ଟାଉନ ଥାନା ପୋଲିସର ଚଢାଉ: ୭୯ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ



କେନ୍ଦ୍ରାପଡ଼ା, ୧୦ା୪: ଏକ ବିଶେଷ ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ଚଢାଉ କରାଯିବା ଫଳରେ ୭୯ଲିଟର ୨୦୦ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଛି । ଟାଉନ ଥାନା ଇନିସପେକ୍ଟର ଦିଲ୍ଲିପ କୁମାର ସାହୁଙ୍କ ନିର୍ଦେଶ କ୍ରମେ ସବଇନିସପେକ୍ଟର ରତିରଞ୍ଜନ ନାୟକ ପୋଲିସ ଫୋର୍ସ ସହିତ ଚଢାଉ କରି ଟାଉନ ଥାନା ଅନ୍ତର୍ଗତ ଏକଣାଖଣ୍ଡି ଛକ ନିକଟରେ ବୁଧବାର ସକାଳ ୧୦ଟାରେ ଏକ ଟିଭିଏସ ଜୁପିଟର ସ୍କୁଟି(ଓଡି-୨୯-ଜି-୨୮୯୧)ଯୋଗେ ଯାଉଥିବା ବେଳେ ତାଙ୍କ ନିକଟରୁ ୮ପେଟି ବିଦେଶୀ ମଦ (୭୯ଲିଟର ୨ଶହ ମିଲି ଲିଟର ବିଦେଶୀ ମଦ) ସହ ସ୍କୁଟିକୁ ଜବତ କରିଥିଲେ । ଏଥିସହିତ ପୋଲିସ ସ୍କୁଟି ଚାଳକ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆରିପଦା ଗ୍ରାମର ଶାନ୍ତନୁ କୁମାର ମଲିକଙ୍କ ପୁଅ ପ୍ରଭାତ କୁମାର ମଲ୍ଲିକ(୨୫)କୁ ଗିରଫ କରି ଥାନାକୁ ଆଣିଥିଲେ । ବଳଗଣ୍ଡିର ଏକ ମଦ ଦୋକାନରୁ ଏହି ମଦ ନେଇ ସେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସଂସାରଫଳ କଣ୍ଟାବଣକୁ ଯାଉଥିବା ପ୍ରଭାତ ପୋଲିସକୁ କହିଛି । ଓଡିଶା ଅବକାରୀ ଆଇନ -୨୦୦୮ର ଧାରା ୫୨ରେ ଥାନା କେଶ ନଂ- ୭୨/୨୦୨୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଭାତ ମଲିକଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସୁଧାସ୍ମିତା ପୃଷ୍ଟି ସୂଚନା ଦେଇଛନ୍ତି । ପ୍ରଭାତ ଠାରୁ ଏକ ମୋବାଇଲ ଫୋନ ପୋଲିସ ଜବତ କରିଛି ।


Next Post

କେନ୍ଦ୍ରାପଡାରେ ଇଦ୍‌ପର୍ବ ପାଳିତ

Thu Apr 11 , 2024
କେନ୍ଦ୍ରାପଡା,୧୧/୪- ଇସଲାମ ଧର୍ମର ଅନ୍ୟତମ ପବିତ୍ର ଗଣମହୋତ୍ସବ ଇଦ୍‌-ଉଲ୍‌-ଫିତର ଆଜି କେନ୍ଦ୍ରାପଡା ଜିଲ୍ଲାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ସକାଳ ୮ଟା ଠାରୁ ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ପୁରୁଣା ଇଦ୍‌ଘା ମଜଜିଦ୍‌, ନୂଆ ଇଦ୍‌ଘା ମଜଜିଦ୍‌, ହାଇସ୍କୁଲ ପାଖ ମଜଜିଦ୍‌,ଦିଲାରପୁର ମସଜିଦ୍‌,ଫକିରାବାଦ୍ ମଜଜିଦ୍‌, ମିରପାଟଣା ମସଜିଦ୍‌,ବଡହାଟ ମଜଜିଦ୍‌, କଜଳା ମସଜିଦ୍‌, ଗରାପୁର ମସଜିଦ୍‌ରେ ସମୂହ ପ୍ରାର୍ଥନା କରାଯାଇ ଆନନ୍ଦ ଉଲ୍ଲାସରେ […]

You May Like