ବଜ୍ରପାତରେ ଜଣେ ମୃତ, ୨ ଗୁରୁତର


କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀ ତାଣ୍ଡବ ରଚି  ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସଡକ ଦୁର୍ଘଟଣାରେ ଜଣେ ଯୁବକ ସମେତ ଗଛପଡ଼ି ଆଉଜଣେ ମହିଳା ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ମୃତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ଦାସ(୪୮) ।

ଆଜି ଅପରାହ୍ନ ୫ଟା ସମୟରେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା । ପରେପରେ ବର୍ଷା, କୁଆପଥର ମାଡ଼ ଓ ଘନଘନ ବଜ୍ରପାତ ଘଟିଥିଲା ।ମୁଗବିଲରେ କାମ କରୁଥିବା ଆଳିଥାନା କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ୩ ଜଣ ଚାଷୀ ବର୍ଷା, ପବନ, ବଜ୍ରପାତ ଓ କୁଆପଥର ମାଡରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ଏକ ପଲାରେ ଆଶ୍ରୟ ନେଇଥିଲେ । ପଲାରେ ବଜ୍ରପାତ ଘଟିବାରୁ ଲକ୍ଷ୍ମୀଧର ଦାସଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ଜଣ ଚାଷୀ ପିତାମ୍ବର ଦାସ ଓ କାର୍ତ୍ତିକ ଦାସ ବଜ୍ରାଘାତରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ମୃତ ଲକ୍ଷ୍ମୀଧରଙ୍କର ପତ୍ନୀ ଓ ୪ ଝିଅ ଅଛନ୍ତି । ସେହିପରି ମହୁ ଗ୍ରାମର ରବୀନ୍ଦ୍ର ରାଉତଙ୍କ ପତ୍ନୀ ଶଶୀକଳା ରାଉତଙ୍କ ଉପରେ ଗଜଡାଳ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି । ମୂଳସାହି ଗ୍ରାମର ଅଜୟ ସାମଲ ଝଡ଼ପବନରେ ଆଳି ଡାକବଙ୍ଗଳା ଛକ ନିକଟ ରାସ୍ତା ଉପରେ ଓଲଟି ପଡିଥିବା ଏକ ପ୍ରଚାର ବୋର୍ଡରେ ପିଟି ହୋଇ ଗୁରୁତର ଆହତ ହୋଇଛନ୍ତି । ବର୍ଷା ଓ କୁଆପଥର ମାଡ଼ କାରଣରୁ ବ୍ୟାପକ ଭାବେ ମୁଗ, ଦାଳୁଅ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।


Next Post

ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

Mon Apr 29 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତା କଷଣଅଂଟା ପ୍ରଜ୍ଞାପ୍ୟାଲେସ ନିକଟରେ ହାଇୱା ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଆଳି ଥାନା ଗୋପାଳପୁର ଗ୍ରାମର ବଂଟି ମଲିକ (୧୮) । ପ୍ରକାଶ ଯେ,ବଂଟି ପଟ୍ଟାମୁଣ୍ଡାଇ ବଜାର କାମସାରି ବାଇକ ନଂ( ଓଡି ୨୯ ଏମ ୬୫୪୮) ଯୋଗେ ଘରକୁ ଫେରୁଥିବା ବେଳେ ହଟାତ ଆଳିଆଡୁ ଦୃତଗତିରେ […]

You May Like