
ରାଜ୍ୟ ସରକାର କଳାକାର ଭତା ବୃଦ୍ଧି ଠାରୁ ଆରମ୍ଭ କରି କଳା, ସାହିତ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ କଳାକାରମାନଙ୍କ ଅକୁଣ୍ଠ ସମର୍ଥନ ହାସଲ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା କଳା ସାହିତ୍ୟ, ସଂସ୍କୃତି ପରିଷଦ ପକ୍ଷରୁ ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ସୁବ୍ରତ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କଳା ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ସହିତ କଳାକାର କଲ୍ୟାଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବାରୁ ଆସନ୍ତା ସାଧାରଣ ନିର୍ବାଚନରେ କଳାକାରମାନେ ଏକାଠି ହୋଇ ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଭାଷଣ ଦେଇ କଳାକାରମାନେ ନିଜର ସାମଗ୍ରିକ ବିକାଶ ପାଇଁ ବିଜେଡିକୁ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ସ୍ୱର ତୀର୍ଥ ଅଧକ୍ଷ ବିଶିଷ୍ଟ ସଂଗୀତ ନିର୍ଦେଶକ ରବୀନ୍ଦ୍ର ମିଶ୍ର, ବିଶିଷ୍ଟ ପାଲା ଗାୟିକା ସବିତା ଦେଉରୀ, ପାଲା ଗାୟକ ଗଗନ ସିଂ, କସ୍ତୁରୀ କଳା ନିକେତନ ସମ୍ପାଦକ କୃପାସିନ୍ଧୁ ନାୟକ, ଚିତ୍ରଶିଳ୍ପୀ ରାଜେନ୍ଦ୍ର ଦାଶ, ଶରତ ବିଶ୍ୱାଳ ପ୍ରମୁଖ ଭାଷଣ ଦେଇ କଳାକାରମାନେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଶେଷରେ ଯୁବନେତା ନିରାକାର ସାହୁଧନ୍ୟବାଦ ଦେଇଥିଲେ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ୫୦୦ କଳାକାରମାନେ ଯୋଗ ଦେଇଥିଲେ ।











