ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ପୁରାଣ ବର୍ଣ୍ଣିତ ନାମ କରଣର ବୈଶିଷ୍ଟ ସମ୍ବଦ୍ଧରେ ଦ୍ୱିତୀୟ ବାର୍ଷୀକ ଆଲୋଚନା ସଭା


କେନ୍ଦ୍ରାପଡ଼ା ୨୫/୧୧: ଶୁକ୍ରବାର ଅପରାହ୍ନ ୩ଟା ସମୟରେ ନିଖିଳ ଓଡିଶା ତୁଳସି-ଶ୍ରୀ ବଳରାମ ସାମାଜିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଖଡିଅଙ୍ଗ ସ୍ଥିତ ସତୀଶ ଚନ୍ଦ୍ର ସାମନ୍ତଙ୍କ ବାସଭବନ ପରିସରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ତୁଳସୀ କ୍ଷେତ୍ରର ପୁରଣ ବର୍ଣ୍ଣିତ ନାମକରଣ ଓ ଏହାର ବୈଶିଷ୍ଟ ବିଷୟରେ ଦ୍ୱିତୀୟ ବାର୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି କଟକର ଆଇନଜୀବୀ ଓ ନୋଟାରୀ ନେପାଳ ପ୍ରକାଶ ସାମନ୍ତ ଅଧ୍ୟକ୍ଷତା କରିଥିଲେ । ସଭାରେ ନିମନ୍ତ୍ରୀତ ସାହିତ୍ୟିକ ଓ ସାମ୍ବାଦିକମାନେ ତଥା ବିଶିଷ୍ଟ ବଳରାମ ଭଜନ ଗୀତିକାର ଡଃ ବଳରାମ ଲେଙ୍କା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରତାପ ଚନ୍ଦ୍ର ଲେଙ୍କା, ନୃସିଂହ ଚରଣ ରାଉତ, ମହେଶ୍ୱର ମହାପାତ୍ର କାହ୍ନୁ ଚରଣ ଦାସ, ନିମାଇ ଚରଣ ବଳ, ବିପଦ ଭଞ୍ଜନ ଦାଶ, ଶ୍ରୀଧର ମହାନ୍ତି, ରାଖାଲ ଚନ୍ଦ୍ର ସାମନ୍ତ, ରବିନ୍ଦ୍ର ସାମନ୍ତ, କଟକର ଆଇନଜୀବୀ ମମତା ମହାନ୍ତି, ଶୁଭାଶିଷ ପଟନାୟକ, ଅକ୍ଷୟ କୁମାର ମହାନ୍ତି, ପ୍ରକାଶ କୁମାର ମୁଦୁଲି, ଅଶୋକ ବେହେରା ପ୍ରମୁଖ ବ୍ୟକ୍ତିଗଣ ସଭାରେ ଉପସ୍ଥିତ ରହିଥିଲେ । କେନ୍ଦ୍ରାପଡାର ତୁଳସୀ କ୍ଷେତ୍ର, ଖଡିଅଙ୍ଗ, ବଳଗଣ୍ଡି, ଅସୁରେଶ୍ୱର, ଅସୁରେଶ୍ୱର କଟିକଟା, ଚାରିଳଙ୍ଗଳ (କଟିକଟା), କୋର ପଞ୍ଚାୟତର ଅସୁରଡିହ, ବାଟମଙ୍ଗଳା, ମହୀପାଳ, ମଧୁସାଗର, ଲକ୍ଷ୍ମୀବରାହ(ବଡମଙ୍ଗଳା), ବଗଳା ମୁଖୀ (ସାନମଙ୍ଗଳା), ଗଣାମାହାଲ ପ୍ରଭୁତି ସ୍ଥାନମାନଙ୍କର ଏହି ନାମଗୁଡିକ ପୁରାଣ ବର୍ଣ୍ଣିତ ବିଭିନ୍ନସ୍ଥାନର ନାମକରଣ ବୈଶିଷ୍ଟ ସମ୍ବଦ୍ଧରେ ସମସ୍ତେ ଆଲୋଚନାରେ ଭାଗ ନେଇଥିଲେ । ଶ୍ରୀକୃଷ୍ଣ ଜ୍ୟୈଷ୍ଠଭ୍ରାତା ପ୍ରଭୁ ଶ୍ରୀ ବଳରାମଙ୍କୁ ନେଇ ବର୍ଣ୍ଣିତ ପୌରାଣିକ ଉପାଖ୍ୟାନ ଅଧ୍ୟାୟରେ ଆମ ପୂର୍ବଜମାନେ ଏହି ନାମକରଣ ବିଷୟରେ ବର୍ଣ୍ଣମ କରିଯାଇଛନ୍ତି । ଏହି ନାମଗୁଡିକ ପ୍ରଭୁ ବଳରାମଙ୍କ ବୀରତ୍ୱ ଓ ସାହସର ବୈଶିଷ୍ଟକୁ ପ୍ରତିପାଦନ କରିଥାଏ । ଏହା ଲୋକଲୋଚନକୁ ବିସ୍ତାରିତ ଭାବେ ଆସିପାରିନାହିଁ । ଏହି ନାମ ଗୁଡିକର ବୈଶିଷ୍ଟ ଓ ପରିଚିତିକୁ ଆଧାର କରି ପ୍ରତିବର୍ଷ କନ୍ଦରାସୁର ପୋଡି, ମଧୁଦୈତ୍ୟ ପୋଡି, ଶଙ୍କୁକର୍ଣ୍ଣ ପୋଡି ପରି ସାଂସ୍କୃତିକ କାର୍ଯ୍ୟମାନ ପରିସର ତରଫରୁ କରାଯାଉଅଛି । କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ସହିତ ଦୈତ ଥିବା ଧାର୍ମିକ ତଥା ପୌରାଣିକ ତଥ୍ୟ ତଥା ଶ୍ରୀ ଶ୍ରୀ ବଳରାମଙ୍କ ମାହାତ୍ମ୍ୟକୁ ଆଜିର ପିଢି ତଥା ଭବିଶ୍ୟତର ପିଢିକୁ ଅବଗତ କରାଇବା ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ପରିଷଦ ସଦାସର୍ବଦା ପ୍ରଚେଷ୍ଟା କରିଆସୁଅଛି ବୋଲି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading