କିଶୋର ସ୍ୱାଇଁ ଖଡିଅଣ୍ଟା ପଂଚାୟତ ବିଜେଡି ପର୍ଯ୍ୟବେକ୍ଷକ


କେନ୍ଦ୍ରାପଡ଼ା ୧୩/୪ -ଆଗାମୀ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଆଞ୍ଚଳିକ ବିକାଶର ବାର୍ତା ଘରେ ଘରେ ପହଞ୍ଚାଇ ସାଧାରଣ ନିର୍ବାଚନ ରେ ବିଜେଡିର ବିପୁଳ ବିଜୟକୁ ନିଶ୍ଚିତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ରେ ବିଜେଡି ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଯୋଜନା ଓ ଆଞ୍ଚଳିକ ବିକାଶର ବାର୍ତା ପ୍ରତି ପରିବାର ଓ ପଂଚାୟତରେ ପହଞ୍ଚାଇବା ପାଇଁ ପ ଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବା ସହିତ ସମସ୍ତ କାର୍ଯ୍ୟକ୍ରମ ତଦାରଖ ପାଇଁ ପର୍ଯ୍ୟ ବେକ୍ଷକ ନିଯୁକ୍ତି କରାଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଯୁବସମାଜସେବୀ ତଥା ସେୟାର ସମ୍ପାଦକ କିଶୋର କୁମାର ସ୍ୱାଇଁଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ପଂଚାୟତରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ନବୀନ ସରକାରର ଜନକଲ୍ୟାଣ ଯୋଜନା ଓ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ତଦାରଖ ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର କୁମାର ସାହୁ ନିଯୁକ୍ତି ଦେଇଛନ୍ତି । ଏଥି ପାଇଁ ଯୁବସମାଜସେବୀ କିଶୋର କୁମାର ସାହୁ, ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ତଥା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଉଭୟ ରାଜନଗର ବିଧାନସଭା ଓ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତିଙ୍କ ବିଜୟ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଯୁବନେତା କିଶୋରଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading