କେନ୍ଦ୍ରାପଡା ୧୨/୭(ପିଏନଏସ)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଫାଉଣ୍ଡେସନର ଜିଲ୍ଲା ସଭାପତି ପବିତ୍ର ପରିଡା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମନିନ୍ଦ୍ର ରାଉତ, ମହିଳା ସଭାନେତ୍ରୀ ରୋଜାଲିନ ମହାନ୍ତି, ଉପସଭାପତି ସୁଧୀର ପରିଡା ପ୍ରମୁଖ ଆଜି ଜିଲ୍ଲାପାଳଙ୍କ…
Category: ଆଜିର ଟିକନିକ ଖବର
ଜିଲ୍ଲାର ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ (ଯୁକ୍ତଦୁଇ ଓ ଯୁକ୍ତତିନି) ମହାବିଦ୍ୟାଳୟ ସଂଘ ତରଫରୁ ଅଧ୍ୟାପକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ ସେମାନଙ୍କ ପ୍ରତି ହୋଇଥିବା ପାତରଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ…
କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ ମାନ୍ୟତା ଦାବି
କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ(ଅର୍ବାନ ଟ୍ରାନ୍ସପୋର୍ଟ) ମାନ୍ୟତା ଦିଆଯିବାକୁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ମୋବସ୍ର ସୁବିଧା ସୁଯୋଗ ପାଇପାରିବ । କେନ୍ଦ୍ରାପଡା ରାଜ୍ୟ ସଦର ମହକୁମା ଭୂବନେଶ୍ୱର ମଧ୍ୟରେ ୭୦କିଲୋମିଟର ଦୂରରେ…
ଏମ ଏନ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀରେ ଗଣଧାରଣା,୩ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ପରେ ପ୍ରତ୍ୟାହୃତ
କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୌରବମୟ ଶିକ୍ଷାନୁଷ୍ଠାନ ତଥା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ଏହି…
ଲଷ୍ମୀସୁବଳ ବିଦ୍ୟାପୀଠରେ ଶିକ୍ଷକ ନିଯୁକ୍ତି ଦାବୀ କରି ତାଲାବନ୍ଦ ଆନ୍ଦୋଳନ
ପଟ୍ଟାମୁଣ୍ଡାଇ ତା ୧୧.୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଲଷ୍ମୀସୁବଳ ବିଦ୍ୟାପୀଠରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ସମ୍ପ୍ରତି ୮ଟି ଶ୍ରେଣୀରେ ୨୦୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ…
ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ନଗର କଂଗ୍ରେସ ତରଫରୁ ସ୍ୱାଗତ
ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ପୌରପରିଷଦରେ ନୂତନ ପୌର ନିର୍ବାହୀ ଅଧିକରୀ ଭାବେ ଯୋଗ ଦେଇଥିବା ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ମଙ୍ଗଳବାର ନଗର କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି । ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ…
ନିମ୍ନମାନର ଔଷଧ କାରବାରକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଭେଷଜ ବିଭାଗ
କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳରେ ନିମ୍ନମାନର ଔଷଧ କାରବାର ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି । ଏ ନେଇ ଜିଲା ଭେଷଜ ବିଭାଗ ଚୁପ୍ ବସିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଜିଲା ଭେଷଜ ବିଭାଗ ପକ୍ଷରୁ…
ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାର ୨୬ଦିନ ପରେ ପୋଲିସ ହାତଖାଲି, ଅଭିଯୁକ୍ତ ଗିରଫ ଦାବୀରେ ଆନ୍ଦୋଳନ ନିଷ୍ପତି
ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ଜନୈକା ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରଥମ ରଜ ଦିନ ନିଜ ଝିଅ ଘର ରାଜନଗର ଯିବା ପାଇଁ କହୁଣୀଆ ଛକରେ ଅପେକ୍ଷା କରିଥିବା ବେଳେ ଜନୈକ ଅସାମାଜିକ ଯୁବକ ବାଇକରେ…
ଜୁଲାଇ ୧୪ ବ୍ଲକ ଘେରାଉ ଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରାପଡା ନଗର କଂଗ୍ରେସର ନିଷ୍ପତ୍ତି
କେନ୍ଦ୍ରାପଡ଼ା ୧୧ା୭: ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ଜରୁରୀ ବୈଠକ ସଭାପତି ରାଜେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର…
ନୂଆ ବସଷ୍ଟାଣ୍ଡ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବାକୁ ନୋଟିସ,ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା
କେନ୍ଦ୍ରାପଡ଼ା ୧୧ା୭: କେନ୍ଦ୍ରାପଡା ସହରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଓ ନୂଆ ବସଷ୍ଟାଣ୍ଡର ନବୀକରଣ ପାଇଁ ଦୋକାନ ଘର ଉଚ୍ଛେଦ କରାଯିବା ପାଇଁ ପୌର ପ୍ରଶାସନ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କରିଛନ୍ତି ।…
ବିଶୁଙ୍ଖଳିତ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ କରି ବାଲିପାଟଣା ହାଇସ୍କୁଲରେ ତାଲା!
ପଟ୍ଟାମୁଣ୍ଡାଇ ୧୧.୭-ଗୁଣାତ୍ମକ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱଆରୋପ କରିବା ସହିତ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବାଲିପାଟଣା ହାଇସ୍କୁଲରେ ଏହାର ଚରମ ବ୍ୟତିକ୍ରମ ଦେଖିବାକୁ ମିଳିଛି । କେଉଁଠି ଶିକ୍ଷକ ଅଭାବରୁ…
ପଟ୍ଟାମୁଣ୍ଡାଇ ପୌରପରିଷଦ ବୈଠକରେ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ଓ ପୌରାଞ୍ଚଳ ବାସୀଙ୍କର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ଓ ଉତ୍ତମ ନାଗରିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସରକାର କୋଟି କୋଟି ଅନୁଦାନ ଯୋଗାଇ ଦେଇଛନ୍ତି ।…
ଲୁଣା ନଦୀରେ ବୁଡି +୨ବିଜ୍ଞାନ ଛାତ୍ରଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା, ୧୦/୦୭- ନିଷ୍ଠୁର ନିୟତି, ଅକାଳରେ ଝରିପଡିଲା ଜୀବନ କୁସୁମ, ଲିଭିଗଲା ଶିଶୁ ପ୍ରତିଭାର ଜୀବନ ପ୍ରଦୀପ. ଲୁଣା ନଦୀରେ ଜାଭିଅର ସ୍କୁଲର କୃତି ଛାତ୍ର କୀର୍ତ୍ତିମାନ ଶତପଥୀଙ୍କ ସଲିଳ ସମାଧି । ସଦ୍ୟ ପ୍ରକାଶିତ ଦଶମ ପରୀକ୍ଷାରେ ୯୨% ମାର୍କ୍ସ…
ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ ପାଳନ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ପରିସରରେ ରବିବାର ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ୍ ମ୍ୟୁଜିକ୍ ସ୍କୁଲର ମିଳିତ ସହଯୋଗରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ…
ସଂସ୍କୃତ ଭାଷାର ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ , ପଟ୍ଟାମୁଣ୍ଡାଇରେ ଅଣଦେଖା ,
ଦିନ ଥିଲା ପୁରାଣ ସଂସ୍କୃତ ଭାଷା ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା । ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ ହେଉଥିବା ବେଳେ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା । ପୁରାଣ କାଳରୁ…
ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ, ଭୋଟରଙ୍କ ମନ ଜୟ ପାଇଁ ଗାଁ ମୁହାଁ ନେତା
ଆଉ ୧ ବର୍ଷ କମ୍ ସମୟ ରହିଛି ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି । ଏଭଳିସ୍ଥଳେ ପାନ ଦୋକନଠାରୁ ଆରମ୍ଭକରି ବାଟଘାଟରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, କାହା ଟିକେଟ୍ କଟିବ, କାହାର…
ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟକାରିଣୀ ବୈଠକ,ଘରେ ଘରେ ପହଂଚିଛି ନବୀନଙ୍କ ବିକାଶ, ସୋସିଆଲ ମିଡିଆରେ ଅପପ୍ରଚାରର ଜବାବ ଦିଅ :ମନ୍ତ୍ରୀ
କେନ୍ଦ୍ରାପଡା : ମହିଳା, ଯୁବ, ଛାତ୍ର, କୃଷକ, ଶ୍ରମିକ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲାଗୁ ଆଦି ସବୁବର୍ଗର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ସହିତ କାଳିଆ, ବଳିଆ,ବିଜୁ ସ୍ୱାସ୍ଥ୍ୟକଲ୍ୟାଣ,ହରିଶ୍ଚନ୍ଦ୍ର, ଆହାର ମମତା ଆଦି ଯୁଗାନ୍ତକାରୀ ଯୋଜନା, କୃଷକ…
ଆଖିଧରା ରୋଗ ବ୍ୟାପିବାରେ ଲାଗିଛି
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖି ନାଲି ପଡ଼ିଯାଉଛି । ଆଖିରୁ ପାଣି ଗଡୁଛି, ନେଞରା ନିର୍ଗତ ହେଉଥିବା ଲକ୍ଷ୍ୟ କରାଯାଉଛି ।…
କେନ୍ଦ୍ରାପଡାରେ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୮ା୭ : କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏ ବର୍ଷର ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ତାଲୁକସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳୀ ଓ ରାଜନଗର କୋର୍ଟମାନ ମଧ୍ୟ ଅଂଶ…
ଋାଜ୍ୟ ସ୍ତରୀୟ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଜୟନ୍ତୀ ଆସନ୍ତା ରବିବାର ପାଳିତ ହେବ
ଓଡିଶାର ବରପୁତ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆସନ୍ତା ୯ ତାରିଖରେ ପାଳିତ ହେବ । ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲ ମିଳିତ ସହଯୋଗରେ ଆସନ୍ତା ରବିବାର ସନ୍ଧ୍ୟା…
ଗୁଲନଗର ପଞ୍ଚାୟତରେ ଫସଲ ସୁରକ୍ଷା ବୈଠକ
କେନ୍ଦ୍ରାପଡ଼ା ୭ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ଫସଲ ସୁରକ୍ଷା ପାଇଁ ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଲନଗର ପାଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଚାଷ ଜମିରେ…
ଏସ ଏସ ଜି ଋଣ ପ୍ରଦାନ ଓ ପରିଶୋଧ ସଚେତନତା ଓ ନିଯୁକ୍ତିପତ୍ର ବଣ୍ଟନ
ପଟ୍ଟାମୁଣ୍ଡାଇ ତା ୭.୭-ମିଶନଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି । ମିଶନଶକ୍ତିର ମହିଳାମାନେ ବିକାଶ ପରିଭାଷା ବଦଳାଇ ପ୍ରକୃତ ସାରଥୀ ହୋଇଛନ୍ତି ବୋଲି ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏସ ଏସ ଜି ଋଣ ପ୍ରଦାନ ଓ…
ଯଶସ୍ୱୀ ଜନନେତା ଭାଗବତବାବୁଙ୍କ ଜୟନ୍ତୀ ଓ ପ୍ରତିମୃତ୍ତି ଉନ୍ନୋଚନ ଉତ୍ସବ
କେନ୍ଦ୍ରାପଡ଼ା, ୭ା୭ : ବିଶିଷ୍ଟ ଜନନାୟକ, ସର୍ବଜନପ୍ରିୟ ପ୍ରାକ୍ତନ ମନ୍ତ୍ରୀ ତଥା ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କର ୯୫ତମ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟାଧିଶ…
‘ସମାନ ନାଗରିକ ସଂହିତା ନୂଆ ଭାରତର ଆବଶ୍ୟକତା’
କେନ୍ଦ୍ରାପଡ଼ା ୭ା୭: ସାମାଜିକ ଅନୁଷ୍ଠାନ ଜୟ ରାଷ୍ଟ୍ର ପକ୍ଷରୁ “ସମାନ ନାଗରିକ ସଂହିତା: ଆଧୁନିକ ଭାରତର ଆବଶ୍ୟକତା” ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ବଳଦେବଜୀଉ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍…










