ପଟ୍ଟାମୁଣ୍ଡାଇ କଲେଜରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ



ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ କଲେଜରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରାଚୁର୍ଯ୍ୟରେ ଭରପୁର ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି ହୋଇଥିବାରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରି ରାଜ୍ୟର ପ୍ରଶିକ୍ଷିତ ଯୁବଶକ୍ତିଙ୍କୁ ଚିହ୍ନଟ କରିବା ପାଇଁ ୩୮୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସୂଚନା ଦେଇଥିଲେ । ପଟ୍ଟାମୁଣ୍ଡାଇ କଲେଜର ଯୁବଛାତ୍ରଙ୍କ ପ୍ରତିଭା ବିକାଶ ପାଇଁ ଉପଯୁକ୍ତ ଭାବେ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନୂତନ ସଶକ୍ତ ଓଡିଶା ଗଠନର ଭିତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ କଲେଜ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ, ସାଂସ୍କୃତିକ କମିଟି ନୋଡାଲ ଅଫିସର ପ୍ରାଧ୍ୟାପକ ରଂଜିତ ସେନାପତି, କ୍ରୀଡା କମିଟିର ନୋଡାଲ ଅଫିସର କ୍ୟାପଟେନ ମନୋଜ ପରିଡା ଓ ସାମାଜିକ ସେବା ପ୍ରାଧ୍ୟାପକ ବୈକୁଣ୍ଠ ନାଥ ରାଉଳ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଯୁବଶକ୍ତିର ପ୍ରତିଭା ବିକାଶ କ୍ଷେତ୍ରରେ ରହିଥିବା ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଆଲୋକ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କଲେଜ ଅଧ୍ୟକ୍ଷ ଭୂୟାଁ ସ୍ୱାଗତଭାଷଣ ଓ ପ୍ରଧ୍ୟାପିକା ଡ଼ ଅଞ୍ଜଳି ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ସଂସ୍କୃତି, କ୍ରୀଡା, ସାମାଜିକ ସେବା ଦାୟିତ୍ୱରେ ଥିବା ପ୍ରାଧ୍ୟାପକ ସର୍ବଶ୍ରୀ ଡ଼ ଦୁଃଶାସନ ପରିଡା, ଡ଼ ସୁନୀଲ ପ୍ରଧାନ, ପ୍ରମୋଦ ସ୍ୱାଇଁ, ଅମୀୟ ଦାସ, ଡ଼ ଫକୀର ପ୍ରଧାନ, ଅଧ୍ୟାପକ ଶ୍ରୀମନ୍ତ ଜେନା, ଅରବିନ୍ଦ ପାଣ୍ଡବ, ପ୍ରଦ୍ୟୁମ୍ନ ପ୍ରଧାନ, ଡ଼ ମାନସ ନାୟକ, ଅମିତ ସାହୁ, ସରୋଜ ନାୟକ, ଜିତେନ୍ଦ୍ର ମଲ୍ଲିକ ଅଧ୍ୟାପିକା ମଧୁସ୍ମିତା ପରିଡା, ସୀମାଙ୍ଗିନୀ ଦାସ, ଶୁଭଲଷ୍ମୀ ପ୍ରଧାନ, ଶୁଭଶ୍ରୀ ପୋଥାଳ, ନମିତା ବେହେରା, ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ଭାଷଣ ଦେଇ ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପିକା ନିବେଦିତା ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ପାରମ୍ପରିକ ନୃତ୍ୟ ଫ୍ୟାସନ ସୋ ସମେତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । କ୍ରୀଡା ପ୍ରଶିକ୍ଷକ ସ୍ମୃତି ରଞ୍ଜନ ସାମନ୍ତରାୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ ।


Next Post

ତରଡ଼ିପାଳ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

Mon Dec 4 , 2023
ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ି ପାଳ ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଶାସନ ଜନସାଧାରଣ ସମସ୍ୟା ସମାଧାନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ତରଡ଼ିପାଳ ସରପଂଚ ଦେବ […]

You May Like