ଭାଙ୍ଗିରୁଜି ଗଲାଣି ମୁକ୍ତ ଆକାଶ ବ୍ୟାୟାମଶାଳା , ଦୃଷ୍ଟି ଦେଉନାହାଁନ୍ତି ପୌରକର୍ତୃପକ୍ଷ


କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ ରେ ରାଜ୍ୟ ସରକାର ଏନ୍‌ଏସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି ପୌରପରିଷଦକୁ ୩୫ବର୍ଷ ପୂରିଥିବା ବେଳେ ପୌରାଂଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି । ହେଲେ ସରକାର ତଥା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ସହରର ଥିବା ସୌନ୍ଦର୍ଯ୍ୟକରଣ ମାଟିରେ ଲୋଟିବାକୁ ଲାଗିଲାଣି । ନୂଆକରି ହେଉଥିବା ବିଭିନ୍ନ ପ୍ରକଳ୍ପ କେଉଁଠି କାମରେ ଲାଗୁଛି ତ କେଉଁଠି ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି । ଏମିତି ଏକ ନୂତନ ପ୍ରକଳ୍ପ ହେଲା ପୌରାଂଚଳ ୧୪ ନଂ. ୱାର୍ଡ ଅନ୍ତର୍ଗତ ଏମଏନ ହାଇସ୍କୁଲ ପଡିଆ ପାଶ୍ୱର୍ରେ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳା । ୨୦୨୨-୨୩ ଆର୍ôଥକ ବର୍ଷ ଜୁଲାଇରେ ଶ୍ରୀରାମଚନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ଏହି ବ୍ୟାୟାମଶାଳା ନିର୍ମାଣ ହୋଇଛି ବୋଲି ସେଠାରେ ଲାଗିଥିବା ଫଳକରୁ ଜଣାପଡିିଛି । ଏହା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଅଧୀନରେ ଜନସାଧାରଣଙ୍କ ପାଇଁ କରାଯାଇଛି । ଏଥିପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ଲେଖା ବ୍ୟୟ ହୋଇଛି ବୋଲି ସେଠାକାର ପାଚେରୀ ଓ ଫଳକରେ ଲେଖା ଯାଇଥିବା ୩ ଟି ଫଳକରୁ ଜଣା ପଟିଛି । କିନ୍ତୁ ସେହି ବ୍ୟାୟାମଶାଳା ଉପକରଣ ଅଧିକାଂଶ ଭାଙ୍ଗିରୁଜି ଯାଇଥିବା ବେଳେ ସେଠାରେ ଛୋଟମୋଟ ଗାଡି ପାର୍କିଂ କରାଯାଉଥିବା ଦେଖିବାକୁ ମିଳିଛି । ଉକ୍ତ ଉପକରଣ ଗୁଡିକରେ କେହି ବ୍ୟାୟାମ କରୁ ନ ଥିବା ଜଣାପଡିଛି । ଏପରିକି ବ୍ୟାୟାମ ଉପକରଣ ଗୁଡିକରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଭାଙ୍ଗି ଯାଇଥିବା ଉପକରଣ ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading