କେନ୍ଦ୍ରାପଡା,ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହିତ ଶ୍ରୀ ବଳଦେବଜୀଉ ମନ୍ଦିର ଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଗସ୍ତ କରିବା ସମୟରେ ପଟ୍ଟାମୁଣ୍ଡାଇ ବଜାର ଏବଂ କେନ୍ଦ୍ରାପଡା ବଜାରରେ ବିଜେପି କଳାପତାକା ପ୍ରଦର୍ଶନ କରି ବିରୋଧ କରିଥିଲା । ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ଦେଇ ଶ୍ରୀ ବଳଦେବଜୀଉ ମନ୍ଦିର […]
କେନ୍ଦ୍ରାପଡା, ୧୮/୧୨:ମାନବ ସମାଜର କଲ୍ୟାଣ ସାଧନ ସବୁ ଧର୍ମର ମୂଳମନ୍ତ୍ର । ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କର ଧର୍ମର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ସଠିକ୍ ଅବଧାରଣାର ଅଭାବ କାରଣରୁ ସମୟ ସମୟରେ କେତେକ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ସମାଜର ଅଶେଷ କ୍ଷତି ସାଧନ କରିଥାଏ । ମାତ୍ର ଭେଦଭାବ କୌଣସି ମଧ୍ୟରେ ନଥାଏ ବରଂ ଧର୍ମାନ୍ଧତା […]
ଓଡିଶା ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ ୫ଟି ଓ ନବୀନ ଓଡିଶା ଅଧକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ କାର୍ତିକେୟନ ପାଣ୍ଡିଆନ ଆଜି ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ପଟ୍ଟାମୁଣ୍ଡାଇ ଉପକଣ୍ଠ ଏମଏନ ହାଇସ୍କୁଲ ଠାରେ ପହଂଚିବା ମାତ୍ରେ ହଜାର ହଜାର ମହିଳା, ପୁରୁଷ ଯୁବ ଛାତ୍ରମାନେ ଉଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରି ଏକ ବିଶାଳ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ପର୍ଯ୍ୟନ୍ତ ଆଣିଥିଲେ । ରାସ୍ତା ସାରା ଲୋକମାନେ ପାଣ୍ଡିଆନଙ୍କ କାର ଉପରକୁ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକେୟାନ ପାଣ୍ଡିଆନଙ୍କୁ ପଟ୍ଟାମୁଣ୍ଡାଇ ଭାଜପା ବିରୋଧ କରିବା ସହ ନାରାବାଜି କରିଛନ୍ତି । କାର୍ତିକେୟାନ ପାଣ୍ଡିଆନ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ସଭା ମଂଚରେ ପହଂଚିବା ପୂର୍ବର ଭାଜପା ପକ୍ଷରୁ କର୍ମୀମାନେ ଜବାବ ମାଗୁଛି ଓଡିଶା ଏକ କଳା ବ୍ୟାନର ଲେଖା ଯାଇଥିବା ଓଡିଶାର ଶିକ୍ଷିତ ଯୁବତୀ ଯୁବକକୁ ବେକାର କରିଛି କିଏ, ମନ୍ତ୍ରୀ ନବ ଦାସ […]
ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ )ପକ୍ଷରୁ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଆକ୍ରମଣ ନେଇ ସର୍ଭେ କରାଯିବା ସହିତ ଏ ଦିଗରେ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଚଳିତବର୍ଷ କୁମ୍ଭୀର ଆକ୍ରମଣରେ ପଟ୍ଟାମୁଣ୍ଡାଇ ବ୍ଲକରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସମ୍ପ୍ରତି ବିଭିନ୍ନ ନଦନଦୀ ଏପରିକି କେନାଲ ମାନଙ୍କରେ କୁମ୍ଭୀର ଉପଦ୍ରଵ ଦେଖିବାକୁ ମିଳିଛି । […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା ଭବନେଶ୍ୱର ହାଇସ୍କୁଲ ପରିସରରେ ଶନିବାର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଟ୍ଟାମୁଣ୍ଡଇ ବ୍ଲକ ୩୦ ଟି ବିଦ୍ୟାଳୟର ୨୨୦ ଛାତ୍ରୀଛାତ୍ରଙ୍କୁ ନେଇ ଓଷ୍ଟା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପଟ୍ଟାମୁଣ୍ଡାଇ ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡପଡାର ବିଶିଷ୍ଠ ସାମାଜିକକର୍ମୀ ବରାହ […]
କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଛାପୁରସ୍ଥିତ ମା’ ବାରଙ୍ଗେଇଙ୍କ ମନ୍ଦିର ପରିସରରେ କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳରୁ ଜିଲ୍ଲା, ବ୍ଲକ ଓ ପୈାରାଞ୍ଚଳ ସ୍ତରୀୟ କର୍ମକର୍ତ୍ତା ଓ ଉପଦେଷ୍ଟାମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଶ୍ରୀବଳଦେବଜୀଉଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା […]
କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା ଏବଂ ନିର୍ବାଚିତ କାଉନସିଲରଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରିନିଆଯାଇଥିବା ଜଣାପଡିଛି । ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା କାଲି ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା […]
କେନ୍ଦ୍ରାପଡ଼ା, ୧୭ା୧୨ : ଗାନ୍ଧିଜୀ କେବଳ ଜଣେ ବ୍ୟକ୍ତି ନଥିଲେ । ସେ ଥିଲେ ଗୋଟିଏ ବିଚାରର ପ୍ରତିନିଧି ଏବଂ ତାଙ୍କର ଜୀବନ ହିଁ ଥିଲା ତାଙ୍କ ବିଚାରର ପ୍ରତିଛବି । ଯେଉଁଥି ପାଇଁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱ ତାଙ୍କୁ ବିଶ୍ୱ ମାନବର ସମ୍ମାନ ଦେଉଥିବା ବେଳେ ଭାରତବର୍ଷ ତାଙ୍କ ପାଇଁ ଗର୍ବ ଅନୁଭବ କରିଥାଏ । ମାତ୍ର ଧର୍ମାନ୍ଧମାନଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯିବା […]
କେନ୍ଦ୍ରାପଡ଼ା, ୧୭ା୧୨ :୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଆଜି ପୂର୍ବାହ୍ନରେ ପ୍ରଦକ୍ଷଣ କେନ୍ଦ୍ର(ସର୍କିଟ ହାଉସ)ରେ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା […]
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଘଟଣାକୁ ନେଇ ବହୁ ଶିକ୍ଷାବିତ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଏହି ଘଟଣାରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ମିଶ୍ରଙ୍କୁ କଲେଜ ପରିସରରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ କେତେକ ଅସାମାଜିକ ବ୍ୟକ୍ତି ପଶି କଲେଜ ଅଧ୍ୟକ୍ଷ ନିଯୁକ୍ତି ସଂକ୍ରାନ୍ତୀୟ ହାଇକୋର୍ଟରେ ବିଚାରାଧୀନ ଥିବା […]
କେନ୍ଦ୍ରାପଡ଼ା, ୧୬ା୧୨ : ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସହଭାଗିତାରେ ଆୟୋଜିତ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏହାକୁ ଉଦ୍ଘାଟନ କରି କହିଛନ୍ତି “ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀ ଓ ଚିତ୍ରପ୍ରେମୀଙ୍କ ଭିତରେ ଚିତ୍ରକଳା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସୃଜନର କାନଭାସ୍ରେ ନୂଆ ଚିତ୍ର […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ରବି ନାରାୟଣ ନାୟକ ଓ ବାବୁଲାଲ କର ତାଲିମଦାତା ଭାବେ ଯୋଗ ଦେଇ ବିଭିନ୍ନ ବିପର୍ଯୟ ସମୟରେ ଲୋକମାନଙ୍କୁ ସତର୍କ କରିବା […]
ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲମୁନି କମିଟି ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରିଥିଲେ । ନିର୍ମାଣାଧୀନ କଲେଜ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବା ବୈଠକ ଦାବୀ କରାଯାଇଥିଲା । ଆସନ୍ତା ଜାନୁଆରୀ ୨୪ତାରିଖରେ କଲେଜ ଆଲମୁନି କମିଟିର ସାଧାରଣ ବୈଠକ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । […]
ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଜେବି ସ୍ୱୟଂ ଶାସିତ କଲେଜ ସହକାରୀ ପ୍ରଫେସର ବିଭାବରୀ ବଳ ବିଷୟ ବିଶାରଦ ଭାବେ ଯୋଗ ଦେଇ ନୂତନ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ସ୍ୱାଗତଭାଷଣ ଓ କଲେଜ […]
୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ ପ୍ରାକ୍ତନ ଆଇଏଏସ ଭି କେ ପାଣ୍ଡିଆନ ବିଜେଡି ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାଜନଗର ଓ ପଟ୍ଟାମୁଣ୍ଡାଇ ଗସ୍ତରେ ଆସୁଥିବାରୁ ତାଙ୍କ ଗସ୍ତ ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ବହନ କରୁଛି । ଏଥି ପାଇଁ ଜିଲ୍ଲା ଠାରୁ ସ୍ଥାନୀୟ ପ୍ରଶାସନ ଓ ବିଜେଡି କର୍ମକର୍ତାମାନେ ଚଳଚଂଚଳ ହୋଇ ପଡିଥିବାବେଳେ ସାଧାରଣରେ ଗସ୍ତକୁ […]
କେନ୍ଦ୍ରାପଡା, ୧୬/୧୨: ବିଶ୍ୱ ପେନସନ ଦିବସ ଉପଲକ୍ଷେ ଚଳିତ ବର୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖା ତରଫରୁ ଆଜି ଶନିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ପେନସନ ଉପଭୋକ୍ତାମାନଙ୍କର ସମ୍ମିଳନୀ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ସଭାପତିତ୍ୱରେ ପାରାଦ୍ୱୀପର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ(ଆର୍.ବି.ଓ) କ୍ଷେତ୍ରୀୟ ପ୍ରବନ୍ଧକ ଦେବାଶିଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ […]
ଯାଜପୁର ଜିଲା ଧର୍ମଶାଳାର ନେଉଳପୁରରୁ ଇଶାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଘଟଣାରେ ଅଧିକ ତଦନ୍ତ ଚଲାଇ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। । ସୂଚନାଯୋଗ୍ୟ ଯେ […]
ଭାରତ ସରକାରଙ୍କ ଅଧିନସ୍ତ କେନ୍ଦ୍ରାପଡା ବାରିମୂଳ କେନ୍ଦ୍ରୀୟ ବିଦ୍ୟାଳୟରେ ୬୦ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏଥି ସହିତ ଜେଜେବାପା ଓ ଜେଜେମା ଦିବସ ମଧ୍ୟ ପାଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶୀ କୌଶଳ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗ୍ରୁପ ନୃତ୍ୟ, ସଙ୍ଗୀତ, ତର୍କ, ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର […]
କେନ୍ଦ୍ରାପଡ଼ା ଜିଲ୍ଲା କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ବାଇପାସ ରାସ୍ତା ପୁର୍ତ ବିଭାଗ ଅଧିନରେ ୨୧କୋଟି ଟଙ୍କା ବ୍ୟୟ ଅଟଳଳରେ ଟେଣ୍ଡର କରାଯାଇ ନିର୍ମାଣକାରୀ ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ମାତ୍ର ଜବରଦଖଲ, ମୁନିସିପାଲିଟି ପ୍ରାଚୀର ଓ ବିଦ୍ୟୁତ ଖୁଂଟ ଅପସାରଣ, […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦକ୍ଷିଣେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ କରି ଆଜି କାଠିଆପଡା ଗ୍ରାମର ବହୁ ଅଧିବାସୀ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସେମାନେ ଧାରଣାରେ ବସି କହିଛନ୍ତି । କଠିଆପଡା ଦକ୍ଷୀଣେଶ୍ୱର ଉଚ୍ଚବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଏଲିମେଟାରି ଓ ନବମ ଦଶମ ଶ୍ରେଣୀରେ ମୋଟ ୩୫୭ ଜଣ ପିଲା ପାଠ ପଢୁଛନ୍ତି […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଗରନାଶୀଠାରୁ ୧୦କି.ମି. ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ଓମ ବାବା ୭ ନାମକ ଟ୍ରଲରକୁ ଜବତ କରିଥିଲେ । ସେଥିରୁ ୯ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିବା ସହ ଗୋଟିଏ ଜିପିଏସ, ଗୋଟିଏ ଭିଏଚଏଫ, ୭ଟି ଜାଲ ଓ ୫କ୍ୟୁଟାଂଲ ମାଛ ଜବତ କରିଛନ୍ତି । ମତ୍ସ୍ୟଜିବୀମାନେ ଅମର ମଳିକ, ରତିକା” ସିହ୍ନା, ରଂଜିତ […]
କେନ୍ଦ୍ରାପଡା ଜିଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ସ୍ୱାଭାବିକ ଭାବେ ଚାଲିଥିବା ବେଳେ ପ୍ରଶାସନିକ କାର୍ଯ୍ୟ ଠପ ହୋଇଯାଇଛି । ନଭେମ୍ବର ମାସ ୨୯ ତାରିଖ ବିଳମ୍ବିତ ରାତିରେ ଦୁର୍ବୁତମାନେ ପଶି ଡାକ୍ତରଙ୍କୁ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଓଡିଶା ମେଡିକାଲ […]
କେନ୍ଦ୍ରାପଡ଼ା, ୧୪ା୧୨ : ଦୁଇଦଫା ଦାବି ନେଇ ତିନିଦିନ ହେବ ଓଡିଶା ଅଗ୍ନିଶମ ସେବା କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟନିର୍ବାହ କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ଅଛନ୍ତି । କର୍ମଚାରୀମାନେ ଦାବି କରିଛନ୍ତି ଯେ ପୋଲିସ ବିଭାଗର ହାବିଲଦାର, କନେଷ୍ଟବଳଙ୍କ ପରି ସମାନ ପରୀକ୍ଷା ଦେଇ ଆଗ୍ନିକ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ଦରମାରେ […]