ଲୋକନାଥପୁର ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭାପ୍ସଶୁ କୁମାର ଦାସଙ୍କ ପୌରହିତ୍ୟରେ ମା’ ଛୁଆଳିଆ କଲ୍ୟାଣ ମଣ୍ଡପରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଏହି ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଦାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ଏ ଅଂଚଳ ପାଇଁ ଗର୍ବ ଆଉ ଗୌରବ ବିଷୟବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ବିକାଶ ଦିଗରେ ସବୁ ସ୍ତରରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଅଧିକାର ଆର.ପି କ୍ୱି କରୁଣାକର ଦାସ, ବି.ଆର.ସ.ିସି ଚନ୍ଦ୍ର ଶେଖର ତ୍ରିପାଠୀ, ରାଜ୍ୟସ୍ତରୀୟ ଶିକ୍ଷକ ନେତା ମଳୟ କୁମାର ଜେନା, ନୋଡାଲ ସିଆରସିସି ସଞ୍ଜୟ କୁମାର ସାହୁ,ଏସପି ନୋଡାଲ କ୍ଲଷ୍ଟର ସିଆରସିସି ରଞ୍ଜନ କୁମାର ବେହେରା, ପ୍ରାକ୍ତନ ସିଆରସିସି ନନ୍ଦ କିଶୋର ରାଉତ,ରମେଶ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ପରିଡା, ଗୋଲକ କୁମାର ମଲ୍ଲିକ, ମନୋଜ କୁମାର ମୁଦୁଲି, କମଳା କାନ୍ତ ଦାସ,ଶିକ୍ଷାବିତ ଅକ୍ଷୟ କୁମାର ନନ୍ଦ ,ଚିତରଞ୍ଜନ କବି, ପ୍ରଭାକର ଦାସ, ବିଜୟ କୁମାର ଜେନା, ଅରକ୍ଷିତ ସାହୁ ଓ ଆର୍ତ କୁମାର ନାୟକ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତାର ବିଭିନ୍ନ ବିଭାଗରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ୧୨୬ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରିଥିଲେ । ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ଅତିଥିମାନେ ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀ ନେତ୍ରମଣୀ ଖଟୁଆ, ସସ୍ମିତା ଦଳାଇ, ସିନ୍ଗଧା ସୁଚରିତା ସାହୁ, ସ୍ନେହଲତା ଦାସ, ସଙ୍ଘମିତ୍ରା ସାମନ୍ତ, ପରିଚାଳନା କମିଟିର ସଭାପତି ସ୍ୱରୂପ ଜେନା ଓ ମୋ’ ସ୍କୁଲ କମିଟିର ସଭାପତି ସଞ୍ଜୟ କୁମାର ନାୟକଙ୍କୁ ଉପଢୌକନ, ଉତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ୱର୍ଦ୍ଧିତ କରିଥିଲେ । ଏଥିସହିତ ବିଦ୍ୟାଳୟକୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ, ସହଯୋଗ କରି ଆସୁଥିବା ପରିଚାଳନା କମିଟି ସମସ୍ତ ସଭ୍ୟସଭ୍ୟା ଓ ଅଂଚଳର ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ୱର୍ଦ୍ଧନା କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତାକର୍ଷକ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏଇ ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଦାସ ୫ଜଣ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏକଶତ ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ଜେନା,ବ୍ରଜ କିଶୋର ଜେନା,ନିହାରିକା ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ଦାସ, ଝୁନୁପ୍ରିୟା ଯେନା,ତପସ୍ୱିନୀ ପଟ୍ଟନାୟକ, ଦେବସ୍ନାନୀ ପଟ୍ଟନାୟକ ଓ ସୁପ୍ରିୟା ପରିଡା ପରିଚାଳନା କରିଥିଲେ । ଶେଷରେ ସ୍ନିଗ୍ଧା ସୁଚରିତା ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading