ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ



କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁରୁ ଗ୍ରାମ ପଂଚାୟତରେ ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ ଅନୁଷ୍ଠିତ ହୋଇଥରଲା । ଆଜିର ସମାଜରେ ଜଣେ ଚାଷୀ ଯେପରି ସାହାସିକତା ସହିତ ଚାଷକୁ ବୃତ୍ତି ଭାବେ ଗ୍ରହଣ କରି ଆମ ଦେଶକୁ ଖାଦ୍ୟ ଯୋଗାଇ ଦେଇଆସୁଛନ୍ତି । ସେମାନେ ତାଙ୍କର ପରିଶ୍ରମ ଓ ଦକ୍ଷତା ଯୋଗୁଁ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି । ଚାଷୀମାନଙ୍କ ପରିଶ୍ରମ, ନିଷ୍ଠା ଓ ନିଃସ୍ୱାର୍ଥ ପର ସେବା ନିମନ୍ତେ ଆଜି ସେହି ଚାଷୀମାନଙ୍କୁ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯଦୁପୁରୁ ଗ୍ରାମ ପଂଚାୟତ ସରପଂଚ ସଂଜୁକ୍ତା ଜେନା, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ନିରଞ୍ଜନ ପରିଡା, ସମ୍ମାନିତ ଅତିଥି ଭାବେ ଦିବାକର ସାହୁ, ଭିକାରି ବେହେରା, ସମାଜସେବୀ ଅମରବର ବିଶ୍ୱାଳ, ଶିଶିର ବିଶ୍ୱାଳ, ମୁଖ୍ୟ ପରିଚାଳକ ସତିଶ ଚନ୍ଦ୍ର ରାଉତରାୟ, ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ସେକ୍ରେଟାରୀ ରାଜ କିଶୋର ପ୍ରଧାନ, ସୁପ୍ରଭା ମଲ୍ଲିକ ଓ କେନ୍ଦ୍ରାପଡା ସଂଯୋଜକ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକର୍ମକୁ ସଫଳ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading