ପଲ୍ଲୀପ୍ରଗତି ଯୁବକ ସଙ୍ଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ୧୨ା୪: କେନ୍ଦ୍ରାପଡାର ପଲ୍ଲୀ ପ୍ରଗତି ଯୁବକ ସଂଘ ପକ୍ଷରୁ ବଛରାଇ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଶାଘାଇ ବ୍ଲକର ବଛରାଇ ଗ୍ରାମରେ ପଲ୍ଲୀ ପ୍ରଗତି ଯୁବକ ସଂଘର ଯୁବ ସମାଜ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି । ୧୯୮୫ ମସିହାରେ ସ୍ଥାପିତ ଏହି ଯୁବକ ସଂଘ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ସଫେଇ ଅଭିଯାନ ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଜନ ସଚେତନତା ସୃଷ୍ଚି କରିଆସୁଛି । ଏହି କ୍ରମରେ ସଂଘର ସଭାପତି ଟୁକୁନା ବିଶ୍ୱାଳଙ୍କ ନେତୃତ୍ୱରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଚତୁଃପାର୍ଶ୍ୱର ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଦୀର୍ଘ ଦିନ ଧରି ସଫେଇ ହୋଇନଥିବାରୁ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ଅନାବନା ଗଛଲତା ବୃଦ୍ଧି ପାଇବା ସହ ଜୀବଜନ୍ତୁଙ୍କ ଆଶ୍ରୟ ସ୍ଥଳି ପାଲଟିଥିଲା । ତେଣୁ ଗ୍ରୀଷ୍ମ ଋତୁର ପ୍ରବାହକୁ ନଜରରେ ରଖି ଏହାକୁ ସଫା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ମୁନା, ମନୋଜ, ମୁନୁ, ବବୁଲ, ରାଜୁ, ରାଜା, ଚିକୁ, ଚୁଗୁଲୁ ପ୍ରମୁଖ ସହଯୋଗର ହାତ ବଢାଇଥିଲେ ।


Next Post

ଦରମା ପ୍ରଦାନ ଦାବୀରେ ସଫେଇ କର୍ମଚାରୀଙ୍କ ପୌରପରିଷଦ ସମ୍ମୁଖରେ କାମ ବନ୍ଦ ଆନ୍ଦୋଳନ

Sat Apr 13 , 2024
ଦରମା ପ୍ରଦାନ ଦାବୀରେ ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀମାନେ ସଫେଇ କାମ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଦୀର୍ଘ ଦିନ ଧରି ସେମାନଙ୍କର ବର୍ଦ୍ଧିତ ଦରମା ପାଇ ନଥିବା ଓ ପ୍ରତି ମାସର ଦରମା ନିର୍ଧାରିତ ସମୟରେ ପାଉନଥିବାରୁ ଅସନ୍ତୋଷ ପ୍ରକାଶକରି ଶୁକ୍ରବାର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ କାମ ବନ୍ଦକରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ […]

You May Like