କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣା ୧୭ଦିନରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ଥିଲେ ମଧ୍ୟ ସରକାରଙ୍କ ଠାରୁ କୈାଣସି ସଙ୍କେତ ମିଳୁନଥିବାରୁ ଚୁପ ହୋଇ ବସିଛି । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ସରକାରଙ୍କୁ ଚାପଗ୍ରସ୍ତ କରି ଦାବି ହାହଲକୁ ନିଶ୍ଚିନ୍ତ କରିବା ନିମନ୍ତେ ପ୍ରତିକୂଳ ପାଗ ସତ୍ତ୍ୱେ ପୁରା ଦମ୍ ଲଗାଇ ଦେଇଛି । କମିଟିର କର୍ମକର୍ତ୍ତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ଆନ୍ଦୋଳନ ମୁହାଁ କରିବାକୁ ଉଦ୍ୟମ କରୁଥିବା ବେଳେ ଆଜି ରାଜକନିକା ବ୍ଲକର ଲୋକମାନେ ବହୁ ସଂଖ୍ୟାରେ ଗଣଧାରଣାସ୍ଥଳରେ ଉପସ୍ଥିତ ହୋଇ ଆନ୍ଦୋଳନର ଦାୟୀତ୍ୱ ବହନ କରିଥିଲେ । ସେଠାରେ କନିକା ଗଣଆନ୍ଦୋଳନର ବରିଷ୍ଠ ନେତା ଦାମୋଦର ଧଳଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶିକ୍ଷକ ନେତା କାଳି ପ୍ରସାଦ ନାୟକ, ଯୁବନେତା ମଙ୍ଗୁଳି ଚରଣ ବେହେରା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ଭାଗୀରଥି ଜେନା, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ କେନ୍ଦ୍ରାପଡାବାସୀଙ୍କ ପ୍ରତି ସରକାରଙ୍କ ଲଗାତର ଅବିଚାର ତଥା ବୈମାତୃକ ମନୋଭାବର କଡା ସମାଲୋଚନା କରିବା ସହ ଏହାର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଅପରାହ୍ନରେ ଗୟାଧର ଧଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ବୈଷ୍ଣବ ଚରଣ ସ୍ୱାଇଁ, ସେକ ଜଲାଲଉଦ୍ଦିନ, ସୁହାନା ବିବି, ତନୁଜା ଥାପ୍ପା ପ୍ରମୁଖ ଜନଚେତନା କାର୍ଯ୍ୟକ୍ରମରେ ବାହାରି ମେଡିକାଲ କଲେଜ ଦାବି ପ୍ରତି କେନ୍ଦ୍ରାପଡା ସହରର ବ୍ୟବସାୟୀ ଭାଇମାନଙ୍କ ସହଯୋଗ ଲୋଡା ଯିବା ସହ ଗଣପାଣ୍ଠି ସଂଗ୍ରହ କରିଥିଲେ ।
kanikanews.in
Next Post
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ଓ ପାଣ୍ଠି ସଂଗ୍ରହ ଅଭିଯାନ
Fri Sep 22 , 2023
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ସୃଷ୍ଟି କରିବା ଏବଂ ଗଣପାଣ୍ଠି ସଂଗ୍ରହ ଅଭିଯାନ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହରରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଟାନ କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ମଣ୍ଡଳୀ ସଦସ୍ୟ ଆଦିକନ୍ଦ ରାଉଳ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ବୈଷ୍ଣବ ଚରଣ ସ୍ୱାଇଁ, ସେକ […]

You May Like
- 7 months ago
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜାତୀୟ ପେନସନ ଦିବସ ପାଳିତ
- 10 months ago
ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
- 7 months ago
ପ୍ରଜ୍ଞାମିଶନ ପକ୍ଷରୁ ଗୀତା ଜ୍ଞାନଯଜ୍ଞ
- 8 months ago
କେନ୍ଦ୍ରାପଡା ଶୌଣ୍ଢିକ ସମାଜ ଜିଲ୍ଲାସ୍ତରୀୟ ସମାବେଶ
- 2 years ago
ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସମ୍ମିଳନୀ