ଭୁବନେଶ୍ୱର,୧୪/୯- ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ସ୍କୁଲ-କଲେଜ ଛୁଟି ରହିବ। ଏହା କେବଳ ଭୁବନଶ୍ୱେର ପାଇଁ ଲାଗୁ ହେବ। ବିଏମସି ଅଂଚଳରେ ଥିବା ସବୁ ସ୍କୁଲ-କଲେଜ ଛୁଟି ରହିବ ସହ ବିଏମସି ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରାଯାଇଛି। ଏଥିସହ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ, ମାଜିଷ୍ଟ୍ରେଟ କୋର୍ଟ ଛୁଟି ରହିବ । ଶନିବାର ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ । ଏଥିପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲ ଓ କଲେଜଗୁଡିକ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । ସରକାରୀ ଅଫିସଗୁଡିକ ମଙ୍ଗଳବାର ଦିନ ୨ଟା ଯାଏଁ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁହାଯାଇଛି ।