କେନ୍ଦ୍ରାପଡା ୨୦/୪- ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଛାତ୍ର ନେତା ସାର୍ଥକ ମହାପାତ୍ର । ଆଜି ଶନିବାର ଦିନ ବିଜେଡିରେ ଯୋଗ ଦାନ କଲେ । ସେ ୨୦୨୧ ମସିହା ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର କଂଗ୍ରେସ କ୍ୟାମ୍ପସ କମିଟିର ସଭାପତି ରହିଥିଲେ । ଏହା ପରେ ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । […]
Day: 20 April 2024
କେନ୍ଦ୍ରାପଡା ଜିଲା ରାଜନଗର ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଯୁବନେତା ଲଳିତ ବେହେରାଙ୍କ ନାମ ଘୋଷଣା ହେବା ପରେ ଲଳିତଙ୍କ ସମର୍ଥଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ତେବେ ଲଳିତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଅଲେଖଙ୍କ ସମର୍ଥକମାନେ ଦଳୀୟ ନିଷ୍ପତି ବିରୋଧକରି ଶୁକ୍ରବାର ପଟ୍ଟାମୁଣ୍ଡାଇ ଛୁଆଳିଆ ପିଠରେ ୫ଶହରୁ ଉର୍ଦ୍ଧ୍ୱ କର୍ମକର୍ତା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟିକେଟ ଉପରେ ପୁନଃ ବିଚାର କରିବାକୁ କରିଛନ୍ତି । […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପାରଦ ଉପରମୁହାଁ ହୋଇ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ପୌରାଂଚଳରେ ପାନୀୟଜଳ ସଙ୍କଟ ଦେଖାଦେଇଛି । ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକ ସମ୍ପ୍ରତି ଏକ ଅସ୍ଥାୟୀ ବସଷ୍ଟାଣ୍ଡରେ ପରିଣତ ହୋଇଥିବାରୁ ପ୍ରତ୍ୟହ ହଜାର ହଜାର ଲୋକ ବସ ଯୋଗେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ କରୁଛନ୍ତି । ଏଠାରେ ପାନୀୟଜଳ ବ୍ୟବସ୍ଥା ନଥିବାରୁ ଯାତ୍ରୀ ଓ […]
କେନ୍ଦ୍ରାପଡ଼ା,୧୯ା୪: ବିଶିଷ୍ଟ ଜନନାୟକ ପ୍ରଜ୍ଞାପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକ ଚଳିତ ଏପ୍ରିଲ ୨୧ ତାରିଖ ରବିବାର କେନ୍ଦ୍ରାପଡା ତିନିମୁହାଣୀସ୍ଥିତ ସ୍ମୃତିପୀଠରେ ଅନୁଷ୍ଠିତ ହେବ । ସ୍ମୃତି ପରିଷଦର ସଭାପତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କ ପୌରହିତ୍ୟରେ ହେବାକୁ ଥିବା ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେବେ । କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ ପାଇଁ […]
କେନ୍ଦ୍ରାପଡ଼ା, ୧୯ା୪: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀମାନେ ଏବେ କହିଲେଣି ଯେ ଆଗାମୀ ସାଧାରଣ ନିର୍ବାଚନରେ ବିଧାୟକ ପଦବୀରେ ଦଳ ମଧ୍ୟରୁ ପ୍ରାର୍ଥୀ କରାନଗଲେ ସେମାନେ ଆଉ ଆମଦାନୀ ନେତାଙ୍କୁ ଭୋଟ ଦେବେନାହିଁ । ଅନ୍ୟ ଦଳରୁ ଆମଦାନୀ ହୋଇଥିବା ତଥା ଏହି ଜିଲ୍ଲାର ଭୋଟର ହୋଇନଥିବା କୈାଣସି ନେତାଙ୍କୁ ଯଦି ଚଳିତ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ କରାଯାଏ ତେବେ ସେମାନେ ସେହି ପ୍ରାର୍ଥୀଙ୍କ ସପକ୍ଷରେ […]
କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନବଳରାମପୁର ଗାମରେ ଗୁରୁବାର ଛୁରାଭୂଷି ହତ୍ୟା କରିଥିବାଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ସାରଙ୍ଗ ଗ୍ରାମର ଅକ୍ଷୟ ଖଟୁଆ ମାର୍ଶାଘାଇରୁ ଏକ ଏସି ମରାମତି ସାରି ଟାଉନ ବଳରାମପୁର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପାଖରେଏକ ପାନ ଦୋକାନରୁ ପାନ କିଣୁଥିବା ବେଳେ ସେଠାରେ ଆଦିତ୍ୟ ପ୍ରସାଦ […]