ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକ ମୃତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଷଣ୍ଢପଲ୍ଲୀ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ କେନ୍ଦ୍ରାପଡା ବାଲିଆ ଭାଗବତପୁର ଗ୍ରାମର ଜୟନ୍ତ ରାଉତ (୩୬) । ବାଲି ବୋଝେଇ ହାଇୱାରୁ ବାଲି ଅନେଲାଡ କରୁଥିବା ବେଳେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ ବୁଧବାର ଜୟନ୍ତ ନିଜ ହାଇୱା ଗାଡିରେ ବାଲି ଆଣି ପାଖାପାଖି ରାତ୍ରୀ ୧୧ଟାରେ ଷଣ୍ଢପଲ୍ଲୀ ଗ୍ରାମର ମନ୍ଦିର ସମ୍ମୁଖରେ ବାଲି ବୋଝଇ ହାଇୱା ଟ୍ରକରୁ ବାଲି ଅନଲୋଡ କରୁଥିଲେ । ଟ୍ରକ ଉପର ଦେଇ ଯାଇଥିବା ଶକ୍ତି ସମ୍ପନ୍ନ ୧୧ କେବି ବିଦ୍ୟୁତ ତାର କୁହୁଡି ଯୋଗୁ ଦେଖାନଯିବାରୁ ତା ସଂସ୍ପର୍ଶରେ ଆସି ବାଲି ଅନଲୋଡ କରୁଥିବା ଚାଳକ ତାଥା ଗାଡିମାଲିକ ବିଦ୍ୟୁତ ଆଘାତ ଲାଗି ପୋଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ୧୦ ବର୍ଷ ତଳେ ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମରେ ବିଭା ହୋଇଥିବା ବେଳେ ତାଙ୍କର ୯ ବର୍ଷର ଜଣେ ପୁଅ ଅଛନ୍ତି । ତାଙ୍କର ୨ଟି ହାଇୱା ଗାଡି ଥିବା ବେଳେ ଏହି ଗାଡିକୁ ସେ ନିଜେ ଚଲାନ୍ତି ବୋଲି କୁହାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading