ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବର ବୃକ୍ଷରୋପଣ ମେଧାବୀ ଛାତ୍ର ଦ୍ୱାରା ବୃକ୍ଷରୋପଣ କରାଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଶଂସିତ



କେନ୍ଦ୍ରାପଡ଼ା, ୨୫ା୪:ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ,କୁଶିଆପାଳ ଇକୋ କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ୍ରାଲିନ୍ ଜେନା ସଭାପତିତ୍ୱ କରିଥିଲେ । ଗ୍ରୀଷ୍ମର ପ୍ରଚଣ୍ଡ ରୈାଦ୍ରତାପକୁ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଚଳିତବର୍ଷ ଏନ.ଆର.ଟି.ଏସ. ଓ ଏନ.ଏମ.ଏମ.ଏସ. ପାଇଥିବା ବିଦ୍ୟାଳୟର ମେଧାବୀ ଛାତ୍ର ଅନିରୁଦ୍ଧ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଥିଲେ । ଚଳିତ ବର୍ଷ ଛାତ୍ର ଅନିରୁଦ୍ଧ କିପରି ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ପାସ କରିବା ସହ ବ୍ଲକ ତଥା ଜିଲ୍ଲାରେ ଟପ୍ପର ହେବ ଏବଂ ବିଦ୍ୟାଳୟର ଅଧିକରୁ ଅଧିକ ମେଧାବୀ ଛାତ୍ର ସୃଷ୍ଟି ହେବେ ସେଥିପାଇଁ ପ୍ରତ୍ୟେକ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଦାୟୀତ୍ୱବାନ ହେବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କର ଏଭଳି କାର୍ଯ୍ୟ ନିମନ୍ତେ ସ୍କୁଲ ପରିଚାଳନା ସମିତି ସଭାପତି ତପନ ସାହୁ ଓ ମୋ ସ୍କୁଲ ଅଭିଯାନର ସଭାପତି ଫଗୁ ଚରଣ ସାହୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ମିଲ୍ଲି ବେହେରା, ଅକ୍ଷୟ କୁମାର ପୋଥାଳ, ରବିନ୍ଦ୍ର କୁମାର ସିଂ, ତୁଳାରାମ ଭତରା, ଶୁଭସ୍ମିତା ଜେନା, ରତିକାନ୍ତ ଜେନା, ମଧୁସ୍ମିତା ମଲିକ, ସରସ୍ୱତୀ କୁଣ୍ଡ, ଲଳିତା ବେଉରା, ରଶ୍ମିତା ପାତ୍ର, ଅନିତା ଦାଶ, ତାରିଣି ପ୍ରସାଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading