କଂଗ୍ରେସରୁ ଇସ୍ତଫା ଦେଲେ ସାର୍ଥକ କୁମାର ମହାପାତ୍ର



କେନ୍ଦ୍ରାପଡା ୨୦/୪- ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଛାତ୍ର ନେତା ସାର୍ଥକ ମହାପାତ୍ର । ଆଜି ଶନିବାର ଦିନ ବିଜେଡିରେ ଯୋଗ ଦାନ କଲେ । ସେ ୨୦୨୧ ମସିହା ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର କଂଗ୍ରେସ କ୍ୟାମ୍ପସ କମିଟିର ସଭାପତି ରହିଥିଲେ । ଏହା ପରେ ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଶନିବାର ଦିନ ଶ୍ରୀ ଗଣେଶ୍ୱର ବେହେରାଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସେ କଂଗ୍ରେସ ତ୍ୟାଗ କରିଛନ୍ତି । ବିଜୁ ବାବୁଙ୍କ ସ୍ୱପ୍ନର ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଛାତ୍ରଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବେ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି । ଶ୍ରୀ ଗଣେଶ୍ୱର ବେହେରା ଓ ଶ୍ରୀ ଅଂଶୁମାନ ମହାନ୍ତି ଙ୍କ ପାଇଁ ୨୦୨୪ ରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏକ ଶ୍ରେଷ୍ଠ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରୟାସ ଜାରି ରହିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି ।


Next Post

କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ନିଲମ୍ବିତ

Sun Apr 21 , 2024
କେନ୍ଦ୍ରାପଡ଼ା,୨୦ା୪: କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ରାଜ୍ୟ ଅବକାରୀ ବିଭାଗ ନିଲମ୍ବିତ କରିଥିବା ଜଣାପଡିଛି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏସଙ୍କ୍ରାନ୍ତରେ ପତ୍ର ସଂଖ୍ୟା – ୨୫୬୭ ତା ୧୯.୦୪.୨୦୨୪ରିଖରେ ନିର୍ଦେଶନାମା ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ଲାଞ୍ଚ ମାଗୁଥିବା ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଦେଶୀ ଓ ବିଦେଶୀ […]

You May Like