ଆଳି ତଟବନ୍ଧର ଗଞ୍ଜା -ସାତଘରିଆ ବଗି ବନ୍ଧ ରାସ୍ତା ଟେଣ୍ଡର ପରେବି ଆରମ୍ଭ ହେଉନି



କେନ୍ଦ୍ରାପଡ଼ା, ୧୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ଗଞ୍ଜା-ସାତଘରିଆ ବଗିବନ୍ଧ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ସେହି ରାସ୍ତାରେ ଯାତାୟତ କରିବାରେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ସଦର ମହକୁମା ରାଜକନିକାକୁ ଯିବା ପାଇଁ ଲୋକମାନେ ଏହି ରାସ୍ତାକୁ ଦୈନିକ ବ୍ୟବହାର କରିଥାନ୍ତି । କିନ୍ତୁ ରାସ୍ତା ସାରା ଗାଢ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ସେହି ରାସ୍ତାରେ ଯିବା ଅତ୍ୟନ୍ତ ଅସମ୍ଭବ ହୋଇ ପଡୁଛି । ଏସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ପ୍ରାୟ ତିନିମାସ ତଳେ ଟେଣ୍ଡର ପ୍ରକ୍ରୀୟା ଶେଷ ହୋଇଥିଲେବି ସଂପୃକ୍ତ ଠିକାଦାର ସେହି ରାସ୍ତାର ଅଳ୍ପ କିଛି ଅଂଶରେ ଡଷ୍ଟ ବିଛାଇ ଦେଇଥିଲେ । କିନ୍ତୁ ବର୍ଷାରେ ସେହି ଡଷ୍ଟ ଧୋଇ ହୋଇ ଯିବାରୁ ପୁନର୍ବାର ଖାଲଖମାରେ ରାସ୍ତାଟି ଭର୍ତ୍ତି ହୋଇ ପଡିବାରୁ ଯାତାୟତରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।


Next Post

କିଶୋର ସ୍ୱାଇଁ ଖଡିଅଣ୍ଟା ପଂଚାୟତ ବିଜେଡି ପର୍ଯ୍ୟବେକ୍ଷକ

Sun Apr 14 , 2024
କେନ୍ଦ୍ରାପଡ଼ା ୧୩/୪ -ଆଗାମୀ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଆଞ୍ଚଳିକ ବିକାଶର ବାର୍ତା ଘରେ ଘରେ ପହଞ୍ଚାଇ ସାଧାରଣ ନିର୍ବାଚନ ରେ ବିଜେଡିର ବିପୁଳ ବିଜୟକୁ ନିଶ୍ଚିତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ […]

You May Like