ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଲା


  •       ବାଇପାସ ରାସ୍ତା କାମରେ କେନାଲରୁ ଅତାଡା ଖସିଲା
  •       ବିପଦରେ ନିର୍ମାଣ ପୌରପରିଷଦ ଗୃହ
  •       ବିଦୁତ ବିଭାଗ ମନମାନୀ ପାଇଁ ଅତଙ୍କରେ କେନାଲ କୂଳବାସୀ

କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଶର ଶିକାର ହେଉଛନ୍ତି ବୋଲି ଅନୁମାନରେ ନୁହେଁ ଅନ୍ଵେଷଣରୁ ଜଣାପଡିଛି । ପଟ୍ଟାମୁଣ୍ଡାଇ କେନାଲ ଦ୍ୱାରା ଉତିକଣ ଅଂଚଳ ଚାଷଜମିକୁ ଜଳସେଚନ କରାଯାଇ ଚାଷ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ଜଳସଂପଦ ବିଭାଗ ଅଧିକାରୀଙ୍କ ଅପାରଗତା ଯୋଗୁଁ ପୃର୍ତ ବିଭାଗ ବାଇପାସ ରାସ୍ତା ନିର୍ମାଣ କରୁଥିବା ଠିକାଦାର କେନାଲ ଖୋଳାପୋତା କରିବାରୁ ଅନେକ ସ୍ଥାନରେ ଅତାଡା ଖସି କେନାଲ ପୋତିହୋଇ ଶତାଧିକ ଏକର ଚାଷଜମିକୁ ପାଣି ଯିବାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ଏବେ ଆଉ ଏକ ବିପଦ ଘନେଇଛି । ବିଦ୍ୟୁତ ବିଭାଗ କେନାଲର ବେଡର୍ ପାଣିକୁ ଲାଗାଇ ୩୩ କେବି ବିଦ୍ୟୁତ ତାରଖୁଂଟ ପକାଉଛନ୍ତି । ଯାହା କେନାଲ ପାଣିକୁ ନିତ୍ୟ ବ୍ୟବହାର କରୁଥିବା ଗ୍ରାମବାସୀ ଓ କୃଷକଙ୍କ ମନରେ ପାଣି ଚାର୍ଜହୋଇଯିବା ଭୟ ଖେଳିଯାଇଛିା ଜଳ ସମ୍ପଦ ବିଭାଗ ଅପାରଗତା ପାଇଁ ପୂର୍ତ ବିଭାଗ ଶତାଧିକ ଚାଷୀଙ୍କ ପେଟକୁ ନାତ ମାରୁଥିବା ବେଳେ ବିଦ୍ୟୁତ ବିଭାଗ ଜୀବନନେବାକୁ ବସିଛି ବୋଲି ଜନସାଧାରଣ ଅନ୍ଵେଷଣକୁ ମତପ୍ରକାଶ କରିଛନ୍ତି ।

କୃଷକ ନେତା ବିଜୟ ଦାସ, ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକର ୨୧ ପଂଚାୟତ ଚାଷୀଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲ । ଏହି କେନାଲ ପାଣିରେ ଧାନ, ମୁଗ, ବିରି, ପନିପରିବା ଚାଷ ହୋଇଥିବା ବେଳେ କେନାଲ ପାଖ ଗ୍ରାମର ଅଧିବାସୀ ଗାଧୁଆଗାଧି କରିବା ସହିତ ଗୃହପାଳିତ ପ୍ରାଣୀ ଶୋଷ ମେଣ୍ଟାଇଥାନ୍ତି । ମାତ୍ର ବାଇପାସ ରାସ୍ତା କାମ ପାଇଁ ଗତ ବର୍ଷ ଖରିଫ ଧାନଚାଷ ବେଳେ କେନାଲପାଣି କ୍ଷେତକୁ ପହଁଚିତ୍ ପାରୁନଥିଲା । ଏବେ ରବି ଫସଲ ଚାଷ ପାଇଁ କେନାଲରେ ପାଣି ଛଡାଯାଇଥିବା ବେଳେ ପାଣି କ୍ଷେତକୁ ପହଁଚି ପାରୁନାହିଁ । ଶୁଣିବାକୁ ମିଳୁଛି ନୂତନ ବାଇପାସ ରାସ୍ତା ନିର୍ମାଣ କାମ ଚାଲିଛି । ଠିକାଦାର ରାସ୍ତା କାମରେ ମାଟି ପକାଇବା ପାଇଁ କେନାଲ ମାଟି ବ୍ୟାବହାର କରୁଥିବା ବନ୍ଧ କରିଥିବାରୁ ଦୋହରା ଖସି ଇଚ୍ଛାପୁର-କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ଶଯ୍ୟା ପୋତି ହୋଇଯାଇଛି । ଫଳରେ ଗୋବରୀ ସମ୍ପ୍ରସାରିତ କେନାଲକୁ ଆବଶ୍ୟକ ଜଳ ପ୍ରବେଶ କରୁନାହିଁ ବୋଲି ଅନ୍ଵେଷଣକୁ କହିଛହାନ୍ତି । ଏଥିରେ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ଜଳ ପରିଚାଳନା ଠିକ୍‌ଭାବେ ହେଉନାହିଁ । ଫଳରେ ଖରିଫ ଧାନଚାଷ ପ୍ରଭାବିତ ହୋଇଥିବା ବେଳେ ଏବେ ରବି ଫସଲର ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଦେଖାଦେଇଛି । ଏବାବଦରେ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା କହିଛନ୍ତି ଏପରିକାର୍ଯ୍ୟ ନକରିବାକୁ ଠିକାଦାରକୁ କୁହାଯାଇଛି । ଜଳସଂପଦ ସହନିର୍ବାହୀ ଯନ୍ତ୍ରୀ କୁହନ୍ତି ଠିକାଦାର ନାଲି ଆଖି ଦେଖାଇ ଏପରି କରୁଛି ।

ସେହିପରି ବୁଦ୍ଧିଜିବୀ ପ୍ରମୋଦ ସାହୁ କହିଛନ୍ତି ବାଇପାସ ରାସ୍ତା କାମରେ ନିୟୋଜିତ ଠିକାଦାର ଦବଙ୍ଗଗିରି ଦେଖାଇ କେନାଲ ବନ୍ଧକୁ ହାଣି ମାଟି ଉଠାଇପକାଉଥିଲା । ରବି ଫସଲ ପାଇଁ କେନାଲ ପାଣି ଛଡା ଯିବାରୁ ବାଇପାସପୋଲ ପାଖରୁ ଅନତି ଦୂରରେ କେନାଲ ବନ୍ଧରୁ ୧୫ ଫୁଟର ଅତଡା ଖସି ପୌରପରିଷଦ ନୂତନ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବେଲତଳ ଗାଁ ବଜାର ପ୍ରତି ବିପଦ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏବାଦରେ ପୌରନିର୍ବାହୀ ଅଧିକାରୀ ନାରାୟଣ ଗିରି କୁହନ୍ତି ଜଳସଂପଦ ବିଭାଗକୁ ଅବଗତ କରାଇ ମରାମତି କରାଇବା ।

ସାମାଜିକକର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା କେନାଲ ଉପରେ ପଟ୍ଟାମୁଣ୍ଡାଇ ୧୭ଟି ପଂଚାୟତ ଓ ପୌରାଂଚଳର ୮ ଟା ଗ୍ରାମ ସମେତ ମହାକାଳପଡ଼ା ଅଂଚଳର ୫ଟି ପଂଚାୟତର ଚାଷଜମିକୁ ଏହି କେନାଲ ମାଧ୍ୟମରେ ଜଳସେଚିତ ହୋଇ ଲକ୍ଷାଧିକ ଜାନସାଧାରଣ ଏହିପାଣି କାରବାର କରନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗ ପକ୍ଷରୁ ୩୩ କେବି ତାର,ପୋଲ କେନାଲ ଶଜ୍ୟାକଡରେ ପକାଯାଇଛି । ଯଦି କୌଣସିକାରଣ ବସତ ଚାର୍ଜହୁଏ ତେବେ ପାଣି ବ୍ୟାବହାର କରୁଥିବା ଲୋକଙ୍କ ଜୀବନ ଅକାଳରେ ହାନି ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ସମ୍ପର୍କରେ ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ପୂର୍ତ ବିଭାଗ ଆମକଥା ଶୁଣୁନଥିବା ବେଳେ ବିଦ୍ୟୁତ ବିଭାଗ ଆମକୁ ଅବଗତ କରିନାହାଁନ୍ତି ।


Discover more from

Subscribe now to keep reading and get access to the full archive.

Continue reading