ପଟ୍ଟାମୁଣ୍ଡାଇ ୪/୨-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ ପ୍ରଧାନ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଗାଡ଼ି ଡିକିରେ ରଖିଥିଲେ। ପଟ୍ଟାମୁଣ୍ଡାଇ ବଜାରର ଆଦର୍ଶଥାନା ନିକଟରେ ଗାଡି ଛାଡି ସେ କୌଣସି ଏକ […]

କେନ୍ଦ୍ରାପଡା,୩ା୨: ଦଶିପୁର ଗ୍ରାମପଞ୍ଚାୟତରେ ଏକ ମିନି ଧାନମଣ୍ଡି ଖୋଲାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତଟି ହେଉଛି ନଦୀ ନାଳ ଘେରା ଅଞ୍ଚଳ। ପୂର୍ବରୁ ଏହି ପଞ୍ଚାୟତଟି ଦେମାଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିଲା। କିନ୍ତୁ ଏହି ଅଞ୍ଚଳର ଚାଷୀମାନେ ନଦୀନାଳ ପାର ହୋଇ ସେମାନଙ୍କ ଧାନକୁ ବୋହି ମଣ୍ଡିରେ ପହଞ୍ଚି ବିକ୍ରୀ କରିବା […]

କେନ୍ଦ୍ରାପଡ଼ା,୩ା୨: ବିଶିଷ୍ଟ ଅନ୍ତର୍ଜାତୀୟ କବି ସମାଜସେବୀ ଡ. କଳ୍ପନା ମଲ୍ଲିକଙ୍କୁ ‘ଭଗ୍ନି ନିବେଦିତା’ ସମ୍ମାନରେ ସମ୍ମାନିତ କରାଯାଇଛି। ଆମି ଭାରତ ବୋଲଛି ଟ୍ରଷ୍ଟ, ବୋଇବନ୍ଧୁ ପବ୍ଲିକେଶନ ଓ ବି.ଆଇ.ପି.ର ମିଳିତ ଆନୁକୂଲ୍ୟରେ କଲିକତାର ସଲ୍‌ଟଲେକ ଠାରେ ଥିବା କେନ୍ଦ୍ର ସରକାରଙ୍କ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟରରେ ଅନୁଷ୍ଠିତ ପ୍ରଥମ ଏକ ଦିବସୀୟ ଜାତୀୟ କବିତା ଆସରରେ ବିଶିଷ୍ଟ ଆନ୍ତର୍ଜାତୀୟ କବି ଡ. କଳ୍ପନା ମଲ୍ଲିକଙ୍କୁ ମୁଖ୍ୟ ଅତିଥି ସ୍ୱାମୀ ନିର୍ଗୁଣାନନ୍ଦ […]

କେନ୍ଦ୍ରାପଡ଼ା, ୩ା୨: ଶିକ୍ଷକନେତା ତଥା ସାହିତ୍ୟିକ ପ୍ରାଧ୍ୟାପକ ଭଗବାନ ଜେନାଙ୍କ ଅଷ୍ଟମ ସ୍ମାରକୀ ବକ୍ତ୍ରୁତାମାଳା ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଲ’ କଲେଜ କଲୋନୀ ସ୍ଥିତ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପରିସରରେ ଥିବା ବିକଳ୍ପ ବିଚାର ମଞ୍ଚ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍ଘାଟକ ରୂପେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା ଜାତୀୟ ଶିକ୍ଷାନୀତିର ପ୍ରଚଳନ ସମୟ ଏବଂ ପ୍ରସ୍ତୁତି […]

କେନ୍ଦ୍ରାପଡ଼ା, ୩ା୨: ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା) ଅଧୀନରେ ହିତାଧିକାରୀ ମାନଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ଆର୍ôଥକ ସହାୟତା ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ […]

କେନ୍ଦ୍ରାପଡ଼ା, ୩ା୨: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରପରିଷଦ ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଡିଏସପି (ଡି.ଆଇ.ବି) ଲକ୍ଷ୍ମୀ ନାରାୟଣ ତିୱାରି, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, […]

କେନ୍ଦ୍ରାପଡା,୨ା୨: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କଟକର ମଙ୍ଗଳା କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୩-୦ ଗୋଲରେ ହରାଇ ଚମ୍ପିୟନ ହୋଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. […]

ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ଜେଜେ ବାପା ଜେଜେ ମା ପୂଜନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଉଦଘାଟନ କରିଥିଲେ I ଓକିଲ ସଂଘ ସଭାପତି ତପନ କୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ […]

କେନ୍ଦ୍ରାପଡା,୧/୨ – ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁ ମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ ନିର୍ଦେଶ ରହିଛି । ତଦନୁଯାଇ ଜିଲ୍ଲାପାଳ କେନ୍ଦ୍ରାପଡ଼ାଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସଦ୍ଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ମତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ […]

ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ୬୩ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି I ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଜୟହିନ୍ଦ ହାଇସ୍କୁଲର ଜୟଯାତ୍ରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ I କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷା ଲିଲିତା […]

କେନ୍ଦ୍ରାପଡ଼ା,୧ା୨: କେନ୍ଦ୍ର ବଜେଟ୍ ଜନବିରୋଧୀ ଓ ଅଭିବୃଦ୍ଧି ବିରୋଧୀ ବୋଲି କହିଛନ୍ତି ସିପିଆଇ(ଏମ୍‌) କେନ୍ଦ୍ରାପଡା ଜିଲ୍ଲା କମିଟି ସମ୍ପାଦକ ଗୟାଧର ଧଳ। ସେ କହିଛନ୍ତି ଯେ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆଗତ କରାଯାଇଥିବା ୨୦୨୫-୨୬ର କେନ୍ଦ୍ର ବଜେଟ ଦେଶ ତଥା ଦେଶବାସୀଙ୍କ ମୌଳିକ ସମସ୍ୟା ପ୍ରତି ଆଖି ବୁଜି ଦେଇଛି। […]

କେନ୍ଦ୍ରାପଡ଼ା,୧ା୨: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ହୋଟେଲ ଚଣ୍ଡିଆ ପ୍ୟାଲେସର ମାଲିକ ବଳରାମ ସାହୁ ଓରଫ ବାବୁନିଙ୍କୁ ଶନିବାର ସକାଳ ପ୍ରାୟ ୧୦ଟା ବେଳେ ପୁରୁଣା କଚେରୀ ନିକଟସ୍ଥ ମାଛ ଦୋକାନରେ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୋଗରୁ ପ୍ରକାଶ ଯେ ବାବୁନି ମାଛ କିଣୁଥିବା ବେଳେ ହଠାତ ଟାଉନ ଥାନା ଅନ୍ତର୍ଗତ ପୋଷ୍ଟଅଫିସଲେନ୍‌ର […]

କେନ୍ଦ୍ରାପଡା,୧ା୨: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଶନିବାର ଏକ ବାଳିକା ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଆଥଲେଟିକ ଆସୋସିଏସନ୍ ଯାଜପୁରର ସ୍ପୋର୍ଟସ ଆଣ୍ଡ ଆଡଭେଞ୍ଚର କ୍ଲବକୁ ୬-୦ ଗୋଲରେ ହରାଇ ବିଜୟୀ ହୋଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ […]

ପଟ୍ଟାମୁଣ୍ଡାଇ ୩୧/୧ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୬୭ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ଗୁଣାତ୍ମକ ଶିକ୍ଷା ଓ ନିଷ୍ଠା ଅଧ୍ୟବସାୟ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ ସ୍ଥଳରେ ପହଁଚାଇ ଥାଏ ବୋଲି ପ୍ରକାଶ କରିଥିଲେ […]

କେନ୍ଦ୍ରାପଡା,୩୧ା୧: କେନ୍ଦ୍ରାପଡା ଜିଲ୍ଲା ସଡକ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜାନୁଆରୀ ୧ ତାରିଖଠାରୁ ଆରମ୍ଭ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ କେନ୍ଦ୍ରାପଡା ମୁନିସିପାଲଟି ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ […]

କେନ୍ଦ୍ରାପଡ଼ା,୩୧ା୧: କେନ୍ଦ୍ରାପଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସମିତିର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ପୈାରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କୈାଣସି ସୂଚନା ନ ମିଳିବାରୁ ବୈଠକରେ କେତେକ ସଦସ୍ୟ ତୁମ୍ଭି ତୋଫାନ କରିଥିଲୋ । ବିଜେପି ସମର୍ଥକ ସରପଞ୍ଚଓ ସମିତିସଭ୍ୟମାନେ ଏହି ଘଟଣାକୁ ନେଇ ହୋହାଲ୍ଲା କରିଥିବା ବେଳେ ଅଣଜନ ପ୍ରତିନିଧି ପଞ୍ଚାୟତ ସମିତି କାର୍ଯ୍ୟରେ ହସ୍ତକ୍ଷେପ […]

କେନ୍ଦ୍ରାପଡ଼ା,୩୧ା୧: କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆସାମୀ କିରଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଆସାମୀକୁ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରିବା ପାଇଁ ବିଚାରପତି ତାଙ୍କ ରାୟରେ ଦର୍ଶାଇଛନ୍ତି। ଜରିମାନା ଅନାଦେୟ ଆସାମୀ ଅଧିକ ଏକ ବର୍ଷ ସଶ୍ରମ […]

ପଟ୍ଟାମୁଣ୍ଡାଇ ୩୦/୧କଳ୍ପତରୁ ନାୟକ- ସୁପ୍ରିମ କୋର୍ଟଙ୍କ ରାୟକୁ ଇଂରାଜୀ ଭାଷା ବଦଳରେ ଆଂଚଳିକ ଭାଷାରେ ଅନୁବାଦ କରିବା ସମ୍ପର୍କରେ ତାଳୁକ ଆଇନ ସେବା ସମିତି ପକ୍ଷରୁ ଏକ ସଚେତନତା ଶିବିର ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଚେତନତା […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଂଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ନିଜର ପ୍ରେମିକ ସହିତ ବିଭା ହେବାକୁ ଥିବା ଜନୈକା କନ୍ୟାକୁ ପ୍ରେମିକା ବିବାହିତା ମହିଳା ଜଣକ ବିଷ ଦେଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଯାହାଫଳରେ ପ୍ରେମିକଙ୍କ ପ୍ରସ୍ତାବିତ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି […]

ପଟ୍ଟାମୁଣ୍ଡାଇ ତା ୩୦/୧-ଓଡ଼ିଆ ଭାଷାର ଅସ୍ମିତା ସମ୍ପର୍କରେ ଆଲୋଚନାଚକ୍ର, ପତ୍ରିକା “ଦୁହିତା” ଉନ୍ମୋଚନ ଓ ମନୋଜ୍ଞ କବିତା ପାଠ ଉତ୍ସବ କଥାକାର ପ୍ରଫେସର ଡ଼ ନୀଳମଣି ଲେଙ୍କାଙ୍କ ପୌରହିତ୍ୟରେ ବଡ଼ମୋହନପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କବି ଡା ମନୋରଞ୍ଜନ ଦାଶ ମୁଖ୍ୟଅତିଥି, ପରିବେଶବିତ ହେମନ୍ତ ରାଉତ ମୁଖ୍ୟବକ୍ତା ସତୀର୍ଥ ସମ୍ପାଦକ ମନ୍ମଥ ବରାଳ, କବୟିତ୍ରୀ ଆରାଧନା ଦାଶ, ସମାଜସେବୀ ରବୀନ୍ଦ୍ର ବେହେରା, ଯୁବ ପ୍ରତିଭା ସୁଶ୍ରୀ ସଂଗୀତା ସମ୍ମାନିତ […]

କେନ୍ଦ୍ରାପଡା,୨୯ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଲିଗ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ତୃତୀୟ ଲିଗ ମ୍ୟାଚକୁ ଉଦଘାଟନ କରିଥିଲେ। […]

କେନ୍ଦ୍ରାପଡ଼ା, ୨୯ା୧: ସ୍ୱାଧିନତା ସଂଗ୍ରାମୀ ସ୍ମ୍ରୁତି ସଂସଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଂଗ୍ରାମୀଙ୍କ ସ୍ମ୍ରୁତି ଚାରଣ ଓ ସମ୍ବର୍ଦ୍ଧନା ସଭା ବଗଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବୀନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ ସଂସଦର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ପଣ୍ଡିତ ପ୍ରତାପ ପତି ସ୍ୱାଗତ ଭାଷଣ ଓ […]

କେନ୍ଦ୍ରାପଡ଼ା, ୨୯ା୧ : ରାମଚଣ୍ଡି କୃଷକ ସଭା ଓ ଅଖିଳ ଭାରତ କୃଷକ ସଭାର ମିଳିତ ଡାକରାରେ ଗୋପ ଛକ ଠାରୁ ଏକବିଶାଳ କୃଷକ ଶୋଭାଯାତ୍ରା, ସାଥି ନିରଞ୍ଜନ ଦାଶ, ସାଥି ବିଚିତ୍ର ମଲ୍ଲ, ସାଥି ସୁବାଷ ମହାପାତ୍ର, ସାଥି ଶୋହାନା ବେଗମ୍‌, ସାଥି ଭଜହରି ପ୍ରଧାନ, ସାଥି ଅକ୍ଷୟ ମଲ୍ଲିକ ପମୁଖଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଲା ପରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ […]

କେନ୍ଦ୍ରାପଡା,୨୯ା୧: କେନ୍ଦ୍ରାପଡା ଶାଖାର ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ବାର୍ଷିକ ଉତ୍ସବ ରାଣୀପୋଖରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ବୁଧବାର ତିନିମୁହାଣୀ ରାମମନ୍ଦିରଠାରେ ପାଲାଗାୟକ ପର୍ଶୁରାମ ପଣ୍ଡାଙ୍କ ସଭାପତିତ୍ୱରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉପଦେଷ୍ଟା ଚିନ୍ମୟ ଦାଶ ଉପସ୍ଥିତ ରହି ଶପଥପାଠ କରାଇଥିଲେ । ସଂଗଠନର ସ୍ଥାୟୀ ସଭାପତି ଲକ୍ଷ୍ମୀଧର ରାଉତ, କାର୍ଯ୍ୟକାରୀ ସଭାପତି […]