ଧୋୟାଞ୍ଚଳରେ କଂଗ୍ରେସ କର୍ମୀ ସମ୍ମିଳନୀ



କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଣ୍ଡରା ଓ ଅମୃତମଣୋହି ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଣ୍ଡରା ସମ୍ମିଳନୀରେ ଚିତ୍ତରଞ୍ଜନ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅମୃତମଣୋହି ସମ୍ମିଳନୀରେ କୁଳମଣୀ ମଲ୍ଲିକ ସଭାପତିତ୍ୱ କରିଥିଲେ । ଏହି ଦୁଇ ପଞ୍ଚାୟତର କଂଗ୍ରେସ ସମ୍ମିଳନୀରେ ‘ଆମେ ବିଧାନସଭା ଯିବା’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଭୟ ଅଣ୍ଡରା ଓ ଅମୃତମଣୋହି ସମ୍ମିଳନୀରେ ୍େ‌ାଗ ଦେଇ ଧୋୟାଞ୍ଚଳରେ ସାମୁହିକ ବିକାଶ ଉପରେ ତାଙ୍କର ସବୁବେଳେ ଉଦ୍ୟମ ଜାରି ରହିବ ବୋଲି ଆଶ୍ୱାସନା ଦେବା ସହ ପ୍ରତିଶ୍ରୁତି ଦେଇଥିଲେ ଯେ ‘ମୁଁ ଆପଣଙ୍କୁ ତଳେ ପକେଇବି ନାହିଁ, ମୋତେ ବିଶ୍ୱାସକୁ ନିଅନ୍ତୁ, ମୋତେ ବିଧାନସଭା ପଠାନ୍ତୁ’ । ଭୋଟଦାତାଙ୍କ ଉଦ୍ଦେଶ୍ୟରେ ସେ ଏହି ନିବେଦନ କରିଥିଲେ । ଏହି ସମ୍ମିଳନୀରେ ବୁଥ୍‌ୱାରୀ କଂଗ୍ରେସର ସ୍ଥିତି ସମୀକ୍ଷା କରାଯିବା ସହ ରଶ୍ମିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଅଣ୍ଡରା ପଞ୍ଚାୟତ ନିର୍ବାଚନ କମିଟି ଓ ପୂର୍ବତନ ସରପଞ୍ଚ କୁଳମଣୀ ମଲ୍ଲିକ ନେତୃତ୍ୱରେ ଅମୃତମଣୋହି ପଞ୍ଚାୟତ ନିର୍ବାଚନ କମିଟି ଗଠିତ କରାଯାଇଥିଲା । ଅଣ୍ଡରା ପଞ୍ଚାୟତ କଂଗ୍ରେସ କର୍ମୀ ସମ୍ମିଳନୀରେ ଆବାହକ ନିରଞ୍ଜନ ସୁନ୍ଦର ରାୟ, ବରିଷ୍ଠ କଂଗ୍ରେସ ନେତା ପୀତାମ୍ବର ମଲ୍ଲିକ, ବିପିନ ବିହାରୀ ମଲ୍ଲିକ, ବର୍ମା ପ୍ରଦୀପ ପାଢୀ, ଦିଲ୍ଲୀପ ମଲ୍ଲିକ, ସତ୍ୟଭାନୁ ଦାସ, ଦଳିତ ନେତା ଅଲେଖ ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକ, ଚିନ୍ତାମଣି ପଣ୍ଡା, ଗଣେଶ ଚନ୍ଦ୍ର ମଲ୍ଲିକ, ଭାବଗ୍ରାହୀ ମଲ୍ଲିକ, କେଦାର ଜେନା, ଶଙ୍କର୍ଷଣ ମଲ୍ଲିକ, ତ୍ରିନାଥ ମଲ୍ଲିକ, ଅରୁଣ ଦାସ, ଆଦିତ୍ୟ ଜେନା ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡାର ସ୍ୱାଭିମାନ ପାଇଁ ଗଣେଶ୍ୱର ବେହେରାଙ୍କୁ ବିଧାନସଭା ପଠାଇବା ଏକାନ୍ତ ଜରୁରୀ ବୋଲି ମତ ଦେଇଥିଲେ । ଅମୃତମଣୋହି ପଞ୍ଚାୟତ କଂଗ୍ରେସ କର୍ମୀ ସମ୍ମିଳନୀରେ କୁଳମଣୀ ମଲ୍ଲିକ, ସୁଶୀଲ କୁମାର ଦାସ, ଅମୂଲ୍ୟ ନାୟକ, ମନୋରଞ୍ଜନ ଦାସ, ଦୀପକ କୁମାର ଭଦ୍ର, ରାଜେନ୍ଦ୍ର, ଆଦିକନ୍ଦ ସେଠୀ, ବିରେନ୍ଦ୍ର ମଲ୍ଲିକ, ଶ୍ରୀକାନ୍ତ ସାହୁ, ଜିତେନ୍ଦ୍ର ଦାସ, ଈନ୍ଦ୍ରଜିତ୍ ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଅଜିତ୍ ମଲ୍ଲିକ, ବିଶ୍ୱଜିତ୍ ପାତ୍ର, ଦିନେଶ ବେଉରା, ଗୋଲଖ ଚନ୍ଦ୍ର ଖଣ୍ଡାଇ, ନିହାର ରଞ୍ଜନ ବେହୁରା, କୌସ୍ତୁଭ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇ ଆମେ ବିଧାନସଭା ଯିବାର ସଂକଳ୍ପ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading