ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ପଦକ୍ଷେପ , ଜବରଦଖଲକାରୀ ଦୋକାନୀଙ୍କୁ ଉଛେଦ କଲା ପୌରପାଳିକା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ବୁଧବାର ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲା । ଆଜି ସହରର ପୁରୁଣା ବାଇପାସ ଛକ ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ରାସ୍ତା ପାର୍ଶ୍ୱ ପାଦ ଚଲା ରାସ୍ତାକୁ ବ୍ୟବସାୟୀ ମାନେ ଜବରଦଖଲ କରିଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଉଛେଦ ଆରମ୍ଭ ହୋଇଛି । ତେବେ ସହରର ବିଭିନ୍ନ ସ୍ଥାନରେ ଦୋକାନୀମାନେ ଜବର ଦଖଲ କରି ଦୋକାନ କରିବା, ବିଭିନ୍ନ ଦୋକାନ ସାମଗ୍ରୀ ରଖିବା ସର୍ବୋପରି ଦୋକାନ ସାଇନବୋର୍ଡ ଲଗାଇବା ଦ୍ୱାରା ଟ୍ରାଫିକ ସମସ୍ୟାକୁ ଗୁରୁତର ହୋଇପଡିଛିା ସହରର ସୌନ୍ଦର୍ଯ୍ୟକରଣ ପାଇଁ ଆଗାମୀ ଦିନରେ ଏ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ସୂଚନା ଦେଇଛନ୍ତିା ।

ଅନ୍ୟପକ୍ଷରେ ବିନା ନୋଟିସରେ ଯୋର ଜବଦସ୍ତ ପୌରପରିଷଦ ଦୋକାନ ଉଛେଦ କରିଥିବା କେତେକ ଉଠାଦୋକାନୀମାନେ ଅଭିଯୋଗ କରିଛନ୍ତି । ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଜବର ଦଖଲ କାରୀ ରାସ୍ତା ଅବରୋଧ କରି ମ୍ୟୁନିସିପାଲଟିର ଜମିକୁ ମାଡ଼ି ବସିଥିବା ଅଭିଯୋଗ ହେଉଛି । ସହର ଜନସଂଖ୍ୟା ବଢ଼ୁଥିବା ବେଳେ ଆଗକୁ ସବଡିଭିଜନ ସ୍ତରିୟ ବିଭିନ୍ନ ଅଫିସ୍ ହେବାର ଯୋଜନା ରହିଛି ।ଏଭଳି ସ୍ଥିତିରେ ପଟ୍ଟାମୁଣ୍ଡାଇ ସହରର ୩୦ ପ୍ରତିଶତ ମୂଲ୍ୟବାନ ଜମି ଜବର ଦଖଲକାରୀଙ୍କ କବଜାରେ ରହିଛି ବୋଲି କେତେକ ବୁଦ୍ଧିଜିବୀ ମତପ୍ରକାଶ କରିଛନ୍ତି।

ଆଜିର ଉଚ୍ଛେଦ ବେଳେ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିକୁ ରଖି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ନେତୃତ୍ଵରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ଓ ପୌର କର୍ମଚାରୀ ସହାୟତାରେ ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ଜବରଦଖଲ କରି ଦୋକାନ କରିଥିବାଦୋକାନୀମାନଙ୍କୁ ଉଛେଦ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading