ଗ୍ରାମ୍ୟଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ



ପଟ୍ଟାମୁଣ୍ଡାଇ ୨୭/୯ -ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ସେହି ଅର୍ଥ ବାଟମାରଣା ହେଉଛି । ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାମ କରୁଥିବା ଦେଖିବାକୁ ମିଳୁଛି। କାମ ଆରମ୍ଭ ପୂର୍ବରୁ ସୂଚନାଫଳକ ଲଗାଇବାର ନିୟମ ରହିଥିଲେ ମଧ୍ୟ ଠିକାଦାର ଫଳକ ନଲଗାଇ ଜନସାଧାରଣଙ୍କୁ ଅନ୍ଧାରରେ ରଖିବାକୁ ପ୍ରୟାସ କରୁଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ବିଭାଗ ଅଧୀନ ବଳଭଦ୍ରପୁର ଓ ଡାମରପୁର ପଂଚାୟତରେ ହେଉଥିବା ରାସ୍ତା କାମରେ ବୋଲି ସ୍ଥାନୀୟ ଲୋକେ ପୂର୍ବତନ ସମିତି ସଭ୍ୟ ସର୍ବେଶ୍ୱର ସେଠୀ, ସୁଧିର ରଞନ ଦାସ, ମହାଦେବ ପଲାଇ, ରାଧାଗୋବିନ୍ଦ ସାହୁ, ନିଳମାଧବ ରାୟ,ଜଗନ୍ନାଥ ସିଂହ, ପତିତପାବନ ରଥ, ଜ୍ଞାନରଞନ ମହାରଣା, ରତିରଞନ ଖଟୁଆ ଓ ସାଧୁଚରଣ ପଲାଇ ପ୍ରମୁଖ ଅଭିଯୋଗରେ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading