କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଶିକ୍ଷାବିତ ଲଷ୍ମୀଧର ଦାଶ ମହାପାତ୍ରଙ୍କ ବେଲତଳ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ ଝିଅ ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ଜଣେ ଛାତ୍ର ବତ୍ସଳ ମିଷ୍ଠ ଭାଷୀ ଆଦର୍ଶ ଶିକ୍ଷକ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ସରକାରୀ ଚାକିରୀରୁ ଅବସର ପରେ […]

ପତ୍ରିକା ହଉବା ପୁସ୍ତକ ପଠନ ମଣିଷର ଭାବନା ସହିତ ଏକ ଅନ୍ତରଙ୍ଗ ସେତୁ ସୃଷ୍ଟି କରିଥାଏ । ପାଠକ ତାର ଅନ୍ତର୍ଦୃଷ୍ଟିର ସୀମାକୁ ପ୍ରସାରିତ କରିଥାଏ । ପଟ୍ଟାମୁଣ୍ଡାଇରୁ ପ୍ରକାଶିତ ହୋଇ ଆସୁଥିବା ସର୍ଜନାର ଉର୍ମି ସାହିତ୍ୟ ଭୂମି ପତ୍ରିକାର ପଂଚମ୍ୱର୍ଷ ବିଶେଷାଙ୍କର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନକ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦିତ ଏହି ପତ୍ରିକାର […]

ଭୁବନେଶ୍ୱର, ୧/୭-ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି । ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବଜ୍ରପାତ ରୋକିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବନ ବିଭାଗର ଅନୁମତି ନ ନେଇ ଲୋକେ ତାଳଗଛ କାଟିପାରିବେନି । ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ୨୦୨୩ […]

କେନ୍ଦ୍ରାପଡ଼ା, ୩୦ା୬: ଏକ ମରଣାନ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧା ନିହତ ହୋଇଥିବା ବେଳେ ସେହି ପରିବାରର ବହୁ ଆହତ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ସାହସପୁର ଗ୍ରାମର ସ୍ୱର୍ଗତ ବିରେନ ସେଠୀଙ୍କ ପତ୍ନୀ ବିନି ସେଠୀ ଅଭିଯୋଗ କରିଛନ୍ତି ଯେ ପୂର୍ବର ଜମିବାଡି ବିବଦକୁ ନେଇ କୋର୍ଟରେ ମାମଲା ଚାଲୁଥିବା ବେଳେ ସେହି ଗ୍ରାମର ୭ଜଣ ଶନିିବାର […]

କେନ୍ଦ୍ରାପଡ଼ା, ୩୦ା୬: ଆଇନ ମହାବିଦ୍ୟାଳୟ କଲୋନୀ ସ୍ଥିତ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନ ପରିସରରେ ପୂର୍ବାହ୍ଣରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ଦ୍ୱାରା ଉତ୍ସବଟି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା । ଏହି ଉଦ୍ଘାଟନୀ ପର୍ବରେ ସୁନାମଧନ୍ୟ ନାଟ୍ୟକାର ତଥା ଅଭିନେତା ସୁରଥ ଚନ୍ଦ୍ର ନାୟକ ଓ […]

କେନ୍ଦ୍ରାପଡା, ୨୯/୬: କେନ୍ଦ୍ରାପଡ଼ା ସହରର କଜଳା ନିବାସୀ ନାରାୟଣ ମଲ୍ଲିକ(୪୫) ଗତ କିଛି ବର୍ଷ ହେବ ମୁଖ କର୍କଟ ରୋଗରେ ପିଡିତ ହେଇଛନ୍ତି । ଶ୍ରୀ ମଲ୍ଲିକ ତାଙ୍କ ପରିବାରର ଏକ ମାତ୍ର ରୋଜଗାର ବ୍ୟକ୍ତି ଅଟନ୍ତି । ସେ ଇଲେଟ୍ରିସିଆନ ଭାବେ କାର୍ଯ୍ୟ କରି ତାଙ୍କ ବୃଦ୍ଧ ମାତା, ଅବିଭାହିତା ଭଉଣି, ପତ୍ନୀ ଓ ଦୁଇଟି ପିଲାଙ୍କ ଭରଣ ପୋଷଣ କରିଥାନ୍ତି । ବର୍ତ୍ତମାନ ସେ ପରିବାର ପୋଷଣ […]

ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଆସନ୍ତାକାଲି ଅବସର ଗ୍ରହଣ କରିବେ । ସେ ୧୮/୧/୨୦୨୧ୁର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଏସଡିଓ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ୩୦/୬/୨୦୨୪ରେ ଅବସର ନେବେ । ଏଥିନେଇ ଶନିବାର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଦନା ଦିଆଯାଇଛି । ଏଥିରେ କେନ୍ଦ୍ରାପଡା ଅଧିକ୍ଷଣଯନ୍ତ୍ରୀ ଉମେଶ କୁମାର ସେଠୀ ଯୋଗ ଦେଇ କହିଥିଲେ ଯେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚନ୍ଦ୍‌ନନଗର ବାଲିଆ ଗ୍ରାମ ନିକଟରେ ଏକ ମାଲବାହି ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ହେଲେ ରାଜନଗର ଥାନା ରାଜପୁର ପଂଚାୟତ ଚନ୍ଦନପୁର ଗ୍ରାମର ହଳଧର ପାଢୀ (୫୦) ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ହଳଧର ନିଜସ୍ୱ କାମରେ ଅଜି ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଭିମୁଖେ ଆସୁଥିବା ବେଳେ […]

ପଟ୍ଟାମୁଣ୍ଡାଇ ୨୯/୬ -ଜମିପଟ୍ଟା ଆରଓଆର (ରାଇଟ୍ ଅଫ୍ ରେକର୍ଡସ) ଅବିକଳ (ସାଠିଫାଏ) ନକଲ କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ନେବାବେଳେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର ମୁଖ୍ୟ କିରାଣୀ ଜନ ଉଇଲମ ବରାଳଙ୍କୁ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍ ଶନିବାର ଗିରଫ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅର୍ନ୍ତଗତ କଷଣଅଂଟା ଗ୍ରାମର ବିଘ୍ନେଶ୍ୱର ଦାଶଙ୍କ ଜମି ସଂକ୍ରାନ୍ତୀୟ କାମ ପାଇଁ ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ […]

ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ମାଉସୀ ମା ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠଳ ବକ୍ତାରପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଗୌରବମୟ ରଥଯାତ୍ରା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଉଭୟ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ । ଏଠାକାର ଲୋକେ ବିଭିନ୍ନ ଚାଷବାସକରି ନିଜର ଗୁଜରାଣ ମେଂଟାଇ ଥାନ୍ତି । ଏଠାକାର ଚାଷବାସ ଜିଲା ଅର୍ଥନୀତିର ପ୍ରମୁଖ ଭାଗ ହୋଇଥିବା ବେଳେ ଜମି ଦଲଲାଲଙ୍କ ଲୋଲୁପ ଦୃଷ୍ଟିରେ ଚାଷଜମି ପରିମାଣ ଦିନକୁ ଦିନ ହ୍ରାସ ପାଇଚାଲିଛି । ଅଧିକାଂଶ ସ୍ଥାନରେ ଚାଷଜମିର କିସମ ପରିବର୍ତନ କରାଯାଉଥିବାରୁ କୃଷି ବ୍ୟାପକ ଭାବେ ପ୍ରଭାବିତ ହେବା […]

ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୟାକୋଟ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସର ଗ୍ରହଣ କରିଥିବା ଶିକ୍ଷକ କଳାକର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ […]

କେନ୍ଦ୍ରାପଡା, ୨୮ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୨୦ବର୍ଷ ଜେଲଦଣ୍ଡାଦେଶ ସହିତ ୫୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦ ମସିହା ସେପ୍ଟେମ୍ବର ମାସ ୧୫ତାରିଖ ସନ୍ଧ୍ୟା ୫ଟା ସମୟରେ ନାବାଳିକା ଜଣକ ତାଙ୍କ […]

କେନ୍ଦ୍ରାପଡ଼ା, ୨୮ା୬: ଗ୍ରାମପଞ୍ଚାୟତ ସ୍ତରୀୟ ମିଶନସକ୍ତି ଫେଡେରେସନ୍‌(ଜି.ପି.ଏଲ.ଏଫ୍‌)କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନଙ୍କୁ ର୍ଦୁବ୍ୟବହାର କରୁଥିବା ଏମ.ବି.କେ. ଓ ସି.ଆର.ପି.ମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜି.ପି.ଏଲ.ଏଫ୍‌ର କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନଙ୍କୁ ସ୍ଥାୟୀ ସଦସ୍ୟତା ମାନ୍ୟତା ପ୍ରଦାନ ଓ ପାରିଶ୍ରମିକ ବୃଦ୍ଧି ଦାବିରେ ଆଜି କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଜି.ପି.ଏଲ.ଏଫ୍‌ର କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନେ ଦୀର୍ଘ ଘଣ୍ଟାଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ […]

କେନ୍ଦ୍ରାପଡ଼ା, ୨୮ା୬: କେନ୍ଦ୍ରାପଡା ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ ରିଜର୍ଭ ପୋଲିସ କାର୍ଯ୍ୟାଳୟର କନଫରେନ୍ସ ହଲ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟ୍ଟାରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରରେ ୧୬୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର […]

କେନ୍ଦ୍ରାପଡ଼ା, ୨୮ା୬ : ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମା ପାଇଁ ଗଛଟିଏ’ ଅଭିଯାନ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ସକାଳେ ବାରୋ ଗ୍ରାମପଞ୍ଚାୟତର ତରାଣ୍ଡୋଠାରେ ଥିବା ଜିଲ୍ଲା ମିଶନ ଶକ୍ତି ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ […]

କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ସଦସ୍ୟାମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଦସ୍ୟାମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ସମସ୍ୟା ହେଉଛି ଜଣେ ଇସି ସଦସ୍ୟା ପ୍ରତି ମାସରେ ନିଜ ଦାୟିତ୍ୱରେ ଥିବା ଗୃପ୍‌ମାନଙ୍କ ଠାରୁ ୩୦ଟଙ୍କା ଆଦାୟ କରି ମହାସଂଘରେ ପୈଠ କରିଥାଏ । କିନ୍ତୁ ଏମ୍‌ବିକେ ବର୍ଷବର୍ଷ ଧରି ତାର କୌଣସି […]

କେନ୍ଦ୍ରାପଡ଼ା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ତାଙ୍କର ଗରାପୁରସ୍ଥିତ ବାସ ଭବନରେ ଭେଟି ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଘର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିଥିଲେ । ସଂଘର ସଭାପତି ଅଜୟ କୁମାର ମହାନ୍ତିଙ୍କ ସମେତ ଅକ୍ଷୟ କୁମାର ନାୟକ, ରବିନ୍ଦ୍ର କୁମାର ବାରିକ, ପ୍ରହଲ୍ଲାଦ ମଲ୍ଲ, କିଶୋରକାନ୍ତ ପରିଡା, କୈଳାସ ଚନ୍ଦ୍ର ସ୍ୱାଇଁ, ଆକବର […]

କେନ୍ଦ୍ରାପଡା, ୨୮/୬: କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୁଆଳସିଂଠାରେ ନିର୍ମିତ ହୋଇଥିବା ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟକୁ ସୁଗମ କରିବା ନିମନ୍ତେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁର୍ନବାସ ପକ୍ଷରୁ ଏହି ମର୍ମରେ ଆଜି ଏକ ଅନୁରୋଧ ପତ୍ର ସଂଖ୍ୟା ନଂ.୪୬ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପୁନର୍ବାସ ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ପରିଷଦର ସଦସ୍ୟମାନେ […]

ଭୁବନେଶ୍ୱର,୨୮/୬- ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା । ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ ଆଇଏଏସ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି । ମୋହନ ମାଝିଙ୍କ ନୂଆ ସରକାରରେ ଆହୁଜାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛିି […]

ଗାଁରେ ମୌଳିକ ସୁବିଧା ଅପହଂଚ ହୋଇରହିଛି । ବାରମ୍ବାର ନିବେଦନ ପରେ ବି ବ୍ଲକ ପ୍ରଶାସନ ଶୁଣୁନାହାଁନ୍ତି । ଏଭଳି ବିଭିନ୍ନ ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି ସତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଗୁରୁବାର ଶ୍ରୀରାମପୁର ପଂଚାୟତର ଶତାଧିକ ମହିଳା ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ହୋହାଲ୍ଲା କରିବା ସହିତ ବିଡ଼ିଓଙ୍କୁ ଘେରିଥିଲେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଦମୋହନପୁର ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପୋସକୋ ଆକ୍ଟ ଏବଂ ବାଲ୍ୟ ଅପରାଧ ଓ ପିଡିତା କ୍ଷତିପୁରଣ ସର୍ମ୍ପକିତ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚତେନତା ସଭାରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ ମୁଖ୍ୟା ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ପୋସକୋ […]

କେନ୍ଦ୍ରାପଡା, ୨୭/୬: ଜ୍ଞାନପ୍ରଭା ମିଶନ ପକ୍ଷରୁ ବ୍ରହ୍ମଚାରିଣୀ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମିଶନର ସଦସ୍ୟାମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା ସହିତ ବର୍ତ୍ତମାନଠାରୁ ଆବେଦନ ପତ୍ର ଗ୍ରହଣ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ଶିବିରରେ କ୍ରିୟା, ଯୋଗ, ଧ୍ୟାନ, ଶୃଙ୍ଖଳିତ ଜୀବନ ଓ ସାଧିକାମାନଙ୍କ ଜୀବନୀ ଏବଂ ଶିକ୍ଷା ବିଷୟରେ ପ୍ରଶିକ୍ଷଣ […]

କେନ୍ଦ୍ରାପଡ଼ା, ୨୭ା୬: ପୋଷକତତ୍ୱପୂର୍ଣ୍ଣ ଫର୍ଟିଫାଏଡ୍ ଚାଉଳ ବ୍ୟବହାର ନିମନ୍ତେ ଏକ ସଚେତନତା ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଭୁବନେଶ୍ୱରର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡ଼ିଶା ରାଜ୍ୟ […]