କେନ୍ଦ୍ରାପଡାରେ ହିନ୍ଦୁ ଏକତା ଶୋଭାଯାତ୍ରା


କେନ୍ଦ୍ରାପଡ଼ା, ୧୪ା୪: ଆଜି ଓଡିଆ ନବବର୍ଷ ତଥା ହନୁମାନଜୀଉଙ୍କ ଜୟନ୍ତୀ ଉତ୍ସବ ଅବସରରେ ପାଞ୍ଚଶହ ବର୍ଷର ସଂଘର୍ଷମୟ ଇତିହାସର ବିଜୟ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲା “ଧର୍ମରକ୍ଷା ସେନା” ଓ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଆନୁକୂଲ୍ୟରେ ଏକ “ବିଶାଳ ହିନ୍ଦୁ ଗୌରବ ଯାତ୍ରା” ଆୟୋଜନ କରାଯାଇଥିଲା । ଏହି ଯାତ୍ରା ସହରର ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିରଠାରୁ ଆବାଳ ବୃଦ୍ଧ ବନିତା ଶତାଧିକ ହିନ୍ଦୁ ପାରମ୍ପରିକ ପଟୁଆରରେ ସନାତନ ହିନ୍ଦୁମାନଙ୍କର ପାବନ ଗୌରବ ପ୍ରଭୁ ଶ୍ରୀରାମଚନ୍ଦ୍ର, ହନୁମାନଜୀଉ, ଭାରତମାତା, ଗୌମାତା, ତୁଳସୀମାତା ଓ ସାଧୁସନ୍ଥମାନଙ୍କର ବିଶାଳ ପ୍ରତିମୂର୍ତ୍ତୀ ସମେତ ସାଧୁସନ୍ଥ ସଂକୀର୍ତ୍ତନ ପାରମ୍ପରିକ ବାଦ୍ୟ ତଥା ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଅତି ଆକର୍ଷଣୀୟ ଭାବରେ ଦୀର୍ଘ ଛଅ ଘଣ୍ଟା ଧରି କେନ୍ଦ୍ରାପଡା ନଗରକୁ ପାଣିପଣା ମାଧ୍ୟମରେ ଆଚ୍ଛାଦିତ କରି ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ôଚ ଏକ ଭବ୍ୟ ସଭା ମାଧ୍ୟମରେ ଏହି ଭକ୍ତି ସମ୍ପର୍ଣ୍ଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସମାବେଶ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଧର୍ମଜାଗରଣର ପ୍ରାନ୍ତ ଅଧିକାରୀ ମହେଶ କୁମାର ତ୍ରିପାଠୀ, ଜିଲ୍ଲା ସଂଯୋଜକ ବିବେକାନନ୍ଦ ମହାରଣା, ପ୍ରାନ୍ତ ପ୍ରଶାସନ ସମ୍ପର୍କ ସହପ୍ରମୁଖ ଉମେଶ ଦାସ, ଜିଲ୍ଲା ଧର୍ମ ଜାଗରଣ ସହ ସଂଯୋଜକ ଶଶାଙ୍କ କୁମାର ଜେନା, ଜିଲ୍ଲା ଧର୍ମରକ୍ଷା ସେନା ପ୍ରମୁଖ ମାଧବ ପ୍ରଧାନ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସହ ସଂଘ ଚାଳକ ସଞ୍ଜୟ କୁମାର ପତ୍ରୀ, ଜିଲ୍ଲା ପ୍ରଚାରକ ପ୍ରସନ୍ନଜିତ ରାଉତଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ବିରେନ୍ଦ୍ର ସାମଲ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ନିରଞ୍ଜନ ସୁଆର, ଅଭିଜିତ ଦାସ, ସୁଶିଲ ଦାସ ଆଦି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଆଗାମୀ ଦିନରେ ଏହି ଗୌରବ ଯାତ୍ରା ହିନ୍ଦୁ ଏକତା ତଥା ହିନ୍ଦୁ ସାମର୍ଥ୍ୟକୁ ବହୁ ଗୁଣିତ କରି ଏକ ବିଶାଳ ହିନ୍ଦୁ ଶୋଭାଯାତ୍ରାରେ ରୁପାନ୍ତରିତ ହେବାର ସମ୍ଭାବନା ସୃଷ୍ଟି କରିଥିଲା । ସହରର ବିଭିନ୍ନ ସ୍ଥାନରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ଶୋଭାଯାତ୍ରାକାରୀମାନଙ୍କୁ ସର୍ବତ, ଲେମ୍ବୁପାଣି, ଲସି, ଘୋଳଦହି ପ୍ରଭୃତି ପ୍ରଦାନ କରାଯାଇଥିଲା । ଏଥିସହିତ ମୁସଲିମଭାଇମାନେ ମଧ୍ୟ ଏହି ଶୋଭାଯାତ୍ରାକାରୀମାନଙ୍କୁ ସର୍ବତ ପିଆଇ କେନ୍ଦ୍ରାପଡାର ଭାଇଚାରାର ପରମ୍ପରାକୁ ଉଦଜୀବିତ କରିଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading