ଗରାପୁର ହନୁମାନ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମ ମହୋତ୍ସବ



କେନ୍ଦ୍ରାପଡ଼ା, ୯ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ଆଜିଠାରୁ ନବଦିନ ବ୍ୟାପୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଅପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହିତ ଆସନ୍ତା ୧୪ ତାରିଖ ରବିବାର ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ବୀର ହନୁମାନଜୀଉଙ୍କ ପବିତ୍ର ଜନ୍ମୋତ୍ସବ ମଧ୍ୟ ପାଳନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସ ଜଣାଇଛନ୍ତି । ସେହି ଅନୁଯାୟୀ ଆଜି ମଙ୍ଗଳାଚରଣ, ବନ୍ଦନା, ନାମ ମହାତ୍ମ୍ୟବ ଓ ଶିବପାର୍ବତୀ ସମ୍ବାଦ ଉପରେ ବାବାଜୀ ଅମୃତାନନ୍ଦ ଦାସ ପ୍ରବଚନ ପ୍ରଦାନ କରିଛନ୍ତି । ବୁଧବାର ଓ ଗୁରୁବାର ପ୍ରବକ୍ତା ଭାବେ ଅନ୍ତର୍ଯର୍୍ୟାମୀ ବରାଳ, ଶୁକ୍ରବାର ଓ ଶନିବାର ବାବାଜୀ ସତ୍ୟାନନ୍ଦ ଦାସ, ରବିବାର ବାବାଜୀ ଅମୃତାନନ୍ଦ ଦାସ, ସୋମବାର ଓ ମଙ୍ଗଳବାର ବାବାଜୀ ପୁରୁଷୋତ୍ତମ ଦାସ, ବୁଧବାର ବାବାଜୀ ସତ୍ୟାନନ୍ଦ ଦାସ ଓ କୁନି ପ୍ରବଚକ କେଶବଙ୍କ ସମେତ ବାବାଜୀ ପୁରୁଷୋତ୍ତମ ଦାସ ପ୍ରବଚକ ଭାବେ ଯୋଗଦେଇ ଶ୍ରୀରାମଙ୍କ ରାଜ୍ୟାଭିଷେକ, ରାମ ରାଜ୍ୟ ବର୍ଣ୍ଣନ, ଗରୁଡ ଓ କାକଭୂଷଣ୍ଡ ସମ୍ବାଦ ତଥା ଉତ୍ତର ରାମାୟଣ କଥା ଉପରେ ପ୍ରବଚନ ପ୍ରଦାନ କରିବେ ବୋଲି ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି ।


Next Post

ଇଭିଏମ୍ ଓ ଭିଭିପାଟ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍‌

Tue Apr 9 , 2024
କେନ୍ଦ୍ରାପଡ଼ା, ତା ୯/୪: ଭାରତର ନିର୍ବାଚନ କମିସନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଇଭିଏମ୍‌୍ ଓ ଭିଭିପାଟ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ପ୍ରକ୍ରିୟା ଗତ ସୋମବାରଠାରୁ ଆରମ୍ଭ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଗରାପୁର କପାଳେଶ୍ୱର ମୌଜାସ୍ଥିତ ୱେୟାର୍ ହାଉସ୍‌ଠାରେ ସମ୍ପାଦନ ହେଉଛି । ପ୍ରତିଟି […]

You May Like