କୋଇଲା ବୋଝେଇ ଗାଡି ଜବତ, ଚାଳକ ଫେରାର


କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡା ସଦର ପୁଲିସ ଆଜି ସକାଳେ ଏକ ବେଆଇନ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି । ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଚାନ୍ଦବାଲି ଅଞ୍ଚଳରୁ ବେଆଇନ କୋଇଲା ପିକ୍ ଅପ୍ ଭ୍ୟାନ୍ ଯୋଗେ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଗାଡିଟିକୁ ଧରିବାକୁ ଚେଷ୍ଟା କରିଥିଲା । ଗାଡିଟି ରାଜ୍ୟ ରାଜପଥରୁ ଗ୍ରାମ୍ୟ ରାସ୍ତା ଦେଇ କଟକ ଯିବାକୁ ବସିଥିବାବେଳେ ପୋଲିସ ପଟୁକୁରା ଅଞ୍ଚଳରୁ ଏହାକୁ ଜବତ କରିଥିଲା । ତେବେ ଗାଡିଚାଳକ କୌଶଳକ୍ରମେ ଗାଡି ଛାଡି ଖସି ପଳାଇଥିଲା ବୋଲି ସଦର ଆଇଆଇସି ଶରତ ସାହୁ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading