କେନ୍ଦ୍ରାପଡ଼ା ବିଧାନସଭା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ



କେନ୍ଦ୍ରାପଡ଼ା ତା.୦୪/୧୨ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶ୍ରୀ ବଳଦେବଜୀଉ ମନ୍ଦିର ଇଚ୍ଛାପୁର ଠାରେ ଆୟୋଜନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।ବଳଦେବଜୀଉଙ୍କ ଦର୍ଶନ କରିବା ପରେ କେନ୍ଦ୍ରାପଡ଼ା ବିଧାନସଭା ବୁଥ ସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ, ଲୋକସଭା ପ୍ରଭାରୀ ବିନୋଦ ଦାସ, ସଂଯୋଜକ ସୁନାକର ବେହେରା,ଜିଲ୍ଲା ପ୍ରଭାରୀ ଡ.ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତ, ଶଶାଙ୍କ ଶେଖର ସେଠୀ,ଅନୁପ କୁମାର ପରିଡା,ସଲିମ୍ ଖାଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ,ଦୁର୍ଯ୍ୟୋଧନ ସାହୁ, ବିଷ୍ଣୁ ଦାସ, କଳ୍ପନା ମଲ୍ଲିକ, ଉମାକାନ୍ତ ପଟ୍ଟନାୟକ,କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିକ୍ରମ ରାଉତରାୟ,ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତର ସଫଳ ରୂପାୟନ ନିମନ୍ତେ ବୁଥ ସ୍ତରରେ ସଂଗଠନକୁ ମଜଭୁତ କରିବା ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ ଜନହିତକର ଯୋଜନା ଗୁଡ଼ିକୁ ସମାଜର ଶେଷ ବର୍ଗଙ୍କ ପାଖରେ ପହଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥଲେ । ଜିଲ୍ଲା ସମ୍ପାଦକ ଅମିତାଭ ସୁଆର, ନେହେରୁ କୁମାର ସାହୁ,ବିକ୍ରମାଦିତ୍ୟ ସାହୁ,ବିକ୍ରମ ରାଉତରାୟ ପ୍ରଜେଶ ନାୟକ,କୋଷାଧ୍ୟକ୍ଷା ପ୍ରତିମା ନାୟକ, ମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାସ,ଶ୍ରୀଧର ପ୍ରଧାନ, ପ୍ରିୟଦର୍ଶିନୀ ନନ୍ଦ, ଅନ୍ତର୍ଯ୍ୟାମୀ ମଲ୍ଲିକ,ପ୍ରମୁଖ ନେତୃମଣ୍ଡଳୀଙ୍କ ସମେତସମସ୍ତ ମଣ୍ଡଳ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ ଓ ବୁଥ ସଭାପତି ଉପସ୍ଥିତ ଥିଲେ ।


Next Post

ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟ ପାଇଁ ପ୍ରସ୍ତୁତି ବୈଠକ

Wed Dec 6 , 2023
କେନ୍ଦ୍ରାପଡ଼ା,୦୫/୧୨: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟିଭାଲ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍‌ୱାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଡିସେମ୍ବର ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଏକକାଳୀନ ପଲ୍ଲିଶ୍ରୀ ମେଳା ଓ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ […]

You May Like