ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ ଲାଗି ୧୦କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ । ଉଦୟନିଧିଙ୍କ ମୁଣ୍ଡକାଟ ପାଇଁ ଯଦି ଏହି ପୁରସ୍କାର ରାଶି ପର୍ଯ୍ୟାପ୍ତ ନ ହୁଏ ତେବେ ଏହାର ପରିମାଣ ସେ ବୃଦ୍ଧି କରିବେ ବୋଲି ପରମହଂସ କହିଛନ୍ତି । ପରମହଂସ କହିଛନ୍ତି ଯେ ଉଦୟନିଧି ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟ ଦେଶର ୧୦୦କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ଏଥିପାଇଁ ସେ କ୍ଷମା ମାଗିବା ଦରକାର । ଦେଶରେ ଯେଉଁ ବିକାଶ ହେଉଛି ତାହା ସନାତନ ଧର୍ମ ଯୋଗୁଁ ହେଉଛି । ଉଦୟନିଧିଙ୍କ ମୁଣ୍ଡ କାଟ ଲାଗି ପରମହଂସ ସୋମବାର ଏକ ଭିଡିଓ ଜାରି କରିଥିଲେ । ଭିଡିଓରେ ଦେଖାଯାଇଛି ପରମହଂସ ଗୋଟିଏ ହାତରେ ଖଣ୍ଡା ଧରିଥିବାବେଳେ ଅନ୍ୟ ହାତରେ ଉଦୟନିଧିଙ୍କ ପୋଷ୍ଟର ଧରିଛନ୍ତି ।ଜାତୀୟ ଗଣମାଧ୍ୟମ ସୂଚନାରୁ ଜଣାଯାଇଛି ଯେ । ଅନ୍ୟପଟେ ଡିଏମକେ ସମର୍ଥକମାନେ ସନ୍ଥଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସେହିପରି ଉଦୟନିଧି କହିଛନ୍ତି ଯେ ପରମହଂସ ଜଣେ ସାଧୁ ନୁହନ୍ତି । ଜଣେ ସାଧୁଙ୍କ ପାଖରେ ପୁରସ୍କାର ଦେବା ଲାଗି ଏତେ ଅର୍ଥ କେଉଁଠାରୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମାତ୍ର ୧୦ ଟଙ୍କାରେ ମୁଣ୍ଡ ପରିଷ୍କାର ହୋଇପାରିବ । ସେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରିବେ ବୋଲି ଉଦୟନିଧି କହିଛନ୍ତି । ଏହି ଘଟଣା ପରେ ପରମହଂସ ପୁରସ୍କାର ରାଶି ବଢ଼ାଇଦେବେ ବୋଲି ଘୋଷଣା କରିଛନ୍ତି ।
kanika odisha
Next Post
ରାଜ୍ୟ ସୂଚନାକମିସନରଙ୍କ ଉଲ୍ଲେଖନୀୟ ରାୟ: ତଥ୍ୟ ନଦେବାରୁ ଏବିଇଓଙ୍କୁ ଅର୍ଥ ଦଣ୍ଡ
Thu Sep 7 , 2023
ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ସୂଚନା ଅଧିକାର ନିୟମ ଅନୁଯାଇ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ତଥ୍ୟ ପ୍ରଦାନ ନକରିବାରୁ ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ଏକ ଉଲ୍ଲେଖନୀୟ ରାୟରେ ୨୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନଥିବା କାରଣରୁ ପଟ୍ଟାମୁଣ୍ଡାଇ ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଆଇନ ଅନୁମୋଦିତ ଭାବେ ଦଣ୍ଡିତ କରିବା ପଟ୍ଟାମୁଣ୍ଡାଇ ଅଂଚଳର […]

KANIKA
- 2 years ago
ବିନୟ ହେବେ କି ବିଜେପି ସାଂସଦ ପ୍ରାର୍ଥୀ
- 4 months ago
ଓକିଲ ଏକାଦଶକୁ ହରାଇ କେନ୍ଦ୍ରାପଡ଼ା ପୋଲିସ ବିଜୟୀ
- 6 months ago
ବଳଦେବଜୀଉ ମନ୍ଦିର ବୁଲି ଦେଖିଲା ରାଜ୍ୟ ପ୍ରତ୍ନତ୍ତ୍ୱ ବିଭାଗ
- 2 years ago
ଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
- 2 years ago
ନୟାକୋଟ ପ୍ରାଥମିକବିଦ୍ୟାଳୟରେ ବିଦାୟକାଳୀନ ସଭା










