ରାପଡ଼ାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍‌କ ପାର୍ଥିବ ଶରୀର ପହଞ୍ଚିବା ପରେ କଂଗ୍ରେସ, ବିଜେଡି, ବିଜେପି, ଅନ୍ୟାନ୍ୟ ଦଳ ଓ ସଂଗଠନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଶନିବାର ଅପରାହ୍ନରେ କେନ୍ଦ୍ରାପଡାସ୍ଥିତ ଜିଲା କଂଗ୍ରେସ ଭବନରେ…

ଭାରତୀୟ ଜ୍ଞାନ ବ୍ୟବସ୍ଥା ଦର୍ଶନ ସଂସ୍କୃତି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରେରଣା ଯୋଗାଇଥାଏ

ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ୨୦୨୫ ପଟ୍ଟାମୁଣ୍ଡାଇ ୨୨/୩ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ ଠାରେ ଜୀବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ…

ଡା ସୁଚାରୁହାସିନୀ ପାତ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପଟ୍ଟାମୁଣ୍ଡାଇ ୨୨/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ ଦିବଙ୍ଗତା ଡା ସୁଚାରୁହାସିନୀ ପାତ୍ରଙ୍କ ଏକାଦଶାହ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି…

ଗୁଲନଗର ଗ୍ରାମରେ ଜନବସତିରେ ନୂତନ ଶ୍ମଶାନକୁ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,୨୧ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ୭ନଂ ୱାର୍ଡରେ ପ୍ରସ୍ତାବିତ ନୂତନ ଶ୍ମଶାନଗୃହ ନିର୍ମାଣ ସ୍ଥଳକୁ ସ୍ଥାନାନ୍ତର କିମ୍ବା ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ଶତାଧିକ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ ସେହି…

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୭ ବୟସରେ ପରଲୋକ ହୋଇଯାଇଛି। ସେ କିଛି ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶ୍ରୁକବାର ରାତି ୮ଟାରେ ତାଙ୍କର…

ବିଷ୍ଣୁପୁର ପ୍ରବେଶ ଦ୍ୱାର ତୋରଣ ଉଦଘାଟିତ

ପଟ୍ଟାମୁଣ୍ଡାଇ ୨୧/୩  -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ପଂଚାୟତ ବିଷ୍ଣୁପୁର ଗ୍ରାମର ନବନିର୍ମିତ ପ୍ରବେଶ ଦ୍ୱାର ତୋରଣ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଭାରାପ୍ରାପ୍ତ ବିଡିଓ ଅଶୋକ ମହାନ୍ତି,…

ବାରୁଅ ସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ପଦ୍ମଶ୍ରୀ ବାବା ବଳିଆଙ୍କ ପଦାର୍ପଣ

କେନ୍ଦ୍ରାପଡା,୨୧ା୩: ଆଜି ବାରୁଅ ଗ୍ରାମରେ ଥିବା ଶିଶୁ ଅନନ୍ତ ଆଶ୍ରମରେ ପରିବେଶ, ଗଣତନ୍ତ୍ର ଓ ଧର୍ମ ସମ୍ପର୍କରେ ଅୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆ ଯୋଗ ଦେଇଥିଲେ । ପୂଜ୍ୟ ପୂଜକ ବାବା ବଳିଆ ନିଜ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୧ା୩: ସ୍ୱାଧୀନୋତ୍ତର ଓଡିଶା ରାଜନୀତିରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଜଣେ ପରିପୂର୍ଣ୍ଣ ପ୍ରେରଣାଦାୟୀ ସଫଳ ବ୍ୟକ୍ତିତ୍ୱ। ଅନୁଗୁଳ ଗଡ଼ଜାତ ଖମାର ଅଞ୍ଚଳର ଏକ କୃଷକ ପରିବାରରେ ଜନ୍ମ ହୋଇ ଚିକିତ୍ସା ସେବାକୁ ଜୀବନର ବୃତ୍ତି ଭାବେ ଗ୍ରହଣ କରିଥିବା ଡାକ୍ତର…

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କପରଲୋକ

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା । ସେ ତୃଣମୂଳ ସ୍ତରରେ ଜଣେ…

ପଖାଳ ଦିବସ ପାଳନ

କେନ୍ଦ୍ରାପଡା,୨୦ା୩: ଆଜି ପଖାଳ ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପଖାଳ ବଣ୍ଟନ କରାଯାଇଛି । ଏହି ଅବସରରେ ଚଣ୍ଡିଆ ପ୍ୟାଲେସ୍‌ର ମାଲିକ ବଳରାମ ସାହୁ ଡାକ୍ତରଙ୍କ ଉକ୍ତିକୁ ପାଥେୟ କରି କହିଛନ୍ତି ଯେ ପଖାଳ ଏକ…

ଅଗ୍ନିକାଣ୍ଡ: ଘର ସହ ଆସବାବପତ୍ର ଭସ୍ମୀଭୂତ

ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦ୍ରୋପଦି ବାରିକଙ୍କ ଗୋଟିଏ ବଖରା ଜଳିଯାଇଛି । ଘରେ ଥିବା ବିରି, ଧାନ, ଚାଉଳ, ସୁନା, ଟଙ୍କା, କଂସା ବାସନ ସମେତ ସମସ୍ତ ଆସବାବପତ୍ର ପୋଡ଼ି…