କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ ରେ ରାଜ୍ୟ ସରକାର ଏନ୍ଏସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି ପୌରପରିଷଦକୁ ୩୫ବର୍ଷ ପୂରିଥିବା ବେଳେ ପୌରାଂଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି । ହେଲେ ସରକାର ତଥା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ସହରର ଥିବା ସୌନ୍ଦର୍ଯ୍ୟକରଣ ମାଟିରେ ଲୋଟିବାକୁ ଲାଗିଲାଣି । ନୂଆକରି ହେଉଥିବା ବିଭିନ୍ନ ପ୍ରକଳ୍ପ କେଉଁଠି କାମରେ ଲାଗୁଛି ତ କେଉଁଠି ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି । ଏମିତି ଏକ ନୂତନ ପ୍ରକଳ୍ପ ହେଲା ପୌରାଂଚଳ ୧୪ ନଂ. ୱାର୍ଡ ଅନ୍ତର୍ଗତ ଏମଏନ ହାଇସ୍କୁଲ ପଡିଆ ପାଶ୍ୱର୍ରେ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳା । ୨୦୨୨-୨୩ ଆର୍ôଥକ ବର୍ଷ ଜୁଲାଇରେ ଶ୍ରୀରାମଚନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ଏହି ବ୍ୟାୟାମଶାଳା ନିର୍ମାଣ ହୋଇଛି ବୋଲି ସେଠାରେ ଲାଗିଥିବା ଫଳକରୁ ଜଣାପଡିିଛି । ଏହା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଅଧୀନରେ ଜନସାଧାରଣଙ୍କ ପାଇଁ କରାଯାଇଛି । ଏଥିପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ଲେଖା ବ୍ୟୟ ହୋଇଛି ବୋଲି ସେଠାକାର ପାଚେରୀ ଓ ଫଳକରେ ଲେଖା ଯାଇଥିବା ୩ ଟି ଫଳକରୁ ଜଣା ପଟିଛି । କିନ୍ତୁ ସେହି ବ୍ୟାୟାମଶାଳା ଉପକରଣ ଅଧିକାଂଶ ଭାଙ୍ଗିରୁଜି ଯାଇଥିବା ବେଳେ ସେଠାରେ ଛୋଟମୋଟ ଗାଡି ପାର୍କିଂ କରାଯାଉଥିବା ଦେଖିବାକୁ ମିଳିଛି । ଉକ୍ତ ଉପକରଣ ଗୁଡିକରେ କେହି ବ୍ୟାୟାମ କରୁ ନ ଥିବା ଜଣାପଡିଛି । ଏପରିକି ବ୍ୟାୟାମ ଉପକରଣ ଗୁଡିକରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଭାଙ୍ଗି ଯାଇଥିବା ଉପକରଣ ଖୁବ୍ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି ।
kanikanews.in
Next Post
ଭାଜପା ଆଶାୟୀ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁନାହାଁନ୍ତି , ଟିକେଟ ଆଶାରେ ଭୁବନେଶ୍ୱରରେ଼ ଡେରା
Tue Apr 9 , 2024
କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି । ବିଜେଡି ଦଳ ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇ ବିଜେଡି କର୍ମୀମାନେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି । ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା […]
