ଗରାପୁର ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ



କେନ୍ଦ୍ରାପଡ଼ା, ୧୭ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନବଦିନ ବ୍ୟାପୀ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ବୀର ହନୁମାନଜୀଉଙ୍କ ପବିତ୍ର ଜନ୍ମୋତ୍ସବ ମଧ୍ୟ ପାଳନ ହୋଇଯାଇଛି । ଆଜି ସକାଳେ ମହାବୀର ଆଶ୍ରମର ପ୍ରତିଷ୍ଠାତା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ଗାଡିରେ ନିଆଯାଇ କପାଳେଶ୍ୱର ଓ ଗୁଲନଗର ପଞ୍ଚାୟତ ସମେତ କେନ୍ଦ୍ରାପଡା ସହର ପରିକ୍ରମା କରାଯାଇଥିଲା । ଆଜି ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପହଞ୍ଚି ହନୁମାନଜୀଉ ଓ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କୁ ଦର୍ଶନ କରିବା ସହିତ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ସେହି ଅନୁଯାୟୀ ବାବାଜୀ ଅମୃତାନନ୍ଦ ଦାସ, ଅନ୍ତର୍ଯର୍୍ୟାମୀ ବରାଳ, ବାବାଜୀ ସତ୍ୟାନନ୍ଦ ଦାସ, ବାବାଜୀ ପୁରୁଷୋତ୍ତମ ଦାସ ଓ କୁନି ପ୍ରବଚକ କେଶବ ପ୍ରବଚକ ଭାବେ ଯୋଗଦେଇ ଶ୍ରୀରାମଙ୍କ ରାଜ୍ୟାଭିଷେକ, ରାମ ରାଜ୍ୟ ବର୍ଣ୍ଣନ, ଗରୁଡ ଓ କାକଭୂଷଣ୍ଡ ସମ୍ବାଦ ତଥା ଉତ୍ତର ରାମାୟଣ କଥା ଉପରେ ପ୍ରବଚନ ପ୍ରଦାନ କରିଥିଲେ ବୋଲି ଆଶ୍ରମ ପକ୍ଷରୁ ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସ ସୂଚନା ଦେଇଛନ୍ତି । ଏଥିସହିତ ନାମ ସଙ୍କୀର୍ତ୍ତନ, ଭଜନ ଓ କୀର୍ତ୍ତନ ମଧ୍ୟ ପରିବେଷଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading