ଗାଳ୍ପିକ ଯଶୋବନ୍ତ ସାମଲଙ୍କର “ଅଳ୍ପ ଗଳ୍ପ’ ଉନ୍ମୋଚିତ



କେନ୍ଦ୍ରାପଡା, ୨୯/୪: କଥାକାର ଡ଼ ଯଶୋବନ୍ତ ସାମଲଙ୍କର ଅଷ୍ଟମ ଗଳ୍ପ ସଂକଳନ “ଅଳ୍ପ ଗଳ୍ପ’ ଚଳିତମାସ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥିଭାବେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ଡ଼ ଗୌରହରି ଦାସ ଯୋଗଦାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ୱତନ୍ତ୍ର ସଚିବ କବି ମଧୁସୂଦନ ଦାସ ସଭାରେ ପୌରାହିତ୍ୟ କରିଥିବାବେଳେ ଡଃ଼ ଅଜୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅଧ୍ୟାପକ ଡ଼ ବିରଞ୍ôଚ କୁମାର ସାହୁ ପୁସ୍ତକଟିର ଆଲୋଚନା କରିଥିଲେ ଏବଂ ଗଳ୍ପପାଠ କରିଥିଲେ କବି ଇପ୍ସିତା ଷଡ଼ଙ୍ଗୀ, ଅଧ୍ୟାପକ ହରେକୃଷ୍ଣ ଦାସ । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଯେଉଁ ଗପ ପାଠକର ମନକୁ ଚହଲାଇ ଦିଏ, ଆପଣାର କଥା ଭଳି ଲାଗେ ତାହାର ଆୟୁଷ ଦୀର୍ଘାସ୍ଥାୟୀ ହୋଇଥାଏ । ଏହା ଅଣୁ ଗଳ୍ପ ହେଉ ବା ଦୀର୍ଘଗପ ବୋଲି ମତବ୍ୟକ୍ତ କରିଥିଲେ । କଟକର ବିଦ୍ୟାପୁରୀ ପ୍ରକାଶନୀର ପ୍ରକାଶକ ଜୀବାନନ୍ଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।


Next Post

ଭାରତୀୟ ଜୀବନ ବୀମା ନିଗମ କେନ୍ଦ୍ରାପଡା ଶାଖାର ନିଜସ୍ୱ ନୂତନ ଗୃହପ୍ରବେଶ

Mon Apr 29 , 2024
କେନ୍ଦ୍ରାପଡା, ୨୯/୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଦୁହୁରିଆ ସ୍ଥିତ ନିଜସ୍ୱ ଗୃହକୁକୁ ସ୍ଥାନାନ୍ତରିତ ହୋଇଛି । ଏହି ଅବସରରେ କେନ୍ଦ୍ରାପଡା ଶାଖାର ନୂତନ ଗୃହରେ ରବିବାର ଦିନ ସ୍ୱତନ୍ତ୍ର ପୂଜା କରାଯାଇ ସୋମବାର ଦିନ ନୂତନ ଗୃହପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ ସେଠାରେ କାର୍ଯ୍ୟାଳୟ ବିଧିବଧ ଭାବେ କାର୍ଯ୍ୟ କରାଯାଇଥିଲା । ଏହାକୁ ଏଲ୍‌ଆଇସି କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅସିମ କୁମାର, […]

You May Like