ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏକ ବୃହତ ରେକର୍ଡ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ବିକାଶ […]

ଚଳିତ ୨୦୨୪ ସାଧାରଣ ନିର୍ବାଚନ ଜୁନ ମାସ ୧ ରେ ଅନୁଷ୍ଟିତ ହେବ । ଏଥିନେଇ ବିଭିନ୍ନ ଦଳ ପକ୍ଷରୁ ଘନ ଘନ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଶୁକ୍ରବାର କଂଗ୍ରେସ ଦଳପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ଗ୍ରାମରେ ପଂଚାୟତ ସ୍ତରୀୟ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓବିସି ସେଲ କଂଗ୍ରେସ ଅଧକ୍ଷ […]

କେନ୍ଦ୍ରାପଡା ୧୭/୫- ଆଜି ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁରସ୍ଥିତ ଚଣ୍ଡିଆ ପ୍ୟାଲେସଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି, ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥିନୀ ଗୀତାଞ୍ଜଳି ସେଠୀଙ୍କ ଉପସ୍ଥିତିରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେମାନେ ନରେନ୍ଦ୍ର […]

କେନ୍ଦ୍ରାପଡ଼ା, ୧୭ା୫: କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀ ଜଣକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମଳିପୁର ଗ୍ରାମର ରଞ୍ଜନ ମଲିକ ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହା ଗ୍ରାମର ରଞ୍ଜନଙ୍କ ପତ୍ନୀ ଗେହ୍ଲେଇ ମଳିକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ଗତ ମାର୍ଚ୍ଚମାସ ୧୦ତାରିଖ ଠାରୁ ଏକ […]

କେନ୍ଦ୍ରାପଡ଼ା, ୧୬ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମ ପଞ୍ଚାୟତର ମହୁ ଗ୍ରାମର ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର କମୀଙ୍କୁ ସେହି ୱାର୍ଡର ୱାର୍ଡସଭ୍ୟ ଦେଶ୍ୟମୂଳକ ଭାବେ ଅସହଯୋଗ କରୁଥିବା ବେଳେ ବିଭିନ୍ନ ସମୟରେ କର୍ମୀଙ୍କ ବିରୋଧରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରୁଛନ୍ତି ବୋଲି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର ଛାତ୍ରାଭିଭାବକ, ହିତାଧିକାରିଣୀ ଓ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ […]

କେନ୍ଦ୍ରାପଡା ଲୋକସଭା ରାଜନଗର ବିଧାନସଭା କ୍ଷେତ୍ରରେ ଜୁନ ମାସ ୧ ରେ ହେବ ଶେଷ ପ୍ରର୍ଯ୍ୟାୟ ନିର୍ବାଚନ । ବୁଢ଼ାବୁଢ଼ୀଙ୍କଠାରୁ ନେଇ ବିଭିନ୍ନ ବର୍ଗର ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବହୁ ଯୁବତୀଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ ଯାଇଥିବା ବେଳେ କେମିତି ମତଦାନ କରିବେ ସେ ନେଇ ଏବେବି ଦ୍ୱନ୍ଦ୍ୱ ରହିଛି । ସାଧାରଣ […]

କେନ୍ଦ୍ରାପଡ଼ା, ୧୫ା୫: କେନ୍ଦ୍ରାପଡା ପୈାରସଂସ୍ଥାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ପାସବୁକରୁ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ୭ଟି ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ପୈାରନିର୍ବାହୀ ଅଧିକାରୀଙ୍କ […]

କେନ୍ଦ୍ରାପଡ଼ା, ୧୫ା୫: ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ କାର୍ଯ୍ୟାଳୟର ଅମିନ ଉମାକାନ୍ତ ବେହେରା ଓ କେଆରବାଙ୍କ ରାଜସ୍ୱ ନୀରିକ୍ଷକ ସୁଦର୍ଶନ ନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ମହାକାଳପଡା ପଞ୍ଚାୟତ ଅଧିନସ୍ଥ କେୟାରବ୍ୟାଙ୍କ ଗ୍ରାମର ସୁଶାନ୍ତ ବିଶ୍ୱାଳ ଏକ ଜମିର ଡିମାରକେଶନ ରିପୋର୍ଟ ନିମନ୍ତେ ଗତ ଏକମାସ ହେବ ଦୈାଡି ଦୈାଡି ନିରାଶ ହେବା ପରେ […]

କେନ୍ଦ୍ରାପଡ଼ା, ୧୫ା୫: ଚଳିତ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ନିମନ୍ତେ ଦାଖଲ କରିଥିବା ୩ ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ କେନ୍ଦ୍ରାପଡା ଓ ଆଳି ବିଧାନସଭା କ୍ଷେତ୍ର ପାଇଁ ଦାଖଲ କରାଯାଇଥିବା ୪ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଥିବା ଜଣାପଡିଛି । ଲୋକସଭା ନିମନ୍ତେ ଦାଖଲ ହୋଇଥିବା ମୋଟ୍ ୧୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ଟି ନାକଚ ପରେ ଆଉ ୧୦ଜଣ ପ୍ରତିଦ୍ୱନ୍ଦୀତାରେ ରହିଥିବା […]

କେନ୍ଦ୍ରାପଡା ୧୫/୫- କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ତିନିମୁହାଣୀ କଲେଜ ଛକ ନିକଟରେ କାର, ଟ୍ୟାକ୍ସି ଜାତୀୟ ଚାରି ଚକୀୟା ଯାନଗୁଡିକରେ କଡାକଡି ଯାଞ୍ଚ କରିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନକୁ ନୀରପେକ୍ଷ, ଶ୍ରୁଙ୍ଖଳିତ ଏବଂ ସ୍ୱଛତା ମୁକ୍ତ କରିବାପାଇଁ କେନ୍ଦ୍ରାପଡା ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଦୀଲ୍ଲପି କୁମାର ସାହୁ, ରିଜର୍ଭ ଇନିସପେକ୍ଟର […]

ପଟ୍ଟାମୁଣ୍ଡାଇରେ ବିଶାଳ ନିର୍ବାଚନୀ ସଭା କେନ୍ଦ୍ରାପଡା ୧୫/୫ ସାରା ଭାରତରେ ନଂ ୧ମୁଖ୍ୟମନ୍ତ୍ରୀ ଅଦ୍ୱିତୀୟ ଜନନାୟକ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଦେଶରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି। କେନ୍ଦ୍ର କେବଳ କଥା କହେ। ବିଜେଡି ସରକାର କାମରେ ବିଶ୍ୱାସ କରେ।ଓଡିଶାର […]

କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଭାଜପା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଲଳିତ ବେହେରା ମଙ୍ଗଳବାର ଅପରାହ୍ନରେ ଏକ ରୋଡ ଶୋ ଓ ବାଇକ ଶୋଭାଯାତ୍ରା କରି ପୌରାଂଚଳର ବିଭିନ୍ନ ଓାର୍ଡ ପରିକ୍ରମା କରିଥିଲେ । ଅନୁଷ୍ଠିତ ଏହି ରୋଡ ଶୋରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ସଭାପତି ଶଶିକାନ୍ତ ସ୍ୱାଇଁ, ନଗର ପ୍ରଭାରୀ ଅମୁଲ୍ୟ ପରିଡା, ନଗର ଭାଜପା ମହିଳା ମୋର୍ଚା […]

କେନ୍ଦ୍ରାପଡ଼ା, ୧୪ା୫: କାଳ ବୈଶାଖି ପବନ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରତଳି ଅଞ୍ଚଳ ବେହାଲ ହୋଇପଡିଥିବା ଦେଖାଯାଇଛି । ସହରର ମଢିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ କୃଷ୍‌ୃଚୂଡା ଗଛଟି ପ୍ରବଳ ପବନରେ ତିନିମୁହାଣି- ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ଭାଙ୍ଗି ପଡିବା ଯୋଗୁଁ ସେହି ରାସ୍ତାରେ ବେସ କିଛି ଘଣ୍ଟାଧରି ଚଳପ୍ରଚଳରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି […]

କେନ୍ଦ୍ରାପଡ଼ା, ୧୪ା୫: ନାମାଙ୍କନ ପତ୍ର ଦାଖଲର ଅଷ୍ଟମ ତଥା ଶେଷ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ୧୦୦-ମହାକାଳପଡା ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ବିଧାନସଭା କ୍ଷେତ୍ର ପାଇଁ ୨୧ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସେଥିମଧ୍ୟରୁ ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ସମାଜବାଦୀ ପାର୍ଟିର ପ୍ରଦୀପ୍ତ କୁମାର […]

କେନ୍ଦ୍ରାପଡ଼ା, ୧୪/୫: ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମିଡିଆ ସେଲ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ କହିଲେ ଯେ ବିଜେଡି ସରକାର କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରଣା କରି ଆସିଛି । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନ ଇସ୍ତାହାରରେ ଦେଇଥିବା […]

ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ ଜେନାଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ, ସୋମବାର ଅଙ୍କିତ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ । ହେଲେ ଶୁଭମୁହୁର୍ତ୍ତ ଗଡି ଯିବାରୁ ନାମାଙ୍କନ ନ ଭରି ଫେରିଯାଇଥିଲେ । ମଙ୍ଗଳବାର ପୁଣି ଶୋଭାଯାତ୍ରାରେ ଆସି ନାମାଙ୍କନ […]

ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଆଜି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ । ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି । ତେବେ ନାମାଙ୍କନ କାହିଁକି କଲେ ନାହିଁ ଓ କଣ ପାଇଁ ଫେରିଆସିଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ । ସେ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ନ କରି ଫେରିଆସିବା ଘଟଣା ଏବେ […]

କେନ୍ଦ୍ରାପଡ଼ା, ୧୩ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଗୁଲନଗର ପଞ୍ଚାୟତ ବିଜେଡି ସଭାପତି ସୁଶାନ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ସରପଞ୍ଚ ଲୋପାମୁଦ୍ରା ବାରିକଙ୍କ ଉପସ୍ଥିତରେ ଗୁଲନଗର ପଞ୍ଚାତୟର ପୂର୍ବତନ […]

କେନ୍ଦ୍ରାପଡ଼ା, ୧୩ା୫: ଗୋପ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉଜ୍ୱଳା ଦିଦିଙ୍କ ଜିଲ୍ଲା ସଭାପତି ଉସାରାଣୀ ରାଉତଙ୍କ ନେତ୍ରୁତ୍ୱରେ ଏବଂ ସମ୍ପାଦକ ଲକ୍ଷ୍ମୀ ଦାଶଙ୍କ ତତ୍ୱାବଧାନରେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉଜ୍ୱଳା ଦିଦିଙ୍କ ରାଜ୍ୟ ସଭାପତି କାଦମ୍ବିନୀ ସ୍ୱାଇଁ ଯୋଗଦେଇ କହିଲେ ଯେ ସେମାନେ ଉଜ୍ୱଳା ଦିଦି ଭାବେ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷହେବ ଦିନରାତି […]

କେନ୍ଦ୍ରାପଡ଼ା, ୧୩ା୫: ନାମାଙ୍କନର ସପ୍ତମ ଦିବସରେ ଆଜି ଲୋକସଭା କ୍ଷେତ୍ର ପାଇଁ ୩ଜଣ ଓ ବିଧାନସଭା କ୍ଷେତ୍ର ପାଇଁ ୧୩ଜଣ ମନୋନୟନପତ୍ର ଦାଖଲ କରିଛନ୍ତି । ଲୋକସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପକ୍ଷରୁ ସିଦ୍ଧାର୍ଥସ୍ୱରୂପ ଦାଶ ତିନିମୁହାଣିଛକରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ଆସି ୧୫-କେନ୍ଦ୍ରାପଡା ଲୋକସଭା ରିଟର୍ଣ୍ଣିଂ ଅଫିସର ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ବିଏସପିରୁ ସେକ […]

ସାଧାରଣ ନିର୍ବାଚନ ପାଇଁ ମଇ ୭ତାରିଖ ବୁଧୁବାରଠାରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରୁଛନ୍ତି ନେତା । ପ୍ରବଳ ଖରା ସତ୍ୱେ ବିଭିନ୍ନ ଦଳର ନେତା ଦଳ ବଳ ନେଇ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ନିଜର ଦମ୍ ଦେଖାଛନ୍ତି । ସୋମବାର ରାଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ, ଭାଜପା […]

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତରେ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ଓ ମା କୃପାମୟୀ ଯୁବକ ସଂଘ ପକ୍ଷରୁ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ କଂସାର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱେଚ୍ଛାସେବୀ ମାନେ ସଚେତନତା ପ୍ରଚାରପତ୍ର ବଣ୍ଟନ କରିବା ସହ ମାଇକ ଯୋଗେ ପ୍ରଚାର କରିଥିଲେ । ବିଭିନ୍ନ ଛକ ଜାଗା ମାନଙ୍କରେ ପଥପ୍ରାନ୍ତ ସଭା କରି ଭୋଟର ମାନଙ୍କୁ ସଚେତନ କରାଯାଇଥିଲା । […]

କେନ୍ଦ୍ରାପଡ଼ା, ୧୨ା୫: ଆଜି ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ୨୦୪ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିମର‌୍ୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ମେଡ଼ିକାଲର ଶିଶୁ ବିଭାଗ ଏଚ୍‌ଓଡି ଡଃ. କେିଶାର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନର୍ସିଂ ଛାତ୍ରୀଛାତ୍ରମାନେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଦିହିଡୁପୁର ପଂଚାୟତ ଅଧୀନ ଖଦାଳସାହି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ଗୋବିନ୍ଦ ମଲିକଙ୍କ ଚାଳଛପର ଘର ଓ ଗୁହାଳଘର ସଂପୂର୍ଣ୍ଣ ଭସ୍ମୀଭୂତ ହେବା ସହିତ ୫ ଟି ଗାଈଗୋରୁ ନାରାୟଣ ହୋଇ ଯାଇଛନ୍ତି । ଗାଈଗୁଡିଙ୍କୁ ବଂଚାଇବାକୁ ଯାଇ ଗୋବିନ୍ଦ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ […]