ଆଗାମୀ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରାପଡ଼ା ଲୋକସଭା ଓ ରାଜନଗର ବିଧାନସଭା ଆସନରେ ଭାଜପା ପ୍ରତି ଜନସମର୍ଥନ ଉତ୍ସାହଜନକ ବୋଲି ଆଜି ପଟ୍ଟାମୁଣ୍ଡାଇ ଭାଜପା କାର୍ଯ୍ୟାଳୟରେ ଭାରତିୟ ଜନତା ପାଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜନଗର ଆସନ ଭାଜପା ପ୍ରାର୍ଥୀ ଯୁବନେତା ଲଳିତ ବେହେରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବ କି ବାର ୪୦୦ ପାର ନାରା ପ୍ରତି ଜନସମର୍ଥନ […]

କେନ୍ଦ୍ରାପଡା( ଲକ୍ଷ୍ମୀକାନ୍ତ ନାୟକ )କେନ୍ଦ୍ରାପଡା ଲୋକସଭାର ଭାଜପା ପ୍ରାର୍ଥୀ ତଥା ହେବି ୱେଟ୍ ନେତା କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଚୟନ ପ୍ରକ୍ରିୟା । ନିର୍ବାଚନ ଦିନକୁ ଦିନ ଯେତେ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଚୟନ କରିବା ସେତେ କଷ୍ଟକର ବ୍ୟାପାର ହେଉଛି ବୋଲି ବୈଜୟନ୍ତ କହିଛନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ୭ଟି […]

କେନ୍ଦ୍ରାପଡା ୨୬/୪ – ଦୁର୍ଘଟଣା ବଶତଃ ଚଳନଶକ୍ତି ହରାଇଥିବା ମଣିଷ ଭିତରେ ପ୍ରତିଭାର ସୁପ୍ତ ପ୍ରାଚୁର‌୍ୟ୍ୟ ଅନାବିସ୍କୃତ ହୋଇ ରହିଥାଏ । ଯଦି ତାକୁ ପ୍ରୋତ୍ସାହନ ଓ ସହାୟକ ଗତିଶୀଳତା ମିଳେ ତେବେ ସେ ନିଜ ସାମର୍ଥ୍ୟ ପ୍ରତିପାଦିତ କରିପାରେ । ଏହି ପରି ଜଣେ ସମ୍ଭାବନାମୟ ମହାକାଳପଡ଼ାର ଚଳନ ଶକ୍ତି ବାଧିତ ପାରା କ୍ରୀଡାବିତ୍ ପ୍ରଶାନ୍ତ କୁମାର ନାୟକଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ବିକଶିତ ଅତ୍ୟାଧୁନିକ ନିଉମୋସନ ମୋଟର […]

କେନ୍ଦ୍ରାପଡ଼ା, ୨୫ା୪:ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ,କୁଶିଆପାଳ ଇକୋ କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ୍ରାଲିନ୍ ଜେନା ସଭାପତିତ୍ୱ କରିଥିଲେ । ଗ୍ରୀଷ୍ମର ପ୍ରଚଣ୍ଡ ରୈାଦ୍ରତାପକୁ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଚଳିତବର୍ଷ ଏନ.ଆର.ଟି.ଏସ. ଓ ଏନ.ଏମ.ଏମ.ଏସ. ପାଇଥିବା ବିଦ୍ୟାଳୟର ମେଧାବୀ ଛାତ୍ର […]

କେନ୍ଦ୍ରାପଡା ୨୪/୪- ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମଙ୍କ ପାଇଁ କାର୍ଯରତ କେନ୍ଦ୍ରାପଡ଼ାର ସ୍ୱେଚ୍ଛାସେବୀ ସଂଗଠନ ପୁନର୍ବାସ ତରଫରୁ ମାଧପୁର ସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗ ‘ସୁଗମ ନିର୍ବାଚନ ଓ ଭିନ୍ନକ୍ଷମଙ୍କ ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତି’ ସମ୍ପର୍କିତ ଏକ ସଚେତନଧର୍ମି ସଭା ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି […]