ଅନାବାଦୀ ଜମିକୁ ବିଲଡ଼ରକୁ ଦେବାକୁ ମସୁଧା: ପୋଲିସର ଦମନଲିଳା ପ୍ରତିବାଦରେ ଜିଲ୍ଲାସ୍ତରୀୟ ପ୍ରତିବାଦ ସଭା ୨୯ରେ , ବିଦ୍ୟାଧର ଦେହୁରୀଙ୍କ ସମେତ ୨୭ ଆଦିବାସୀଙ୍କ ଗିରଫକୁ ନିନ୍ଦା


କେନ୍ଦ୍ରପଡ଼ା- ତା ୨୫/୦୭- ଆଦିବାସୀ ଦଳିତଙ୍କ ଉପରେ ନିର୍ଯ୍ୟାତନା ପ୍ରତିବାଦରେ ସାବିତ୍ରୀ ବାଈଫୁଲେ ସେବା ସଂଘ ତରଫରୁ କେନ୍ଦ୍ରାପଡା ସହରର ତିନିମୂହାଣୀ ଠାରେ ଜିଲ୍ଲାସ୍ତରୀୟ ସମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାଠାରେ ସମସ୍ତ ସଂଗଠନକୁ ନେଇ ଜିଲ୍ଲାସ୍ତରୀୟ ପ୍ରତିବାଦ ସଭା କରାଯାଇ ଦାବୀପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ଜିଲ୍ଲା ସଭାନେତ୍ରୀ ସୁପ୍ରଭା ମଲ୍ଲିକ ସୁଚନା ଦେଇଛନ୍ତି ।

ଏହି ସେବା ସଂଘ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆଦିବାସୀ ଦଳିତଙ୍କ ଉପରେ ନିର୍ଯ୍ୟାତନା,ଶୋଷଣ ଦୃଦ୍ଧି ପାଇଛି । ଏପରିକି ଏହି ବର୍ଭଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଚକ୍ରାନ୍ତ କରି ହନନ କରାଯାଉଛି । ଏହି ମର୍ମରେ ଦେଖିଲେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅଧିନ ଓସିଳ ଓ ଭୁବନେଶ୍ୱର ଉପକଂଟ ମଧୁପୁରର ଆଦିବାସୀଙ୍କୁ ସରକାର ୧୯୯୨ ସିହାରେ ଜମିପଟ୍ଟା ଦେଇଥିଲେ ମଧ୍ୟ ଜାଗା ଚିହ୍ନଟ ଦେଇ ନାହାନ୍ତି । ମାତ୍ର ସେହି ଗ୍ରାମରେ ଥିବା ଅନାବାଦୀ ଜମିକୁ ଖଣି ଖନନ ଓ ବିଲଡ଼ରଙ୍କୁ ପ୍ରଦାନ କରିଥିବାରୁ ଆଦିବାସୀମାନେ ଏକ୍ର ହୋଇ ପ୍ରତିବାଦ କରିଥିଲେ । ଏନେଇ ବାରମ୍ବାର ସମସ୍ତ ପ୍ରଶାସନକୁ ଲିଖିତ ଜଣାଇଥିଲେ । ମାତ୍ର ବିଲ୍‌ଡ଼ରଙ୍କ ଗୋଲାମୀ ସାଜିଥିବା ପ୍ରଶାସନ ପୁଲିସ୍ ଲଗାଇ ଦମନ ଓ ନିର୍ଯ୍ୟାତନା ଦେଇ ଲାଠିମାଡ଼କରି ବହୁ ଲୋକଙ୍କୁ ଆହତ କରିଥିଲା । ଏହାପରେ ଗତ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଦ୍ୟାଧର ଦେହୁରୀଙ୍କ ନେତୃତ୍ୱରେ ଘୋରାଉ କରାଯାଇଥିଲା । ଉପଜିଲ୍ଲାପାଳ ଖଣି ଉତୋଳନ ବନ୍ଦ କରିବାରୁ ବନ୍ଦ ଥିଲା । ମାତ୍ର ମଧୁପୁର ଜମିରେ ବିଲଡ଼ର ଓ ପ୍ରଶାସନ ଦଖଲରେ ବିଫଳ ହେବା ପରେ ୧୨ ତାରିଖରେ ଅତି ଅମାନୁସିକ ଭାବେ ଆନ୍ଦୋଳନ କାରୀ ଶତାଧିକ ନିରୀହ ଆଦିବାସୀଙ୍କ ଉପରେ ଲାଠି ମାଡ଼ ଓ ମରଣାତ୍ମକ ଆକ୍ରମଣ କରିଥିଲେ । ଚନ୍ଦକା ଥାନାରେ ଏତଲା ହୋଇଥିଲା । ମାତ୍ର ପୁଲିସ୍ ମାତ୍ରାଧିକ ଆକ୍ରମଣ କରିଥିବା ପୁଲିସ୍ ଚନ୍ଦକା ଥାନା ଅଧିକାରୀ ଦିପକ କୁମାର ଜେନା ୭୨ ଜଣ ନିରୀହ ଆଦିବାସୀଙ୍କ ନାମରେ ସଂଗୀନ ଦଫା ଲାଗାଇ ମାମଲା ରୁଜୁ କରିଥିଲେ । ଏହାପରେ ଗତ ୨୦ ତାରିଖରେ ୨୭ ଜଣଙ୍କୁ ଥାନାକୁ ଏପରିକି ପୁରୁଷ ପୁଲିସ୍ ମାନେ ମହିଳାଙ୍କୁବି ଜୋରଜବରଦସ୍ତ ଉଠାଇ ନେଇଥିଲେ । ମାତ୍ର ଏହି ଆନ୍ଦୋଳନର ନେତୃତ୍ୱ ଜଣେ ଜଣାଶୁଣା ବିଶିଷ୍ଟ ଆଦିବାସୀ ନେତା ମୁଳନିବାସୀ ୟୁନାଇଟେଡ଼୍ ଫୋରମ୍ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ ନେଉଥିବାରୁ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ବିଜେପି ସରକାର ଗିରଫ କରିଛନ୍ତି । ଘଟଣା ଦିନ ସେ ତାଙ୍କନିଜ ବାସଭବନରେ ଦିନ ୧୧ଟା ପର୍ଯ୍ୟନ୍ତ ଥିଲେ । ଯାହାକି ସିସି କ୍ୟାମେରା କଏଦ୍ ଅଛି । ଜଣେ ଆତଙ୍କ ବାଦୀଙ୍କୁ ଉଠାଇଲା ଭଳି ୪ ଗୋଟି ପୁଲିସ୍ ଭ୍ୟାନ୍ ଘର ଚାରିପଟେ ସକାଳ ୭ଟାରେ ଘେରି ଉଠାଇବା ଓ ଅପବ୍ୟବହାର କରିବା ନିନ୍ଦନୀୟ ଅଟେ । ସାମ୍ବିଧାନିକ ମୈାଳିକ ଅଧିକାର, ସ୍ୱତନ୍ତ୍ରତା ଓ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୋଇ ଚାଲିଛି । ନ୍ୟାୟ ପ୍ରତିଷ୍ଟା ପାଇଁ ହି ଫୋରମ୍ ଜରିଆରେ ଜାଗରଣ ଓ ସଂଗଠିତ କରାଇ ରାଜ୍ୟବ୍ୟାପୀ ସଶକ୍ତ ଜନ ଆନ୍ଦୋଳନ ସଦୃଢ କରାଯିବା ପାଇଁ ଲକ୍ଷ ସ୍ଥିର କରାଯାଇଛି । ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାଠାରେ ସମସ୍ତ ସଂଗଠନକୁ ନେଇ ଜିଲ୍ଲାସ୍ତରୀୟ ପ୍ରତିବାଦ ସଭା କରାଯାଇ ଦାବୀପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି । ଏହି ମାମଲାରେ ରାଜ୍ୟ ସରକାର, ମହାମହିମା ରାଷ୍ଟ୍ରପତି ଓ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରି ଶ୍ରୀ ଦେହୁରୀଙ୍କ ସମେତ ସମସ୍ତ ଆଦିବାସୀଙ୍କୁ ତୁରନ୍ତ ଛାଡ଼ କରିବା ନିମନ୍ତେ ନିବେଦନ କରିଛନ୍ତି । ଏହି ସାବିତ୍ରୀ ବାଈଫୁଲେ ସେବା ସଂଘ ତରଫରୁ ଏହି ତରଫରୁ ଜିଲ୍ଲାସ୍ତରୀୟ ସମାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ବିଏସ୍‌ପି ଜିଲ୍ଲା ସଭାପତି ରାଜେନ୍ଦ୍ର ମଲ୍ଲିକ,ରାଷ୍ଟ୍ରୀୟ ବୈାଦ୍ଧ ମହାସଭା ଜିଲ୍ଲା ସଭାନେତ୍ରୀ ବିଳାସିନୀ ମଲ୍ଲିକ,ସେବାସଂଘ ମାର୍ଶାଘାଇ ବ୍ଲକ ସଭାନେତ୍ରୀ ରଶ୍ମିତା ମଲ୍ଲିକ, ଦିଲିପ୍ କୁମାର ମଲ୍ଲିକ, ବେଳାଳସେନ୍ ଦାସ୍‌, ମାନସ ମଲ୍ଲିକ ପ୍ରମୁଖ ନିନ୍ଦା କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading