ରାଜ୍ୟ ସୂଚନାକମିସନରଙ୍କ ଉଲ୍ଲେଖନୀୟ ରାୟ: ତଥ୍ୟ ନଦେବାରୁ ଏବିଇଓଙ୍କୁ ଅର୍ଥ ଦଣ୍ଡ


ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ସୂଚନା ଅଧିକାର ନିୟମ ଅନୁଯାଇ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ତଥ୍ୟ ପ୍ରଦାନ ନକରିବାରୁ ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ଏକ ଉଲ୍ଲେଖନୀୟ ରାୟରେ ୨୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନଥିବା କାରଣରୁ ପଟ୍ଟାମୁଣ୍ଡାଇ ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଆଇନ ଅନୁମୋଦିତ ଭାବେ ଦଣ୍ଡିତ କରିବା ପଟ୍ଟାମୁଣ୍ଡାଇ ଅଂଚଳର ଏକ ଚର୍ଚାର ବିଷୟ ପାଲଟିଛି।

ଜନସ୍ୱାର୍ଥ ଦୃଷ୍ଟିରୁ ଗତ ୨୦୨୧ ମାର୍ଚ୍ଚ ମାସ ୧ ତାରିଖରେ ତତତ୍କାଳ ଜନ ସୂଚନା ଅଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ ତଥ୍ୟ ଜ୍ୟୋତିପ୍ରକାଶ ମାଗିଥିଲେ । ମାତ୍ର ତଥ୍ୟ ନ ମିଳିବାରୁ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ କରିଥିଲେ ମଧ୍ୟ କୌଣସି ସୁଫଳ ନ ପାଇ ଅସନ୍ତୋଷ ପ୍ରକାଶ କରି ସେ ଦ୍ୱିତୀୟ ଅପିଲ ରାଜ୍ୟ ସୂଚନା କମିସନରଙ୍କୁ ଆବେଦନ କରିଥିଲେ । ୧୮ ଅଗଷ୍ଟ ୨୦୨୩ ରେ ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ରାୟରେ ୨୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି ।

 


Discover more from

Subscribe now to keep reading and get access to the full archive.

Continue reading