କେନ୍ଦ୍ରାପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ କର୍ମ କ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ବିରୋଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ କର୍ମଜୀବୀ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ ପାଇଁ ଥିବା ଆଇନ୍ର ବିଭିନ୍ନ ଦିଗ ଉପରେ ଅତିଥିମାନେ […]
featured
ଶିଶୁ ଜନ୍ମର ପ୍ରଥମ ୨୪ ଘଂଟା ଓ ପ୍ରଥମ ୨୮ ଦିନ ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ନବଜାତ ଶିଶୁଙ୍କ ଯତ୍ନ ଦିଗରେ ସମସ୍ତେ ସଚେତନ ହେବା ଜରୁରୀ ବୋଲି ଶନିବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ“ନବଜାତ ଶିଶୁ ଯତ୍ନ ସପ୍ତାହ” ପାଳନ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ […]
ସମବାୟ ବିଭାଗ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାର ବିଧାୟକ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ […]
ସାଧାରଣତଃ ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନେ ବାକ୍ ଓ ଶ୍ରବଣ ଶକ୍ତି ବାଧିତ ହୋଇଥିବାର ପରିଲଖିତ ହୁଏ । ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ଦ୍ୱାରା ଏହି ସ୍ୱତନ୍ତ୍ର ଶିଶୁମାନଙ୍କୁ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ନିଃସୁଳ୍କ ଫିଜିଓଥେରାପି ସହିତ ସ୍ପିଚ୍ଥେରାପିର ସୁବିଧା ପ୍ରଦାନ କରାଯାଇ ଆସୁଅଛି । ଏହି ଶିଶୁମାନଙ୍କର ଏକ ସ୍ୱତନ୍ତ୍ର ବାକ୍ ଓ ଶ୍ରବଣ ପରୀକ୍ଷା ଶିବିର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର […]
ମଣିଷ ଜୀବନରେ ମୃତ୍ୟୁ କେତେବେଳେ ଓ କେମିତି ଆସେ ତାହା କେହି କହିପାରିବେନି। ଏମିତି ଏକ ମୃତ୍ୟୁ ମଣିଷ ଜୀବନରେ ଘଟିଛି ଯେ ପୁତୁରାର ଶବ ସତ୍କାର କରିବାକୁ ଯାଇ ବଡବାପାର ହୁଦଘାତରେ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଶୋକର ଛାୟା ଖେଳାଇ ଦେଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଲିଝାରୀ ଗ୍ରାମର ଗଗନବିହାରୀ ମହାନ୍ତିଙ୍କ ଏକମାତ୍ର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମପାଖ ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଯୁବକ ଜଣକ ଅଣ୍ଢରା ଗାଁର ବିକ୍ରାନ୍ତ ମଲ୍ଲିକ (ବିଟୁ) ବୟସ ୪୭ ବୋଲି ଜଣାପଡିଛି । ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତା ବର୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ମୁତାବକ ଅଣ୍ଢରା ଗ୍ରାମର ବିକ୍ରାନ୍ତ ଶନିବାର […]
କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଆଜି ଉଦ୍ଯାପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବର ଉଦ୍ଯାପନୀ ଦିବସରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ […]
କେନ୍ଦ୍ରାପଡା ଗୋବରୀ କେନାଲରେ ଚାଷ ପାଇଁ ବହୁ ବିଳମ୍ବରେ ପାଣି ଛଡା ଯିବାରେ କେନାଲରେ ପାଣି ମଟାମ ହୋଇଛି । ଫଳରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ, ବଡହାଟ, ମୀରପାଟଣା ଓ ନସଡିପୁର ଭଳି ତଳିଆ ଅଞ୍ଚଳରେ ଥିବା ରାସ୍ତା ଓ ଘର ଭିତରେ ପାଣି ପଶିଯାଇଥିବା ସ୍ଥାନୀୟ ଅଞ୍ଚଳର ବାସୀନ୍ଦା ଅଭିଯୋଗ କରିଛନ୍ତି । ବିଶେଷକରି ଫକିରାବାଦ ଓ ବଡହାଟ ଅଞ୍ଚଳ ଅତ୍ୟନ୍ତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି […]
କେନ୍ଦ୍ରାପଡ଼ା, ୧୬ା୧୧ : ଗଣମାଧ୍ୟମ ସମାଜର ଦର୍ପଣ । ଯେଉଁଠି ପ୍ରତଫଳିତ, ପ୍ରତିଧ୍ୱନିତ ଓ ପ୍ରତିବିମ୍ବିତ ହୁଏ ସମାଜର ପ୍ରକୃତ ରୂପ । ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଷ୍ଠାର ସହ ଦାୟିତ୍ୱ ସମ୍ପନ୍ନ କଲେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ ବୋଲି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର । ଚଳିତ […]
ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଘଟିଥିଲେ ମଧ୍ୟ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ଚୁପ ହୋଇବସିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଅବିଳମ୍ବେ ଦର ବୃଦ୍ଧି ନରୋକିଲେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପି ଆନେ୍ଦାଳନ କରାଯିବ ବୋଲି ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ ଚେତାବନୀ ଦେଇଛନ୍ତି । ଏକ ପ୍ରେସ ବିବୃତିରେ ଜନଶକ୍ତି ପାର୍ଟି ରାଜ୍ୟ […]
ତାଳଦଣ୍ଡା କେନାଲର ଭଳି ବୋଟିଂର ଭ୍ରମ ସୃଷ୍ଟି କରିବ ଜଳସେଚନ ଓ ବାଣିଜ୍ୟ କାରବାରର ଏକମାତ୍ର ବିକଳ୍ପ ଆମ ରାଜ୍ୟର ସର୍ବ ପୁରାତନ ପଟ୍ଟାମୁଣ୍ଡାଇ ମେନ କେନାଲକୁ ଲଗିଥିବା ଗୋବାରି ସର୍ମ୍ପସାରିତ କେନାଲ ଏବେ ବିପଦରେ । ଏହି କେନାଲ ଉପରେ ଆମଦାନୀ ରପ୍ତାନି, ପରିବହନ ଓ ଆର୍ଥିକ ସ୍ଥିତି ନିର୍ଭର କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଭାତହାଣ୍ଡି କଥା ବି ବୁଝୁଥିଲା । ଏକଦା […]
ସମଗ୍ର କେନ୍ଦ୍ରାପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଆଜି ଓଡିଶା କୃଷକ ସଭା (ଏଆଇକେଏସ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହିତ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ସାରା ଜିଲ୍ଳାର ୯ଟି ବ୍ଲକ ଓ ୨ଟି ପୈାରସଂସ୍ଥାରେ ଆଜି ସୁଦ୍ଧା ପ୍ରାୟ ୩୦ଭାଗ ଜମିରେ ପାଣି ଅଭାବରୁ ମରୁଡି ହେଇ ସାରିଲାଣି । ବର୍ଷା ନାହିଁକି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସମର୍ଥ କୋଚିଂ ସେଟଂର ପକ୍ଷରୁ ମଙ୍ଗଳବାର ଶିଶୁ ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୋଚିଂ ସେଟଂରର ପରିଚାଳକ ଶଶୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟାପକ ନରେଶ କୁମାର ରାଉତ ଯୋଗଦେଇ କୋମଳମତି ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶ କରାଗଲେ ଶିଶୁମାନେ ଦେଶ ଗଠନରେ ସହାୟକ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ସିଆରସିସି […]
କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ୍ ବିଶ୍ୱିଜତ ମହାନ୍ତି ଏକ ସଙ୍ଘବଦ୍ଧ ଆକ୍ରମଣ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ପାଞ୍ଚାଳୀ ସେଠୀ ତାଙ୍କ ଘର ସମ୍ମୁଖ ରାସ୍ତାରେ ଧାନ ଶୁଖାଇଥିବା ବେଳେ ଗତ ୨୦୧୫ ମସିହା ଜୁନମାସ ୯ତାରିଖ ପୂର୍ବାହ୍ନ ସାଢେ ୧୦ଟା […]
କେନ୍ଦ୍ରାପଡା – ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ଗତ ସୋମବାର ଦିନ ଆବାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତର୍ରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ଅକ୍ଟୋବର ସଂଖ୍ୟା ପୂଜା ବିଶେଷାଙ୍କ “ରାଜଶ୍ରୀ’ କୁ ବିଶିଷ୍ଟ ଶିକ୍ଷାବିତ୍ ତଥା ରକ୍ ପେବ୍ଲେସର ସମ୍ପାଦକ ଡ ଉଦୟନାଥ ମାଝି ଉନ୍ମୋଚନ କରିଥିଲେ । ଇ ପତ୍ରିକାର ମୁଖ୍ୟ ସମ୍ପାଦକ […]
ରାଜ୍ୟରେ ପିଆଜ ବଜାରରେ ନିଆଁ ଲାଗିଛି। ରାଜ୍ୟର ୨୩ବର୍ଷର ଅପାରଗ ସରକାର ପ୍ରତିବର୍ଷ ଖାଉଟିଙ୍କୁ ଚଢ଼ା ଦରରେ ପିଆଜ ଓ ଆଳୁକୁ ବିକ୍ରି କରୁଛନ୍ତି। ପିଆଜରେ ସ୍ବାବଲମ୍ବୀ ହୋଇଥିବା ସରକାର କହୁଥିବା ବେଳେ ରାଜ୍ୟବାସୀ ୮୦ ଟଙ୍କାରେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ ଇନ୍ଦୁପୁର ଠାରେ ୨୫ ଟଙ୍କାରେ ପୁର୍ନଃବାର ପିଆଜ ବିକ୍ରି କରାଯାଇଛି । […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗା ପଞ୍ଚାୟତ ପାଣି ସାଉଁଳିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ସୁରେନ୍ଦ୍ର ମଳିକଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରର ଆସବା ପତ୍ର ସହ ଧାନ, ଚାଉଳ ଆଦି ପୋଡି ନଷ୍ଟ ହୋଇଯାଇଛି। ଘରର ୭୦ଭାଗ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବାକ୍ଷଣିକେ ଗ୍ରାମବାସୀ […]
କେନ୍ଦ୍ରାପଡା ସହରର ମାଧପୁର ସ୍ଥିତ ନେତାଜୀ ମଡେଲ ସ୍କୁଲରେ ଶିଶୁମେଳା ଓ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହାପରେ କେନ୍ଦ୍ରାପଡା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ରଂଜିତ କୁମାର ଦାସ ଓ ଆଇ.ଟି.ଏସ. ବିଦ୍ୟାଳୟର ପ୍ରତିଷ୍ଠାତା ତଥା […]
କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ତାଲିମୁଲ ଆରବିଆ ଇସଲାମରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଦ୍ରାସାର ସଭାପତି ମୀର ହସିମୁଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ପ୍ରୋଗ୍ରାମ ମ୍ୟାନେଜର (ସ୍କିଲ ଡେଭଲପମେଣ୍ଟ )ସେକ ଅବଦୁଲ ରହେମାନ, ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସେକ ଇଦ୍ରିସ ଅଲ୍ଲୀ, ସମ୍ମାନୀତ ଅତିଥି ଭାବେ ଇଛାପୁର ସାଧନକେନ୍ଦ୍ରର ସଂଯୋଜକ ବିଭୁପ୍ରସାଦ […]
କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଅ ଗ୍ରାମପଞ୍ଚାୟତର ତିନୋଟି ରାସ୍ତା ଜବରଦଖଲ ହେତୁ ଅନେକ ଅସୁବିଧା ସୃଷ୍ଟି ହେଉଥିବାରୁ ପଞ୍ଚାୟତବାସୀ ଏସମ୍ପର୍କରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଅଳପୁଆ ପଞ୍ଚାୟତର ସେଠୀସାହି ପାଶ୍ୱର୍ସ୍ଥ ରାସ୍ତା, କୁମ୍ଭାର ସାହି ଠାରୁ ଶାଶନ ଏବଂ ଅଳପୁଆ ବଜାର ଠାରୁ ଦାମୋଦର ପାଟଣା ପୋଷ୍ଟାଲ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶକ୍ତିପୀଠ ଭରତପୁର ମା’ଦକ୍ଷୀଣକାଳୀ ମନ୍ଦିରରେ କାଳୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମା’ଦକ୍ଷୀଣକାଳୀଙ୍କର ଷୋଡଶ ଉପଚାରରେ ପୂଜା କରାଯିବା ସହ ଅଭିଷେକ, ଚଣ୍ଡିପାଠ, ହୋମଯଜ୍ଞ ଓ ଭଜନ ସମାରୋହ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ପୂଜକ ଗୋପବନ୍ଧୁ ପତିଙ୍କ ସମେତ ଗଦାଧର ମହାପାତ୍ର ଓ ତାଙ୍କ ୪ଜଣିଆ ଟିମ ମା’ଙ୍କ ପୂଜା କରିଥିଲେ । ଭରତପୁର ଶକ୍ତିପୀଠରେ ମା’ଙ୍କ ପୂଜା […]
ଦୁର୍ନୀତି ଓ ପିସି କାରବାର ବନ୍ଦ ପାଇଁ ରାଜ୍ୟ ଭାଜପା ପକ୍ଷରୁ ଓଡିଶାର ୩୧୪ ବ୍ଲକ ଘେରାଉ ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ ଭାଜପା ଆହ୍ୱାନରେ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପଟ୍ଟାମୁଣ୍ଡାଇ ଭଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାଜପା ନେତା ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ପୂର୍ବତନ ବିଧାୟକ ଡ଼॰ ଅଲେଖ ଜେନା ଯୋଗ ଦେଇ […]
ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିବା ଆଶାରେ ବିଦେଶ ଯାଇ କାମ କରୁଥିବା ଓଡିଆ ଯୁବକ ମାନେ ସେଠାରେ ନିର୍ଯ୍ୟାତିତ ହେବା ସହ ଶାରୀରିକ, ମାନସିକ ତଥା ଶୋଷଣର ଚରମ ଶିକାରରେ ଜୀବନ ବିତାଉଛନ୍ତି । ଯଦି ଏଥିପାଇଁ ମୁହଁ ଖୋଲିଲେ ମିଳୁଛି ଶାରୀରିକ ନିର୍ଯ୍ୟାତନା । ଭିଟାମାଟିକୁ ଫେରାଇ ଆଣିବା ନିମନ୍ତେ ସେଠାରେ ସେମାନେ ଏକ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ […]
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଆଜି ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ଼ ବଂଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏହି ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୩୨ ଜଣ ଯୋଗ୍ୟ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀଙ୍କ ମଧ୍ୟରୁ ମୋଟ୍ ୩୧ ଜଣ ଉପସ୍ଥିତ ରହି ସେମାନଙ୍କ କାର୍ଡ଼ ସଂଗ୍ରହ କରିଛନ୍ତି । ସାମ୍ବାଦିକଙ୍କ କଳ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି […]










