ଓଷ୍ଟା ପକ୍ଷରୁ ସପ୍ତବିଂଶତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ-୨୦୨୩ ଅନୁଷ୍ଠିତ

ଓଡିଶା ମାଧ୍ୟ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପରିସରରେରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ, ସରକାର ଅନୁଦାନପ୍ରାପ୍ତ…

ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ବାର୍ଷିକ କ୍ରୀଡା

ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟ ନାରାୟଣ ଚନ୍ଦ୍ର ସାହୁ ଓ ସମ୍ପାଦକ ଆମ୍ବୁଜଭୂଷଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ…

ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କେନ୍ଦ୍ରାପଡ଼ା, ୨୧ା୧୨ : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିଚାଳନା ସମିତି ସଭାପତି ଜାକାରିଆ ସାହିବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା…

ମଦନପୁର ୟୁ କେ ମହାବୀର କଲେଜରେ କ୍ରୀଡା ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଅନୁଯାୟୀ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର…

ବଡପଡା କଲେଜରେ ନୂଆ-ଓ କାର୍ଯ୍ୟକ୍ରମ , ଯୁବଛାତ୍ରମାନେ ନବୀନ ଓଡିଶାର ସାରଥୀ :ଧ୍ରୁବ ସାହୁ

ଓଡିଶା ରୂପାନ୍ତକରଣରେ ଗଠିତ ହେବାକୁ ଯାଉଥିବା ନବୀନ ଓଡିଶାର ଯୁବଛାତ୍ରମାନେ ସାରଥୀ ବୋଲି ରାଜ୍ୟ ସରକାରଙ୍କ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ଡିଗ୍ରୀ କଲେଜ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ…

ପଟ୍ଟାମୁଣ୍ଡାଇ କଲେଜରେ ସଡ଼କ ସୁରକ୍ଷା ସଚେତନତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସାମାଜିକ କଲ୍ୟାଣ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଯୁବବର୍ଗଙ୍କୁ ସଚେତନତା କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୋଜନାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜ…

ମଦ୍ରାସା ଆରବିୟା ତାଲିମୂଲ ଇସଲାମର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କେନ୍ଦ୍ରାପଡ଼ା, ୨୦ା୧୨ : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୂଲ ଇସଲାମ୍‌ର ୨୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ମଦ୍ରାସାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଚ୍ଚାଡିଆଁ, ଲମ୍ବଡିଆଁ, ଏକଶହ, ଦୁଇଶହ…

ନୂଆ ଓ’ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

କେନ୍ଦ୍ରାପଡ଼ା, ୨୦/୧୨: ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିରୂପା ମହାବିଦ୍ୟାଳୟରେ “ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଦୁଇଦିନିଆ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । କଲେଜ୍‌ର ଅଧ୍ୟକ୍ଷ ପ୍ରଫେସର୍ ଅଭିଜିତ ବୋଷଙ୍କ ପୌରହିତ୍ୟରେ…

୨୩ରେ ଗରାପୁର ଶିରିଡି ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡ଼ା,୨୦ା୧୨  : ଆସନ୍ତା ୨୩ତାରିଖରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଏସପିଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟ ସାଇବିହାରରେ ନବ ନିର୍ମିତ ଶିରିଡି ସାଇ ମନ୍ଦିରର ଉଦଘାଟନ ଉତ୍ସବ ମହାସମାରୋହରେ ଶ୍ରୀ ଶିରିଡି ସାଇ ଜନକଲ୍ୟାଣ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ…

ବରିଷ୍ଠ ନେତା ବିଜୟ ମହାପାତ୍ର ନିଜର ଘରପୋଡି ସହାୟତା ରେଡକ୍ରସକୁ ଦାନ କଲେ

କେନ୍ଦ୍ରାପଡା,୨୦/୧୨  – ବିଶିଷ୍ଟ ଜନନେତା ବିଜୟ ମହାପାତ୍ରଙ୍କୁ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧ଲକ୍ଷ୨୫ହଜାର ଟଙ୍କାର ଘରପୋଡ଼ି ସହାୟତାକୁ ଆଜି ଶ୍ରୀମହାପାତ୍ର ଜିଲ୍ଲା ରେଡ଼କ୍ରସକୁ ପ୍ରଦାନ କରିଛନ୍ତି । ଶ୍ରୀମହାପାତ୍ର ସଂଧ୍ୟାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି…

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

କେନ୍ଦ୍ରାପଡ଼ା, ୨୦/୧୨:ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ଜିଲ୍ଲା ସୂଚନା…

କେନ୍ଦ୍ରାପଡାରେ ଏକାଠି ଲଢିବ ଇଣ୍ଡିଆ ମେଣ୍ଟ

କେନ୍ଦ୍ରାପଡ଼ା, ୨୦ା୧୨: ଇଣ୍ଡିଆ ମେଣ୍ଟର କଂଗ୍ରେସ, ସିପିଆଇଏମ୍‌, ସିପିଆଇ ଓ ଆମ୍ ଆଦମୀ ପାର୍ଟିର ଏକ ମିଳିତ କର୍ମୀ ସମ୍ମିଳନୀ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ କଂଗ୍ରେସ ଭବନ କଜଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମ୍ନମତେ ଚାରିଗୋଟି…

ପଟ୍ଟାମୁଣ୍ଡାଇ ପୌରପରିଷଦରେ ଜାଗା ମିଶନ କାର୍ଯ୍ୟକ୍ରମ ସମୀକ୍ଷା

ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଜାଗା ମିଶନ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।. ଏଥିରେ ଓଡିଶା ଜାଗା ମିଶନ ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଯୋଗ ଦେଇ ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ଥିବା ବସ୍ତି ବାସିନ୍ଦାମାନଙ୍କ ଜାଗା ମିଶନ ଜରିଆରେ…

ଓଡିଶା ସଂସ୍କୃତି ଓ କଳା ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀ , କଳା ସଂସ୍କୃତି ଓଡିଶାକୁ ବିଶ୍ୱବିଜୟୀ କରିଛି

ପଟ୍ଟାମୁଣ୍ଡାଇ ଗୌରବମୟ କଳା ସଂସ୍କୃତି ଓଡିଶାକୁ ବିଶ୍ୱ ବିଜୟୀ କରିଛି ବୋଲି ଆଜି ଓଡିଶା ସଂସ୍କୃତି ଓ କଳା ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ଡ଼…

ଖଡିଅଂଟା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୩ ପାଳିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ଖଡିଅଂଟା ପଂଚାୟତ ସରକାରି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ୪୭ ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜନଗର ବିଧାୟକ ଧ୍ରୁବ…

ପୁଣି ଫେରିଲା କରୋନା

ନୂଆଦିଲ୍ଲୀ: ଭାରତକୁ ଫେରିଲା କୋଭିଡ଼ ।କେରଳ ସହ କର୍ଣ୍ଣାଟକରେ ସଙ୍ଗୀନ ହେଉଛି ସ୍ଥିତି । ସାରା ଦେଶକୁ ହାଇ ଆଲର୍ଟ । କୋଭିଡର ଜେଏନ୍ ୧ ଭାରିଆଣ୍ଟ ନେଇ ସବୁ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଜରିଆରେ ସତର୍କ କରିବା ସହ…

ପ୍ରଧାନମନ୍ତ୍ରୀ ଆବାସ କାର୍ଯାଦେଶ ବଂଟନ, ନିର୍ଦ୍ଧିଷ୍ଟ ସମୟରେ ଘର ସଂପୂର୍ଣ୍ଣ କରି ପ୍ରୋତ୍ସାହନ ରାଶି ହାସଲ କରନ୍ତୁ

ପଟ୍ଟାମୁଣ୍ଡାଇ ପୌର ପରିଷଦର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ନିର୍ଦ୍ଧିଷ୍ଟ ସମୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ସରକାରୀ ପ୍ରୋତ୍ସାହନ ରାଶି ହାସଲ କରିବା ସହିତ ଜୀବନ ଧାରଣ ମାନ ଉନ୍ନତ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ…

ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ

ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌରାଂଚଳ ବିକାଶ ପାଇଁ ରାଜ୍ୟସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ…

କେରଳରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା . କେନ୍ଦ୍ରାପଡାରେ ଚିନ୍ତା

ଟିଏମ୍‌ସି କେନ୍ଦ୍ରର ଜିନିଷ ସବୁ ଗାଏବ, କେରଳ ଫେରନ୍ତା ପାଇଁ ଚିନ୍ତା ପୁଣି କରୋନା ମହାମାରୀ ସଂକ୍ରମଣ ଫେରିଛି । କରୋନାର ସବ୍‌ଭ୍ୟାରିଏଂଟ ଜେଏନ୍ ୧ କର୍ନାଟକ ଓ କେରଳରେ ଠାବ ହେବା ପରେ ଭୟ ବଢ଼ିଛି । ଏହାକୁ ଦୃଷ୍ଟିରେ…

ଗୁଲନଗରରେ କୁରାଳ ପଞ୍ଚମୀ

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚୟତର କୁମ୍ଭାରସାହିରେ କୁରାଳ ପଞ୍ଚମୀ ପାଳନ କରାଯାଉଛି । ଏହି ଅବସରରେ କୁମ୍ଭକାର ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଉଛି । ଲକ୍ଷ୍ମୀନାରାୟଣ ପୂଜା କମିଟି ତରଫରୁ ରବିବାର ଦିନ ସନ୍ଧ୍ୟାରେ କଳସ ସ୍ଥାପନ କରାଯାଇ…

ତୁଳସୀକ୍ଷେତ୍ର ସଦଭାବନା ସମିତିର “ଶାନ୍ତି ପ୍ରତିଷ୍ଠାରେ ଧର୍ମ” ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, ୧୯ା୧୨ : ମାନବ ସମାଜର କଲ୍ୟାଣ ସାଧନ ସବୁ ଧର୍ମର ମୂଳମନ୍ତ୍ର । ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କର ଧର୍ମର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ସଠିକ୍ ଅବଧାରଣାର ଅଭାବ…

ପୁଣି ଫେରିଲା କରୋନା ଭୟ

ମହାମାରୀ କରୋନାକୁ ତାଲିକାରୁ ହଟାଇ ଦିଆଯାଇଥିବା ବେଳ ଏବେ ପୁଣି ଥରେ ଚିନ୍ତା ବଢାଇଛି । କିଛି ଦିନ ହେବ କ୍ରମାଗତ ଭାବେ ରୋଗୀ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ…

ବକେୟା ଦୋକାନ ଭଡା ପଇଠ ନକରିବାରୁ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ହୋଟେଲ ଓ ପାଥୋଲାବ ସିଲ

କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ବାରମ୍ବାର ନୋଟିସ ପରେବି ବକେୟା ଦୋକାନ ଭଡା ପଇଠ ନକରିବାରୁ ଗୋଟିଏ ହୋଟେଲ ଏବଂ ଅନ୍ୟ ଏକ ପାଥୋଲାବକୁ ସିଲ କରିଦିଆଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ସେଣ୍ଟ୍ରାଲ ମାର୍କେଟରେ ଥିବା ଏକ…

ଜିଲ୍ଲା ଯୁବ ରେଡକ୍ରସର ସମୀକ୍ଷା ବୈଠକ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରୀ କମିଟି ଆନୁକୂଲ୍ୟରେ ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ରାଜ୍ୟ ଶାଖା ଅଧିନ କେନ୍ଦ୍ରାପଡା ଜିଲ୍ଲା ଯୁବ ରେଡକ୍ରସର ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ କେନ୍ଦ୍ରାପଡା ମହାବିଦ୍ୟାଳୟ ମିନି କନଫରେନ୍ସ…