କେନ୍ଦ୍ରାପଡ଼ା ବିୟୁଟିସିଆନ ୱେଲଫେୟାର ଆସୋସିଏସନ ପକ୍ଷରୁ ପ୍ରଶିକ୍ଷଣ ଶିବିର


କେନ୍ଦ୍ରାପଡ଼ା,୬ା୮: ଗୋଟେ ନାରୀର କେଶ ହିଁ ତା ସୌନ୍ଦର୍ଯ୍ୟର ବହୁତ ବଡ଼ ଅଂଶ ହୋଇଥାଏ । ସେଇଥିପାଁଇତ କେଶକୁ ନେଇ କିଏ କେତେ ପ୍ରକାରର ଡିଜାଇନ କରିଥାନ୍ତି । ନିଜ କେଶର ଯତ୍ନ ପାଁଇ ବିୟୁଟି ପାର୍ଲର ଯିବାକୁ ପଡିଥାଏ ଆଉ ପାର୍ଲରର ବିୟୁଟିସିଆନମାନଙ୍କ ଦ୍ୱାରା କେଶକୁ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ବିଭିନ୍ନ ପ୍ରକାରର ସଜ କରିଥାଏ ନାରୀଟିଏ । କେନ୍ଦ୍ରାପଡ଼ା ବିୟୁଟିସିଆନ ୱେଲଫେୟାର ଆସୋସିଏସନ ପକ୍ଷରୁ ହୋଟେଲ ଗୋଲଡେନ ପ୍ୟାଲେସରେ ହେୟାର ଷ୍ଟାଇଲ ଓ ହେୟାର ଡିଜାଇନ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଅତିଥି ପ୍ରଶିକ୍ଷକ ଭାବେ ବାଲୁଗାଁ ଡେନି ବିୟୁଟି ଏକାଡେମୀର ରଞ୍ଜୁଳା ପ୍ରଧାନ ଓ ତାଙ୍କର ଦୁଇ ସହକାରୀ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ବିୟୁଟିସିଆନମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କେନ୍ଦ୍ରାପଡ଼ା ବିୟୁଟିସିଆନ ଆସୋସିଏସନରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ବିୟୁଟିପାର୍ଲର ସଦସ୍ୟ ଥିବା ବେଳେ ଆୟୋଜିତ ଏହି ହେୟାର ଡିଜାଇନ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡ଼ା ସହରର ୩୫ ରୁ ଉର୍ଦ୍ଧ ବିଉଟିସିଆନ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାପଡ଼ା ବିୟୁଟିସିଆନ ଆସୋସିଏସନର ସଭାନେତ୍ରୀ ଜ୍ୟୋର୍ତିମୟୀ ମହାନ୍ତି ଓ ସମ୍ପାଦିକା ସବୁଜିମା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ହେୟାର ଡିଜାଇନ ପ୍ରଶିକ୍ଷଣ ଶିବିର ପରିଚାଳନାରେ ବିୟୁଟିସିଆନ ଝିଲ୍ଲୀ ଦାସ, ରଶ୍ମିରେଖା ବେହେରା, ରୋଜାଲିନ ବେଉରା, ଅନୁସୟା ମିଶ୍ର, ସୁଭାଷିନୀ ସିଂ, କାଜଲ ମହାକୁଡ଼, ଅନୁପମା ସୁତାର, ସରସ୍ୱତୀ ସାହୁ, ବନିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading