ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଯୁବକ କୋର୍ଟ ଚାଲାଣ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଂଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି । ଖୁଦୁରୁକୁଣୀ ଓଷା ସରିବା ପରେ ମୂର୍ତି ବିସର୍ଜନ କରିବା ପାଇଁ ନାବାଳିକା ସାଙ୍ଗମାନଙ୍କ ସହିତ ନଦୀକୂଳକୁ ଯାଇଥିଲା । ଏହା ମଧ୍ୟରେ ଓସ୍ତିଆ ଗ୍ରାମର ଚନ୍ଦ୍ରଶେଖର ବଳ(୨୮) ଜନୈକା ନାବାଳିକା ନିକଟରେ ପହଂଚି ତାର ପାଟିକୁ ଚାପିଦେଇ ଗଛମୂଳକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଚିତ୍କାର କରିବାରୁ ଗାଁ ଲୋକେ ଓ ତାର ସାଙ୍ଗମାନେ ତାକୁ ଉଦ୍ଧାର କରିଥିଲେ । ଚନ୍ଦ୍ରଶେଖର ସେମାନଙ୍କ ସହିତ ନାବାଳିକାର ମା ଓ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ନାବାଳିକାର ମା ରାଜନଗର ଥାନାରେ ଅଭିଯୋଗ କରିଥିଲେ । ରାଜନଗର ପୋଲିସ ଚନ୍ଦ୍ରଶେଖରକୁ ରବିବାର ବିଳମ୍ବିତ ରାତିରେ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରିଥିଲେ । ସୋମବାର ୫୮୮/୨୩ ପୋସ୍କୋ ଆକ୍ଟରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ।


Discover more from

Subscribe now to keep reading and get access to the full archive.

Continue reading