ପଟ୍ଟାମୁଣ୍ଡାଇ ୧/୬ କେନ୍ଦ୍ରାପଡା ଓ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଶନିବାର ଶେଷ ପ୍ରର୍ଯ୍ୟୟ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା ବେଳେ କେତେକ ସ୍ଥାନରେ ଜାରି ରହିଛି । ପ୍ରବଳ ଗଳୁଗୁଳୁକୁ ଭୁକ୍ଷେପ ନ କରି ଭୋଟର ଭୋଟ ଦାନରେ ସାମଲି ହୋଇଥିଲେ । ଉଭୟ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ଇଭିଏମ ଉପରେ ଅନିଭଜ୍ଞତା କାରଣରୁ କେତେକ ସ୍ଥାନରେ ବଳମ୍ବରେ ମତଦାନ ହୋଇଥିଲା ବୋଲି […]
featured
କେନ୍ଦ୍ରାପଡ଼ା, ୧ା୬:ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ପ୍ରାୟ ୬୨.୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା ଅଂଶୁମାନ ଓ ବୈଜୟନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ବିଜେପି ବିଧାୟକ ପ୍ରାର୍ଥୀ ଗିତାଞ୍ଜଳୀ ସେଠୀଙ୍କ ମଧ୍ୟରେ ହେଉଥିବା ବେଳେ ଆଳିରେ ମନ୍ତ୍ରୀ ପ୍ରତାପ କେଶରୀ […]
କେନ୍ଦ୍ରାପଡ଼ା, ୩୧ା୫: ଗଣତନ୍ତ୍ର ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ଭୋଟଦାନ କରିବାକୁ କେନ୍ଦ୍ରପଡ଼ା ଜିଲ୍ଲାର ସମସ୍ତ ମତଦାତାଙ୍କୁ ସାଦର ନିମନ୍ତ୍ରଣ ଓ ନିବେଦନ ଜଣାଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଏଥିସହ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଲଢ଼ୁଥିବା ୧୦ଜଣ ସାଂସଦ ପ୍ରାର୍ଥୀ ଓ ୪୦ ଜଣ […]
ନୂଆଦିଲ୍ଲୀ,୩୦ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ଅନ୍ୟ ପଟେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଭାଷା ଏବଂ ନୀତି ପାଇଁ କଡ଼ା କଥା କହି ମଧ୍ୟ ଆକ୍ରମଣ କରିଛନ୍ତି। ଗୁରୁବାର ଏକ ଚିଠି ଜାରି କରି ମନମୋହନ ପଞ୍ଜାବର ଲୋକଙ୍କୁ ଆହୁରି ଅନେକ […]
କେନ୍ଦ୍ରାପଡ଼ା, ୨୮/୫: କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କେନ୍ଦ୍ରାପଡାର ବିଧାନସଭା ପ୍ରାର୍ଥିନୀ ଗୀତାଞ୍ଜଳୀ ସେଠୀ, ଲୋକସଭା ସଂଚାଳନ କମିଟିର ମୁଖ୍ୟ ସଞ୍ଜୟ ରଥ, ମିଡିଆ ସେଲ୍ ସଭାପତି ନେହେରୁ କୁମାର ସାହୁ ଉପସ୍ଥିତ ଥିଲେ । ଗୀତାଞ୍ଜଳୀ ସେଠୀ ସମ୍ବାଦିକମାନଙ୍କ ଜରିଆରେ ଜିଲ୍ଲା […]
କେନ୍ଦ୍ରାପଡା, ୩୦/୫: ଭିନ୍ନକ୍ଷମ ବର୍ଗ ଭୋଟରଙ୍କ ମତଦାନ ପ୍ରକ୍ରିୟାରେ ପୂର୍ଣ୍ଣ ଅଂଶଗ୍ରହଣ ପାଇଁ ଚଳିତ ନିର୍ବାଚନକୁ ଅଧିକ ସୁଗମ ଓ ବ୍ୟାପକ ଅନୁକୂଳ ବ୍ୟବସ୍ଥା ଅବଲମ୍ବନ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦୃଷ୍ଟି ବାଧିତ ଭୋଟରମାନଙ୍କ ଅବଗତି ଉଦ୍ଦେଶ୍ୟରେ ଏକ – ‘ବ୍ରେଲ୍ ଭୋଟର ସଚେତନତା କର୍ମଶାଳା’ ପୁନର୍ବାସ ଥେରାପି କେନ୍ଦ୍ରରେ ବୁଧବାର ଆୟୋଜନ କରାଯାଇଥିଲା । ପୁନର୍ବାସର ମୁଖ୍ୟ […]
କେନ୍ଦ୍ରାପଡା, ତା.୨୯/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସି ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। କେନ୍ଦ୍ରପଡା ବାରୋ ଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଜନସମାବେଶକୁ ସମ୍ବୋଧିତ କରି କହିଛନ୍ତି ୪ ଜୁନ୍ ପରେ ଓଡିଶା ବିକାଶର ଏକ ନୂଆ ଯାତ୍ରା ବାହାରିବାକୁ ଯାଉଛି । ଆଜି ମୁଁ ଆପଣଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ଓ ଆପଣଙ୍କୁ ୧୦ ଜୁନ୍ […]
ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖ ଚି଼ହ୍ନରେ ବିଜୟୀ କରିବାକୁ ଆହ୍ୱାନ ଦେଉଛନ୍ତି । ଏଇ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ପଂଚାୟତ ଠାରେ […]
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ୧୨ ପଂଚାୟତକୁ ନେଇ ବୁଧବାର ବିଶାଳ ଯୁବଛାତ୍ର ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇ ଆଗାମୀ ସମୃଦ୍ଧ ଓ ସଶକ୍ତ ଓଡିଶାର ଯୁବଛାତ୍ର ମାନେ ନିର୍ମାତା ହୋଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ଶକ୍ତି ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କା ବଜେଟ ଆଣିବାକୁ […]
ରାଜ୍ୟର ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୋଜନା କରିଥିବାରୁ ସଂଖ୍ୟାଲଘୁ ଭାଇମାନଙ୍କର ବିଜେଡି ପ୍ରତି ସମର୍ଥନ ରହିଛି । ଏହି ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟ ହାତେଇବା ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ଅଧକ୍ଷ ରାଜ୍ୟସଭା ସାଂସଦ ମୁନା ଖାଁ ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ରାଜନଗର ବିଧାୟକ ତଥା ବିଜେଡି ବିଧାୟକ […]
କେନ୍ଦ୍ରାପଡା, ୨୮/୫: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ତଥା ରାଷ୍ଟ୍ରବାଦୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡ଼ିଂ ରୁମ୍ଠାରେ ଅୟୋଜିତ ଏହି ଉତ୍ସବରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀର ସଭରକରଙ୍କ କ୍ରାନ୍ତିକାରୀ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । […]
କେନ୍ଦ୍ରାପଡା ୨୮/୫- ନିର୍ବାଚନ ପ୍ରଚାର ଆଉ ଦୁଇଦିନ ଅଛି । ବୁଧବାର ଦିନ କେନ୍ଦ୍ରାପଡାରେ କେନ୍ଦ୍ର ଓ ରାଜ୍ୟରୁ ବହୁ ତୁଙ୍ଗ ନେତାମାନେ ଆସି ପ୍ରଚାର କରିବେ । ଗତକାଲି ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ପ୍ରଚାର କରିଥିଲେ । ମେ ୨୯ତାରିଖରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରୁଅ ପଡିଆ ଠାରେ ନିର୍ବାଚନୀ ପ୍ରଚାର କରିବେ । ଏହି ନିର୍ବାଚନୀ ସଭାରେ ବିଜେପି ସଂସଦୀୟ କ୍ଷେତ୍ରର […]
କେନ୍ଦ୍ରାପଡ଼ା, ୨୮ା୫: କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁରଗଡାସ୍ଥିତ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ସଭାପତିତ୍ୱରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ଦେବାଶିଷ ଦାଶ ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଶୋକ କୁମାର ତ୍ରିପାଠୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା […]
କେନ୍ଦ୍ରାପଡ଼ା, ୨୮ା୫: ନିଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀଙ୍କ ସଭାପତିତ୍ୱରେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ହମିଦ୍ ହୁସେନ୍ ଯୋଗଦେଇ ଜାତୀୟସ୍ତରରେ ମୋଦି ସରକାର ବିମୁଦ୍ରାକରଣ କରି ଭାରତର ଅର୍ଥନୈତିକ ଅବସ୍ଥାକୁ ଧୂଳିସାତ୍ କରିଛନ୍ତି ବୋଲି କହିଥିଲେ । ଅରୁଣାଚଳ ପ୍ରଦେଶର ୪ହଜାର ବର୍ଗ କି.ମି. […]
ଲଘୁଚାପ ଜନିତ ମେଘପବନ ପରେ ସୋମବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି । ଆଜି ସହରର ତପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍ ବିଭ୍ରାଟ ଏବଂ ଲୋ-ଭୋଲଟେଜ୍ ସମସ୍ୟା । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୭ଟା ଯାଏ ଗୁଳୁଗୁଳୁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଟିପିସିଓଡିଏଲ ଖାମଖିଆଲ ନୀତି ଯୋଗୁ ଲୋ-ଭୋଲଟେଜ୍ ସମସ୍ୟା […]
କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟକୁ ନିଶ୍ଚିତ କରିବା ପାଇଁ ସୋମବାର ପଟ୍ଟାମୁଣ୍ଡାଇ ବିଜେଡି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବ୍ଲକ ପ୍ରଭାତି ଗ୍ରାମର ଶତାଧିକ ଭାଜପା କର୍ମୀ ଓ ଯୁବ ଭୋଟର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, […]
ରାଜ୍ୟ ରାଜନୀତିରେ ମର୍ଯ୍ୟାଦାଜନକ କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ଆସନର ସ୍ୱତନ୍ତ୍ର ପରିଚୟ ଓ ଗୁରୁତ୍ୱ ରହିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଓ ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡ଼ା ଦଖଲ କରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଲାଗି ପଡ଼ିଥିବାବେଳେ ଶାସକ ନିଜର ଦୂର୍ଗକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇବା ସହିତ ଦଳର ଅପରାଜେୟ ନେତାମାନଙ୍କୁ ମୈଦାନରେ ଛାଡ଼ିଛି । […]
କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସାରା ଓଡିଶାରେ ଯୋଡି ଶଙ୍ଖ ଇତିହାସ ରଚିବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ ସୃଷ୍ଟି କରିବେ ବୋଲି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ଠାରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀରେ ଭାଷଣ ଦେଇ ପୂର୍ବତନମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ବାଲିପାଟଣା ସରପଞ୍ଚ ଅଜିତ ନାୟକଙ୍କ […]
କେନ୍ଦଦ୍ରାପଡା ୨୭/୫ – କେନ୍ଦ୍ରାପଡା ଜିଲ୍ଲା ନିକିରାଇ ପଞ୍ଚାୟତର ଏକପଡା ଗାଁର ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ ୯୭ ବର୍ଷ ବୟସରେ ତାଙ୍କ କାକଟ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ଶଯ୍ୟାସାୟୀ ଥିଲେ । କଜଳା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡ […]
କେନ୍ଦ୍ରାପଡ଼ା, ୨୭ା୫: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨କଳାରେ ସାଗରିକା ତ୍ରିପାଠୀ ଓ ବିଶ୍ୱଜିତ ମହାନ୍ତି ୫୨୩ମାର୍କ ରଖି ଯୁଗ୍ମ ବିଭାଗୀୟ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ସେଖ ଜିସାନ ଅଲ୍ଲୀ ୫୪୭ ମାର୍କ ରଖି ବିଭାଗୀୟ ଟପ୍ପର ହୋଇଛନ୍ତି । ସେହିଭଳି ବିଜ୍ଞାନରେ ରାଜେଶ କୁମାର ମହାନ୍ତି ୫୬୫ମାର୍କ ରଖି ବିଭାଗୀୟ […]
କେନ୍ଦ୍ରାପଡା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ କେନ୍ଦ୍ରାପଡାବାସୀଙ୍କୁ ନିବେଦନ ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା, ୨୭ା୫: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଅ ସିଦ୍ଧବଟ ପଡିଆରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରି କହିଲେ ଯେ ବିରୋଧୀ ଦଳ […]
କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପଲ୍ଲୀ ରଘୁନାଥପୁର ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅବସରପ୍ରାପ୍ତ ଆର୍ମି କର୍ମଚାରୀ ସୁଧାଂଶୁ ଜେନାଙ୍କୁ ଚାରିଜଣ ଦୁର୍ବୁତ୍ତ ଜୀବନରୁ ମାରିଦେବା ପାଇଁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସେ ରକ୍ତାକ୍ତ ଅବସ୍ଥାରେ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ନିକଟସ୍ଥ ଇନ୍ଦୁପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସୁଧାଂଶୁଙ୍କ ମୁଣ୍ଡରେ […]
କେନ୍ଦ୍ରାପଡ଼ା, ୨୬ା୫: +୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲ୍ଲାରେ ବିଜ୍ଞାନରେ ୯୦.୭୪ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ କଳାରେ ୭୮.୭୩, ବାଣିଜ୍ୟରେ ୮୮.୫୧ ଓ ଭୋକେସନାଲରେ ୭୭.୨୧ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ବିଜ୍ଞାନରେ ମୋଟ ୩୩୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୦୬୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୮୦ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୩୩୧ଜଣ […]
କେନ୍ଦ୍ରାପଡ଼ା, ୨୫ା୫: କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ ପ୍ରତିଶତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ୮ଟି ବ୍ଲକରେ ମୋଟ ୩୦ଜଣ ଏ-୧ଗ୍ରେଡ୍ରେ ପାସ କରିଛନ୍ତି । ରାଜକନିକା ବ୍ଲକର ଆର.ଏନ. ହାଇସ୍କୁଲ ଛାତ୍ରୀ ଅନନ୍ୟା ବାରିକ ମୋଟ ୬୦୦ ମାର୍କରୁ ୫୬୦ମାର୍କ ଅର୍ଥାତ ୯୩.୩୩ ପ୍ରତିଶତ ମାର୍କ ରଖି ପାସ କରିବା ସହିତ ଜିଲ୍ଲା ଟପ୍ପର ହୋଇଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର […]
