କେନ୍ଦ୍ରାପଡ଼ା,୧୨ା୧୧: ସ୍ୱର୍ଗତ ସତିଶ ଚନ୍ଦ୍ର ମହାନ୍ତି ନାତି ଆଇନଜୀବୀ ଏବଂ ନୋଟାରୀ ନେପାଳ ପ୍ରସାଦ ସାମନ୍ତଙ୍କ ନେତୃତ୍ୱରେ ତୃତୀୟ ବର୍ଷ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ ସହିତ ପୌରାଣିକ ନାମକରଣ, କନ୍ଦରାସୁରର ଜେଜେବାପା ମଧୁଦୈତ୍ୟ ପୋଡି ଓ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା ଚକ୍ର ମଙ୍ଗଳବାର ଦିନ କେନ୍ଦ୍ରାପଡା ସହରର ଖଡିଅଙ୍ଗ ସ୍ଥିତ ସ୍ୱର୍ଗତ ସତିଶ ଚନ୍ଦ୍ର ସାମନ୍ତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ […]

କେନ୍ଦ୍ରାପଡା,୧୨ା୧୧: ଆଜି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଚଉଦକୁଲାଟ ଗାନ୍ଧୀପୀଠଠାରେ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ନବୀନ ବାବୁଙ୍କ ନିର୍ଦ୍ଦେଶରେ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଏକମାତ୍ର ଲକ୍ଷ୍ୟ ହେଉଛି ଜନସ୍ୱାର୍ଥର ସୁରକ୍ଷା । ଜନସମସ୍ୟା ସହ ପରିଚିତ ହେବା ଓ ତାହାର ସମାଧାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିବାକୁ ବିଜେଡି […]

କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼.ମଧୁସୂଦନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ପରିଷଦ ଗଠନର ଆଭିମୁଖ୍ୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ପରିଷଦର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲେ । ଜିଲ୍ଲାର ସବୁବର୍ଗର ବ୍ୟକ୍ତି ଏଥିପାଇଁ ସମ୍ମିଳିତ ହେବାକୁ ସେ ପରିଷଦ ପକ୍ଷରୁ ଆବେଦନ କରିଥିଲେ । ପରିଷଦର ଉପସଭାପତି ଅମ୍ବିକା […]

କେନ୍ଦ୍ରାପଡା ୧୨/୧୧- ଶ୍ରୀରାମଚରିତ ମାନସର ବିଶିଷ୍ଟ କଥା ପ୍ରବଚକ, ସଂସ୍କୃତ ବିଦ୍ୱାନ ଓ ‘ମନୁର୍ଭବ’ର ସମ୍ପାଦକ ପଣ୍ଡିତ ହୃଷିକେଶ ରଥଙ୍କ ୭୨ତମ ସ୍ୱନକ୍ଷତ୍ର ୟସଭଗ୍ଦ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବନ୍ଧୁମିଳନ ସଭାରେ ବିଶିଷ୍ଟ ପ୍ରାବନ୍ଧିକ ଡ଼ ସର୍ବେଶ୍ୱର ସେଣ ଅଧ୍ୟକ୍ଷତା କରିଥିବାବେଳେ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼ ଅରୁନ୍ଧତୀ ଦେବୀ, ମହନ୍ତ ବିପିନ ଦାସ ମହାରାଜ, ସ୍ୱାମୀ କମଳରୂପାନନ୍ଦ ସରସ୍ୱତୀ, […]

କେନ୍ଦ୍ରାପଡା ୧୨/୧୧ – କେନ୍ଦ୍ରାପଡା ବ୍ଲକ୍ ଜମଧର ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିରି ଗ୍ରାମର ଗ୍ରାମଦେବତୀ ମା କଳାବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ସପ୍ତଦିନ ବ୍ୟାପୀ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରୁ ଶାଳଗ୍ରାମଙ୍କୁ ଆବାହନ କରି ସ୍ଥାପନ କରାଯିବା ପରେ ଭାଗବତ ପାଠ ଆରମ୍ଭ ହୋଇଥିଲା । ଏହି ଅବସରରେ ଦୈନିକ ନାନାପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପୂଜକ ପ୍ରଫୁଲ୍ଲ କୁମାର ଦାଶ ଓ […]

କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ବରାହିଲୋ ଗ୍ରାମର ଅନାମ ଚରଣ ମଳିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବାସଗୃହ ନିର୍ମାଣ ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବାକୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କୁ ଭେଟି ନିବେଦନ କରିଛନ୍ତି। ସେ ଜଣେ ଭିନ୍ନକ୍ଷମ ତଥା ଦଳିତ ସଂପ୍ରଦାୟର ଗରିବ ଲୋକ ଅଟନ୍ତି। ପୂର୍ବରୁ ବାରମ୍ବାର ସେ ଏଥିନିମନ୍ତେ ଦରଖାସ୍ତ କରିଥିଲେ ବି ତାଙ୍କ […]

କେନ୍ଦ୍ରାପଡ଼ା, ୧୨ା୧୧ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କୁ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ସୁଭଦ୍ରା ଯୋଜନାରେ ସମସ୍ତ ମା’ମାନଙ୍କୁ ସାମିଲ କରାଯାଇ ଗୋଟିଏ କିସ୍ତିରେ ୫୦ହଜାର ଟଙ୍କା ପ୍ରଦାନ କରାଯିବା, ଲକ୍ଷ୍ମୀନାରାୟଣ ପୁର ଗ୍ରାମପଞ୍ଚାୟତରେ ବରାହିଲୋ ଗ୍ରାମରେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ପକ୍ଷରୁ ଓଭରବ୍ରିଜ ନିର୍ମାଣ କରାଯିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର […]

କେନ୍ଦ୍ରାପଡା, ୧୨ା୧୧: ପୂର୍ବାହ୍ନରେ ବାରୁଅସ୍ଥିତ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ରର ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡିଓ ପରିସରରେ ଜାତୀୟ ଲୋକ ସେବା ପ୍ରସାରଣ ଦିବସ ଯଥାବିଧି ପାଳିତ ହୋଇଯାଇଛି । ଭାବଗ୍ରାହୀ କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, କେନ୍ଦ୍ର ନିର୍ଦ୍ଦେଶକ ଇଂ ବିଶ୍ୱଜିତ୍ ପରିଡା, […]

କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡାର ଯୁବ ସମାଜସେବୀ ଅକ୍ଷୟ ତରାଇଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମହାନାୟକ ମହେନ୍ଦ୍ର ସ୍ୱାଇଁ ସ୍ମୃତି ପରିଷଦ, ଖଣ୍ଡପଡା, ନୟାଗଡ଼ ପକ୍ଷରୁ ଆୟୋଜିତ ମହେନ୍ଦ୍ର ସ୍ୱାଇଁଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବରେ ଯୁବ ସମାଜ ସେବୀ ଅକ୍ଷୟ କୁମାର ତରାଇଙ୍କୁ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ଆଡଭୋକେଟ୍ ଗିରିଜା ଶଙ୍କର ତରାସିଆଙ୍କ ଅଧ୍ୟକ୍ଷତାରେ ଏବଂ […]

କେନ୍ଦ୍ରାପଡ଼ା,୧୧ା୧୧: ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ପରିଷଦ ଓ ପତ୍ରିକାର ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମାରୋହର ପ୍ରଥମ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ବାସୁଦେବ ଦାସ, କବି ଅନ୍ନପୂର୍ଣ୍ଣା ମହାନ୍ତି ଯୋଗ ଦେଇଥିବା ବେଳେ କବି ପ୍ରେମାନନ୍ଦ […]

କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡ଼ା ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ (ପିଷ୍ଟା) ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ନବନିଯୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଜିଲ୍ଲା ସଙ୍ଘ ସମ୍ପାଦକ ଅକ୍ଷୟ କୁମାର ପୋଥାଳ ସଭାପତିତ୍ୱ କରିଥିଲେ। ଏହି ଆଲୋଚନାଚକ୍ରରେ ରାଜ୍ୟ ସଙ୍ଘ ଉପସଭାପତି ନରେଶ […]

କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ବୈଠକ ଆଜି ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼.ମଧୁସୂଦନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ପରିଷଦ ଗଠନର ଆଭିମୁଖ୍ୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ପରିଷଦର ପ୍ରତିବଦ୍ଧତା କୁ ସ୍ପଷ୍ଟ କରିଥିଲେ । ଜିଲ୍ଲାର ସବୁବର୍ଗର ବ୍ୟକ୍ତି ଏଥିପାଇଁ ସମ୍ମିଳିତ ହେବାକୁ ସେ ପରିଷଦ ପକ୍ଷରୁ ଆବେଦନ କରିଥିଲେ । […]

ପଟ୍ଟାମୁଣ୍ଡାଇ ୧୧/୧୧ -ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୮ ତାରିଖ ଶୁକ୍ରବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାରବିତରଣ ପୂର୍ବକ ରାଜ୍ୟ ସ୍ତରକୁ ମନୋନିତ କରାଯାଇଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲି ଗ୍ରାମର ଏମଏନ ହାଇସ୍କୁଲ ଛାତ୍ରୀ ଅନନ୍ୟା ମହାଳିକ […]

ପଟ୍ଟାମୁଣ୍ଡାଇ ୧୧/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ନିମପୁର ଶାସନ ଗାଁରେ ସୋମବାର ସକାଳ ପ୍ରାୟ ସାଢ଼େ ୮ଟାରେ ୨ଜଣ ଅଣଓଡ଼ିଆ ଲୋକ ପିଲା ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ସଦଳବଳ ପହଁଚି ଉତ୍ୟକ୍ତ ଲୋକଙ୍କଠାରୁ ୨ଅଣଓଡ଼ିଆ ଲୋକଙ୍କୁ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ […]

ପଟ୍ଟାମୁଣ୍ଡାଇ ୧୦/୧୧ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିରେ ବିଜେଡି ଡିଜିଟାଲ ସଭ୍ୟ ସଂଗ୍ରହ ତାଲିମ ଶିବିର ରାବିବାର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ ଶିବିରରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାର୍ଥ ସ୍ୱାଭିମାନର ଜାଗ୍ରତ ପ୍ରହରୀ ବିଜେଡିର ସଂଗଠନକୁ ଅଧିକ ସୁଦୃଢ […]

ପଟ୍ଟାମୁଣ୍ଡାଇ ୧୦/୧୧-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ନିଗିନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଷରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୧୦୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଛନ୍ତି। ଏହି ରକ୍ତଦନ ଶିବିରକୁ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ସଂଯୋଜକ ମଳୟ କୁମାର ବାରିକ, ଉତ୍କଳମଣୀ ଯୁବକସଂଙ୍ଗ ସଭାପତି ଗୌତମ ବେହେରା, ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନା, ଶ୍ରୀ ଜଗନ୍ନାଥ ଚାରିଟେବୁଲ […]

କେନ୍ଦ୍ରାପଡା, ତା.୧୦/୧୧: ଚଳିତ ବର୍ଷ ମାଣ୍ଡିଆ ଦିବସ ପାଳନ ପରିପେକ୍ଷୀରେ କେନ୍ଦ୍ରାପଡ଼ା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ୧୨.୩୦ ମିନିଟ୍ ସମୟରେ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଅୟୋଜିତ ହୋଇଯାଇଛି । ଓଡିଶାର ପାରମ୍ପରିକ ଖାଦ୍ୟ ଐତିହ୍ୟ ସହିତ ଜଡିତ ଶ୍ରୀଅନ୍ନ ଓ ବିସ୍ତୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଓ ଖାଦ୍ୟ ସଂସ୍କୃତିରେ ପାରମ୍ପରିକ ଖାଦ୍ୟକୁ ସାମିଲ କରିବା […]

କେନ୍ଦ୍ରାପଡ଼ା,୧୦ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମରେ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ଭାଙ୍ଗି ଯାଇଥିବା କୁକୁରକୁ ଚିକିତ୍ସା କରାଯାଇଥିଲା । ଗତ ତିନିଦିନ ହେବ ବୁଲା କୁକୁରଟି ରାସ୍ତାରେ ଶୋଇଥିବା ବେଳେ ଏକ ଅଜଣା ଗାଡି ଚଢି ଯାଇଥିଲା । ଯାହାଫଳରେ ତାହାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ସେ କୁଆଡେ ଯାଇ ନପାରି ବିକଟାଳ ରଡି ଛାଡୁଥିଲା । ଏହା ଦେଖି ଗ୍ରାମବାସୀମାନେ ତାକୁ ଖାଇବାକୁ […]

ପଟ୍ଟାମୁଣ୍ଡାଇ ତା ୧୦/୧୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ି ପାଳ ମାଳତୀ ଦେବୀ ବାଳିକା ହାଇସ୍କୁଲ ଠାରେ ୧୧ ତମ ମାଧ୍ୟମିକ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟ ଓ ଗଙ୍ଗାରାମପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ କବିଙ୍କ ସଂଯୋଜନାରେ ଆୟୋଜିତ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁରମା ମହାପାତ୍ର, ଜିଲ୍ଲା ବିଜ୍ଞାନ […]

କେନ୍ଦ୍ରାପଡ଼ା, ୧୦ା୧୧ : ପବିତ୍ର ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ତଥା କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ତଥା ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ରବିବାର କାର୍ତ୍ତିକ ହବିଷ୍ୟାଳୀ ବ୍ରତ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଶ୍ରୀବଳଦେବଜୀଊଙ୍କ ମନ୍ଦିର ଝୁଲଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ […]

ପଟ୍ଟାମୁଣ୍ଡାଇ ୧୦/୧୧ -ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଶିକ୍ଷାର ସମାଜ ଗଠନରେ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ମଧୁସ୍ମିତା ସିଂ ଯୋଗ ଦେଇ ଶିକ୍ଷାର ସମାଜ ଗଠନରେ ଅବଦାନ ଓ ପ୍ରତିଫଳନ ଉପରେ ଆଲୋକପାତ କରିଥିଲେ । ସମାଜ ବିଜ୍ଞାନ ବିଭାଗ ମୁଖ୍ୟ […]

ପଟ୍ଟାମୁଣ୍ଡାଇ ୧୦/୧୧ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳରେ ରବିବାର ବିଜେଡି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅଳପୁଆ ମା ଧାନେଶ୍ୱରୀ ପୀଠରୁ ଆରମ୍ଭ ହୋଇ ଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ପ୍ରାକ୍ତନ ବ୍ଲକ ଉପାଧକ୍ଷ ସୁଶାନ୍ତ ଦାସ,ବରିଷ୍ଠ ନେତା ଧନେଶ୍ୱର ପ୍ରଧାନ, […]

କେନ୍ଦ୍ରାପଡ଼ା, ୧୦ା୧୧: ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ବଣିଆମାଳର ବଂଶୀଧର ମହାନ୍ତିଙ୍କ ସୁପୁତ୍ର ଶୈଳେନ୍ଦ୍ର କୁମାର ମହାନ୍ତିଙ୍କୁ ରବିବାର ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ପାଟରା ସମିତିର ସଭାପତି ନୃସିଂହ ଚରଣ ପାତ୍ର ଯୋଗଦେଇ କହିଲେ ଯେ ଶୈଳେନ୍ଦ୍ର ହେଉଛନ୍ତି ପାଟରା ସମାଜର ଗର୍ବ ଓ […]

କେନ୍ଦ୍ରାପଡ଼ା,୯ା୧୧: ମାତ୍ର କିଛି ମାସର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଛନ୍ତି ପୋଲିସ ଇନସପେକ୍ଟର ତପନ କୁମାର ନାୟକ ଓ ଶ୍ରୀକାନ୍ତ କୁମାର ବାରିକ। ୨୦୨୪ ସାଧାରଣ ନିର୍ବାଚନର ଅବବ୍ୟହତି ପୂର୍ବରୁ କେନ୍ଦ୍ରାପଡା ଟାଉନ ଥାନାରୁ ତପନ କୁମାର ନାୟକ ଓ ତାଳଚୁଆ ସାମୁଦ୍ରିକ ଥାନାରୁ ଇନସପେକ୍ଟର ଶ୍ରୀକାନ୍ତ କୁମାର ବାରିକଙ୍କୁ ବଦଳି କରାଯାଇଥିଲା। ଶନିବାର ସେମାନେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଥିବା କେନ୍ଦ୍ରାଞ୍ଚଳ ଡି.ଆଇ.ଜି.ଙ୍କ ନିର୍ଦେଶନାମା ସଂଖ୍ୟା […]