କେନ୍ଦ୍ରାପଡା,୧୧ା୮ : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗୋପ ଠାରେ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ ସଙ୍ଘର ଜିଲ୍ଲା ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘର ରାଜ୍ୟ ଉପସଭାପତି ସାଥି ରାଜକିଶୋର ସାମଲ, ରାଜ୍ୟ କୋଷାଧ୍ୟକ୍ଷ ସାଥି କାଂଚନବାଳା ରାଉତ, ଏଆଇଟିୟୁସି ରାଜ୍ୟ ନେତା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ପାଚିକା ମାନେ […]

କେନ୍ଦ୍ରାପଡା,୧୧/୮:ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆରେ ଅନୁବାଦ ହୋଇଥିବା ବଙ୍ଗଳା ଲେଖିକା ମାନସୀ ସିହ୍ନା ରାଓଲଙ୍କ ରଚିତ ଇଂରାଜୀ ପୁସ୍ତକ “ସାଫ୍ରନ୍ ସୋର୍ଡସ୍‌’ ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଏହି ନିଆରା ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦିକା ନବଜ୍ୟୋତି ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ […]

କେନ୍ଦ୍ରାପଡ଼ା, ୧୧ା୮: ଏହି ବ୍ଲକ୍ ଅନ୍ତର୍ଗତ କୁତରଙ୍ଗସ୍ଥିତ ମଦନମୋହନ ଜ୍ଞାନପୀଠଠାରେ କେନ୍ଦ୍ରାପଡା ବ୍ଲକ୍‌ର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରବିବାର ଦିନ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତି ରାଜକିଶୋର ନାୟକଙ୍କ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ତପନ କୁମାର ସିଂହ, ନିର୍ମଳ କୁମାର ନାୟକ, ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ବେହେରା, […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଚଳନ୍ତା କାରରେ ହଠାତ ନିଆଁ ଲାଗି ଜଳିଯାଇଛି । କାର ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାରେ ଯାଉଥିବା ବେଳେ କଷଣଅଂଟା ନିକଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଗାଡ଼ିରେ ନିଆଁ ଲାଗିବା ପରେ ଗାଡ଼ିର ଡ୍ରାଇଭର ଗାଡିରୁ ବାହାରି ପଡ଼ିଥିଲେ । ଧୀରେ ଧୀରେ ଗାଡ଼ିଟି ବେଶି ବେଶି ଜଳିବାକୁ ଲାଗିଥିଲା । ତେବେ, ଅଗ୍ନିକାଣ୍ଡ କିପରି ଘଟିଛି ସେ ନେଇ କୌଣସି […]

କେନ୍ଦ୍ରାପଡ଼ା, ୧୦/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ବିଣାପାଣି ଦାଶଙ୍କ ସଭାପତିତ୍ୱରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ମିଳନୀ (ପିଟିଏ)ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବାଶିଷ ପତି, ଅନ୍ୟାନ୍ୟ ସଭ୍ୟ/ସଭ୍ୟା, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ। ଏହି ବୈଠକରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା, ଆଇନ […]

କେନ୍ଦ୍ରାପଡା,୯ା୮ :କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କହ୍ନେଇପୁର ଗ୍ରାମର ଜନୈକ ଚାଷୀ ଋଣ ବୋଝ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ପ୍ରଧାନ(୫୦)। ମହେନ୍ଦ୍ର ଗୋଟିଏ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ ମହେନ୍ଦ୍ର ସକାଳ ୯ଟାରେ ଘରୁ ବିଲକୁ […]

କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମରେ ସନ୍ଦେହଜନକ ଭାବରେ ବୁଲି ଫେରିବାଲା ବ୍ୟବସାୟ କରୁଥିବା ଦୁଇ ବାଂଗଲାଦେଶୀଙ୍କୁ ଗ୍ରାମବାସୀମାନେ ଅଟକାଇ ସଦର ଥାନାକୁ ଖବର ଦେଇଥିଲେ। ସେମାନଙ୍କ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ନକଲି ଥିବା ନେଇ ସନ୍ଦେହ କରି ଗ୍ରାମବାସୀମାନେ ପୋଲିସକୁ ଜଣାଇଥିଲେ। ଏହି ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ […]

କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ହାଟବାଣପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱର୍ଗତ ମକର ଦାସ ଏବଂ ତାଙ୍କ ପତ୍ନୀ ଦୁଲଣୀ ଦାସ ଙ୍କର ପ୍ରତିମୂର୍ତ୍ତିକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ଉପସଭାପତି ଫକୀର ମୋହନ ଦାସଙ୍କ […]

କେନ୍ଦ୍ରାପଡା, ୧୦ା୯: ବଳଦେବ ସେନା ପକ୍ଷରୁ ବାଂଲାଦେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଭଙ୍ଗାରୁଜା କରାଯିବା ଓ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ ସ୍ୱରୂପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର ସଦସ୍ୟ ଓ ମନ୍ଦିର ସେବକବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କିଛିଦିନ ପୂର୍ବେ ବାଂଲାଦେଶରେ ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଇଛି । […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଘରେ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବା ଲାଗି ରାଜ୍ୟ ସରକାର ସଂସାରଫଳ ଠାରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ବିଛା କାର୍ଯ୍ୟ କାରାଯାଉଥିବାରୁ ବ୍ୟାପକ ରାସ୍ତା ନଷ୍ଟ ହେଉଛି। ବହୁ ପରିମାଣରେ ବିଭିନ୍ନ କିସମର ଛୋଟବଡ ଗଛ କଟାଯାଉଥିବା ବେଳେ ରାସ୍ତା ପାର୍ଶ୍ୱରୁ ଜେସିବି ଲଗାଇ ମାଟି ଖୋଳି ପାଇପ୍ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦୋଶିଆ ୟୁଜିୟୁପି ସ୍କୁଲର ଛାତ୍ରୀ ସ୍ୱାତୀସ୍ମିତା ସ୍ୱାଇଁ ଚଳିତବର୍ଷ ନିମନ୍ତେ କ୍ରିଏଟିଭ ଆର୍ଟରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସ୍ୱାତୀସ୍ମିତ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗରା ଗ୍ରାମର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଓ ସ୍ୱିତା ସ୍ୱାଇଁଙ୍କ ସାନ ଝିଅ ଅଟେ। ଛାତ୍ର ଅବସ୍ଥାରେ ଦୋଷିଆ ୟୁଜିୟୁପି ସ୍କୁଲରେ ପାଠ ପଢିବା ସମୟରେ ବିଭିନ୍ନ ପ୍ରତିଯୋଗିତାରେ […]

କେନ୍ଦ୍ରାପଡା,୯ା୮: କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଭାରତଛାଡ ଆନ୍ଦୋଳନକୁ ମନେ ପକାଇବା ସହିତ ଆଜିର ଯୁବ ଓ ଛାତ୍ର ସମାଜକୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏହି ଅବସରରେ ଅତିଥିମାନେ ଆହ୍ୱାନ ଦେଇଥିଲେ । ସାରା ବିଶ୍ୱରେ ଯୁଦ୍ଧର ଘନଘଟା ଚାଲିଥିବା ବେଳେ ଗାନ୍ଧି ଅଧିକ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ । ସକାଳ ୬ଟାରୁ […]

କେନ୍ଦ୍ରାପଡ଼ା, ୯ା୮: ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କଲେକ୍ଟୋରେଟ ଷ୍ଟଫ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଷ୍ଟାଫ କମିଟିର ସଦସ୍ୟମାନେ ଯୋଗଦେଇ ଜିଲ୍ଲାପାଳଙ୍କ ସ୍ୱଳ୍ପ କାର୍ଯ୍ୟକାଳ ସମୟର ମଧୁର ସ୍ମୃତିଚାରଣ କରିବା ସହ ବିକାଶ ମୂଳକ କାର୍ଯ୍ୟର […]

ଆଖିରେ ଝର ଝର ହୋଇ ଲୁହ ଝରୁଛି । ଥମିବାର ନା ନେଉନି । ଘରର ଭେଣ୍ଡିଆ ପୁଅ ଯେବେ ବାପା ମାଆଙ୍କୁ ପୋଷିବା ବୟସରେ କୌଣସି ରୋଗରେ ଆକ୍ରାନ୍ତ ହୋଇପଡେ ସେ ଅବା କଣ କରିବେ । ଘରର ପୁଅଟି ଏବେ ତା ବାପା ମାଆଙ୍କ ପାଇଁ ବୋଝ ପାଲଟି ଯାଇଛି । ପୁଅକୁ ଏଭଳି ଅବସ୍ଥାରେ ଦେଖି କାହାକୁ କିଛି ନ କହି ନିଜ ପୁଅକୁ ଚାହିଁ […]

କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟ ଭୁବନେଶ୍ୱରକୁ ବଦଳି ହୋଇଛି। ଏସମ୍ପର୍କରେ ଗତ ଜୁଲାଇମାସ ୨୪ତାରିଖରେ ବିଭାଗୀୟ ନିର୍ଦେଶନାମା ପ୍ରକାଶ ପାଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ ତୁଲାଇଥିଲେ ।  ତାଙ୍କ କାର୍ଯ୍ୟ ଅବଧି ଭିତରେ ସେ ନିଜର ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠପରାୟଣତା ପାଇଁ […]

କେନ୍ଦ୍ରାପଡ଼ା, ୮ା୮: ପୁରୀରୁ ଚୋରି ଯାଇଥିବା ‘ଗୋପିନାଥ’ ନାମକ ଏକ ବସକୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଆଜି ଅପରାହ୍ନରେ ଜବତ କରିଛି। ପୁରୀରୁ ଚୋରି ହୋଇଥିବା ଏହି ବସଟିକୁ ପ୍ରଥମେ ପାରାଦୀପ ନିଆଯାଇଥିବା ବେଳେ ସେଠାରୁ ୫୩ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡା ଆଡକୁ ବସଟି ଆସୁଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣାଇଥିଲେ। ଖବର ପାଇବା […]

କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଆଇ.ଏ.ଏସ. ସ୍ମୃତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ପ୍ରଧାନ ଏବେ ଗଜପତିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶକୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଜିଲ୍ଲାପାଳ ଶ୍ରୀ ବିକାଶ କେନ୍ଦ୍ରାପଡାରେ ଗତ ଜାନୁଆରୀ ମାସ ୩୦ତାରିଖରେ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ।

କେନ୍ଦ୍ରାପଡ଼ା, ୮ା୮: ସି ପି ଆଇ(ଏମ୍‌)ର ପୂର୍ବତନ ପଲିଟିବ୍ୟୁର ସଭ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଥି ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କର ୮୦ବର୍ଷ ବୟସରେ କୋଲକତାସ୍ଥିତ ବାସଭବନରେ ଆଜି ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ସିପିଆଇ(ଏମ୍‌) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଭାପତିତ୍ୱରେ ଏକ ଶୋକସଭା ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଥି ଭଟାଚାର୍ଯ୍ୟ ୨୦୦୦ମସିହାରୁ ୨୦୧୧ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର […]

କେନ୍ଦ୍ରାପଡ଼ା,୮ା୮:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବିଶିଷ୍ଟ ମୂର୍ତ୍ତିସାଜ କାରିଗର କ୍ଷେତ୍ରବାସୀ ସାହୁ(୮୯)ଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ସାହୁ ବହୁଦିନ ହେବ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ସେ କେନ୍ଦ୍ରାପଡା ସହର ଓ ଆଖ ଅଞ୍ଚଳରେ ସାଜ କାରିଗର ଭାବେ ସୁନାମ ଅର୍ଜନ କରିଥିଲେ । ଯେଉଁଠି ଲକ୍ଷ୍ମୀ ପୂଜା, କାଳୀ ପୂଜା, ଦୂର୍ଗାପୂଜା ହେଉ ବା ଯେ କୌଣସି ମେଢରେ ସାଜ କାମ ହେଲେ ତାଙ୍କୁ […]

କେନ୍ଦ୍ରାପଡା, ୮ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦକୁ ସମର୍ଥନ ଜଣାଇ ମୂଳନିବାସୀ ୟୁନାଇଟେଡ୍ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତବର୍ଷରେ ପୂର୍ବେ ମଣିଷ ଜାତିକୁ ହୀନ କଳଙ୍କିତ ଜାତି ବ୍ୟବସ୍ଥାରେ ସାମାଜିକ କ୍ଷେତ୍ରରେ ବାସନ୍ଦ କରାଯାଇ ପଶୁତୁଲ୍ୟ ବ୍ୟବହାର କରାଯାଉଥିଲା । ମୂଳନିବାସୀ ସମାଜକୁ […]

କେନ୍ଦ୍ରାପଡା, ୮/୮: କେନ୍ଦ୍ରାପଡା ସହରର କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲ୍‌ଚରର ପ୍ରତିଷ୍ଠାତା ଆର୍ନ୍ତଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ ଅଗଷ୍ଟ ୭ ତାରିଖରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ଭେଟି ତାଙ୍କ କାନ୍‌ଭାସ୍‌ରେ ଅଙ୍କିତ ତୈଳଚିତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓଡିଶା ଓ କେନ୍ଦ୍ରାପଡାର ୫ଟି ସମସ୍ୟା […]

ପଟ୍ଟାମୁଣ୍ଡାଇ ସିପିଆଇଏମଏଲ ପକ୍ଷରୁ ପାର୍ଟି ଅଫିସ ଠାରେ କମ୍ରେଡ ଚାରୁ ମଜୁମଦାରଙ୍କ ୫୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ସି ପି ଆଇ ଏମ ଏଲ ନେତା କମ୍ରେଡ ସଂଜୀବ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ କମ୍ରେଡ ବସନ୍ତ ମଲିକ, ହିମାଦ୍ରୀ ଦାସ, ପ୍ରକାଶ ମଲିକ, ମହେନ୍ଦ୍ର ପରିଡା,ବିଶ୍ୱଜିତ ରାଉତ, ଉଲ୍ଲାସ ଦାସ, ଭାବଗ୍ରାହୀ ବେହେରା ଓ ଚକ୍ରଧର ଦାସ ଭାଷଣ ଦେଇ କମ୍ରେଡ ଚାରୁ ମଜୁମଦାର ସାଧାରଣ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଷଣଅଂଟା ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରତିଭା ଉନ୍ମେଷ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରୀୟ ଶିକ୍ଷକନେତା ସିଆରସିସି ମଳୟ ଜେନା ପୌରହିତ୍ୟ କରିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, ବିଆରସିସି ଚନ୍ଦ୍ରଶେଖର ତ୍ରିପାଠୀ, ଏବିଇଓ ସୁନିତ୍ ଦାଶ ସମ୍ମାନିତ ଅତିଥି,ପୁର୍ବତନ […]

କେନ୍ଦ୍ରାପଡା,୭ା୮: ରାଜ୍ୟରେ ଥିବା ଏକ ହଜାର ସ୍ୱାସ୍ଥ୍ୟମିତ୍ର ଏବେ ଚାକିରୀ ହରାଇବା ଆଶଙ୍କାରେ ରହିଛନ୍ତି। ଏ ନେଇ ଓଡିଶା ସ୍ୱାସ୍ଥ୍ୟମିତ୍ର ସଂଘ ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନିବେଦନ କରାଯାଇଛି। ସଂଘ ପକ୍ଷରୁ ନିବେଦନ କରାଯାଇଛି ଯେ ୨୦୧୯ ମସିହାରେ ସମଗ୍ର ରାଜ୍ୟରେ ୩୦ଟି ଜିଲ୍ଲାର ୭୦୦ରୁ ଅଧିକ ପଞ୍ଜୀକୃତ ବେସରାକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ପାଇଁ ସେମାନେ […]