ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ହରଘର ତ୍ରିରଙ୍ଗା ଶୋଭାଯାତ୍ରା



ଦେଶବାସୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହିତ ଏକତା ସୂତ୍ରରେ ବାନ୍ଧି ରଖିବାକୁ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ବ୍ୟାପି ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ହରଘର ତ୍ରିରଙ୍ଗା ଆହ୍ୱାନକୁ ସଫଳ ରୂପାୟନ କରିବାକୁ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ନଗର ସଭାପତି ଶଶିକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ସମସ୍ତଙ୍କ ହାତରେ ଥିଲା ତ୍ରିରଙ୍ଗା ତୁଣ୍ଡରୁ ବାହାରୁ ଥିଲା ଭାରତ ମାତା କି ଜୟ। ସମସ୍ତେ ଏକତ୍ରିତ ହୋଇ ହର ଘର ତ୍ରିରଙ୍ଗା ସକାଶେ ଲୋକଙ୍କୁ ସଚେତନତା କରିଥିଲେ। ଏହି ଯାତ୍ରା ରାଜନଗର ପହଁଚି ରାଷ୍ଟ୍ରୀୟତା ଓ ରାଷ୍ଟ୍ର ଭକ୍ତିକୁ ଆଧାର କରି ଏହି ତିରଙ୍ଗା ଯାତ୍ରା କରିଯାଇଛି ବୋଲି କର୍ମକର୍ତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ଭାଜପା ମହିଳା ଉପ ସଭାନେତ୍ରୀ ପ୍ରିୟଙ୍କା ଶତପଥୀ, ପଟ୍ଟାମୁଣ୍ଡାଇ ପୂର୍ବତନ ନଗର ଭାଜପା ସଭାପତି ପଦ୍ମନାଭ ପଣ୍ଡା , ୧୬ ନଂ ଜୋନ ସଭାପତି ନୀଳକଣ୍ଠ ମିଶ୍ର, ୧୭ ନଂ ଜୋନ ସଭାପତି ଅକ୍ଷୟ ସେଠୀ, ୧୮ ନଂ ଜୋନ ସଭାପତି ଗୋପୀନାଥ ପଣ୍ଡା,୩୦ ନଂ ଜୋନ ସଭାପତି ପ୍ରମୋଦ ଦାସଙ୍କ ସମେତ ପ୍ରଶାନ୍ତ ମହାନ୍ତି, ସଦାଶିବ ଜେନା, ଦିଲ୍ଲୀପ ରଞ୍ଜନ ପାଲ, ମେଘଶ୍ୟାମ ସାହୁ, କ୍ରିଷ୍ନା ବେହେରା, ସଂଗ୍ରାମ ସ୍ୱାଇଁ, ପ୍ରମୋଦ ଦାସ, ରାଜକିଶୋର ସାହୁ, ପଂଚାନନ ବିଶ୍ୱାଳ, ଆଶିଷ ମଲିକ, ଗଣେଶ ଦାସ, ରଶ୍ମୀକାନ୍ତ କୁଣ୍ଡ, ସମୀର ପାତ୍ର , ଉତମ ମଲିକ , ବିକ୍ରମ ଖଣ୍ଡାୟୀ, ରଶ୍ମିତା ସାହୁ ସହିତ ବହୁ ଭାଜପା କାର୍ଯ୍ୟକର୍ତା ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ।


Next Post

ଅଙ୍ଗନବାଡିର ନାହିଁ ନିଜସ୍ୱ ଗୃହ , ଭଙ୍ଗା ଘରେ ଶିଶୁଙ୍କ ପାଠପଢା

Thu Aug 15 , 2024
ସରକାର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କ ପ୍ରାକ୍ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଶିଶୁଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ଉପକରଣ ପ୍ରଦାନ କରୁଛନ୍ତି। ସରକାର ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ, ରୋଷେଇ ଗୃହ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ପାଚେରି, ଉଦ୍ୟାନ ଆଦିର ବ୍ୟବସ୍ଥା କରିବା ଥିବା ବେଳେ ପଟ୍ଟାମୁଣ୍ଡାଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ […]

KANIKA