ଇଭିଏମ୍ ଓ ଭିଭିପାଟ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍‌



କେନ୍ଦ୍ରାପଡ଼ା, ତା ୯/୪: ଭାରତର ନିର୍ବାଚନ କମିସନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଇଭିଏମ୍‌୍ ଓ ଭିଭିପାଟ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ପ୍ରକ୍ରିୟା ଗତ ସୋମବାରଠାରୁ ଆରମ୍ଭ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଗରାପୁର କପାଳେଶ୍ୱର ମୌଜାସ୍ଥିତ ୱେୟାର୍ ହାଉସ୍‌ଠାରେ ସମ୍ପାଦନ ହେଉଛି । ପ୍ରତିଟି ଇଭିଏମ୍ ଓ ଭିଭିପାଟ୍‌ର କ୍ରମିକ ନମ୍ବରକୁ ର‌୍ୟାଣ୍ଡମ୍‌ଲି ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀ ସହ ଅନ୍‌ଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସଂଯୋଗ କରାଯାଉଛି । ଏହି ରାଣ୍ଡମାଇଜେସନ୍ ପରେ ସମସ୍ତ ଇଭିଏମ୍ ଏବଂ ଭିଭିପାଟ୍‌କୁ ସଂପୃକ୍ତ ବିଧାନସଭା ଓ ଲୋକସଭାଖଣ୍ଡକୁ ପ୍ରଦାନ କରାଯିବ, ଯାହାକି ସଂପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଦାୟିତ୍ୱରେ ରହିବ । ପୂର୍ବ ସ୍ଥିରୀକୃତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଷ୍ଟ୍ରଙ୍ଗରୁମ୍‌ରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହାକୁ ରଖି ତାଲା ଦିଆଯିବ । ସ୍ୱଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ୨୪ ଘଂଟିଆ ସଶସ୍ତ୍ର ପୋଲିସ ବାହିନୀର କଡ଼ା ସୁରକ୍ଷାବଳୟ ଏବଂ ସିସିଟିଭି ସୁପରିଭିଜନ ମଧ୍ୟରେ ଏହି ମେସିନ୍ ରହିବ । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଫୁଲ୍ଲ କୁମାର ଦାସ, ବିଜେଡି ପକ୍ଷରୁ ଧୀରେନ୍ କୁମାର ସାହୁ, ବିଜେପି ପକ୍ଷରୁ ଉପିନ୍ କୁମାର ରାଉତ ଓ ନିହାର ରଞ୍ଜନ ମହାନ୍ତି, ବହୁଜନସମାଜବାଦୀ ପାର୍ଟି ପକ୍ଷରୁ ସୁଧାକର ମଲ୍ଲିକ, ସିପିଆଇ(ଏମ୍‌) ପକ୍ଷରୁ ଗୟାଧର ଧଳ, ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ସୂର୍ଯ୍ୟକାନ୍ତ ପରିଡ଼ା ପ୍ରମୂଖ ଏହି ରାଣ୍ଡମାଇଜେସନ୍ ପ୍ରକ୍ରିୟାରେ ଉପସ୍ଥିତ ରହିଥିଲେ । ସେମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଣ୍ଡମାଇଜେସନ୍ ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ନିଜ ନିଜର ଆତ୍ମ ସନ୍ତୋଷ ପ୍ରକଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଏଆର୍‌ଓ, ଜିଲ୍ଲା ଇ-ଗଭର୍ଣ୍ଣାସ୍ ପରିଚାଳକ ଜ୍ଞାନ ରଞ୍ଜନ ସେଠୀ, ସମସ୍ତ ଡେପୁଟି କଲେକ୍ଟର୍‌, ଆସିଷ୍ଟାଂଟ୍ କଲେକ୍ଟର, ଜିଲ୍ଲାସ୍ତରୀୟ କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ ।


Next Post

ନାବାଳିକା ଝିଅର ମୃତ୍ୟୁକୁ ନେଇ ଗ୍ରାମରେ ଉତେଜନା , ଆସାମିକୁ ଗିରଫ ଦାବି କଲେ ଗ୍ରାମବାସୀ

Wed Apr 10 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ମିଜାଉଁଣୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ମା ଛେଉଣ୍ଡ ଝିଅ ସୁଚିତ୍ରା ସ୍ୱାଇଁ (୧୧)କୁ ତାଙ୍କ ଦାଦା ପିଟି ପିଟି ମାରିଦେଇଥିବା ନେଇ ଗ୍ରାମବାସୀ ନାବାଳିକା ଝିଅର ମୃତ ଦେହ ଗାଁ ରାସ୍ତା ରଖି ରାସ୍ତା ଅବରୋଧ କରିବା ସହିତ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ତୁରନ୍ତ ଆସାମିକୁ ଗିରଫ କରିବାକୁ ଦାବୀ କରିଛନ୍ତି […]

You May Like