ମାଇଁ ଏନସିସି ଆଲୁମିନି ଆସୋସିଏସନର ପ୍ରତିଷ୍ଠା ଦିବସ ପାଳନ



କେନ୍ଦ୍ରାପଡା ୮/୪: କେନ୍ଦ୍ରାପଡ଼ା ସ୍ୱୟଂସାସୀତ ମହାବିଦ୍ୟାଳୟର ପଞ୍ଜିକୃତ ମାଇଁ ଏନସିସି ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ନିଆରା ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କାଜଳା ସ୍ଥିତ ନିମାଇଁ ଚରଣ ମାନସିକ ନୁନ୍ୟତା ବିଦ୍ୟାଳୟରେ ରହୁଥିବା ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଆସୋସିଏସନ ପକ୍ଷରୁ ଶୁଖିଲା ଖାଦ୍ୟ, ଚକଲେଟ ଓ କେକ ଦେଇ ପାଳନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଏକ ଆନନ୍ଦ ଉଲ୍ଲାସର ବାତାବରଣ ଖେଳିଯାଇଥିଲା । ଉକ୍ତ ଉତ୍ସବରେ ଏନସିସି ବାଳିକା ବିଭାଗର କ୍ୟାପଣ୍ଟେନ ସୀମା ମହାନ୍ତି ଏବଂ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱପ୍ନାସୁ ଦାସ ସମେତ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ବର୍ତମାନ ଏନସିସି ବାଳକ ଓ ବାଳିକା ବିଭାଗର ସମସ୍ତ କ୍ୟାଡେଟ ଉପସ୍ଥିତ ଥିବା ସ୍ଥଳେ ବହୁ ପୁରାତନ କ୍ୟାଡେଟ ମାନେ ଉପସ୍ଥିତ ରହିଥିଲେ । ପ୍ରଫୁଲ୍ଲ କୁମାର ଜେନା, ଶ୍ରୀକାନ୍ତ ପୋଥାଳ, ଅଶିସ ଦାସ, ସାଜିଦ ଖାନ, ଉମେଶ ଜେନା, ହିମାଂଶୁ ପ୍ରଧାନ, ଦେବପ୍ରସନ୍ନ ସ୍ୱାଇଁ, ରାଜକିଶୋର ଖୁଣ୍ଟିଆ, ସେକ ରିଆଜୁଦିନ, ଅଭିଜିତ ଜେନା, ଦିପ୍ତୀରଞ୍ଜନ ବେହେରା, ଦେବି ପ୍ରସାଦ ସାହୂ, ସୁଜିତ କୁମାର ସେଠୀ, ଚିନ୍ମୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading